ପ୍ୟାରିସ ପାରାଲିମ୍ପିକ୍ସ 2024: ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଲେ ସୁମିତ ଅନ୍ତିଲ, ରେକର୍ଡ ଭାଙ୍ଗି ସୃଷ୍ଟି କଲେ ଇତିହାସ

ସୁମିତ ଅନ୍ତିଲ ପ୍ୟାରିସ ପାରାଲିମ୍ପିକ୍ସ 2024 ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ F64 ବର୍ଗରେ 70.59 ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଛନ୍ତି ଏବଂ ପାରାଲିମ୍ପିକ୍ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଏହାପୂର୍ବରୁ, ପାରାଲିମ୍ପିକ୍ ରେକର୍ଡ ସୁମିତଙ୍କ ନାମରେ ଥିଲା, ଯିଏକି ଟୋକିଓ ପାରାଲିମ୍ପିକ୍ସରେ ଜାଭେଲିନ୍ 68.55 ମିଟର ଫିଙ୍ଗି ରେକର୍ଡ ସ୍ଥାପନ କରିଥିଲେ।ଲଗାତାର ଭାବେ ଦୁଇ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାରେ ଅବନୀ ଲେଖରାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ କରିଛନ୍ତି ପାରା ଅଲିମ୍ପିଆନ୍ ସୁମିତ ଅନ୍ତିଲ । ପ୍ୟାରିସ୍ ପାରାଅଲିମ୍ପିକ୍ସ ଜାଭଲିନ ଥ୍ରୋରେ F64 କାଟାଗରୀରେ ଅଂଶଗ୍ରହଣ କରି ସୁମିତ ଏହି ସଫଳତା ପାଇଛନ୍ତି ।

ନିଜର ପୂର୍ବ ରେକର୍ଡ ଭାଙ୍ଗି ସୁମିତ ପୁଣି ଥରେ ଗୋଲ୍ଡ ଜିତିଛନ୍ତି । ସୁମିତଙ୍କ ଏହି ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସୋମିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କୁସ୍ତିରୁ ପ୍ରଥମେ କ୍ୟାରିଅର ଆରମ୍ଭ କରିଥିଲେ ହରିୟାଣା ସୋନିପଥର ସୁମିତ। ୨୦୧୫ରେ ସେ ଏକ ଦୁର୍ଘଟଣାରେ ନିଜର ବାମ ଗୋଡ଼ ହରାଇଥିଲେ। ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ତାଙ୍କର ବାମ ଗୋଡ଼ ହରାଇଥିଲେ। ଆଉ ଏତିକିରେ ସେ ହାର୍ ମାନିନଥିଲେ। କୁସ୍ତି ଛାଡ଼ି ଜାଭେଲିନକୁ ଆପଣାଇଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ନାହାନ୍ତି।୩ ବର୍ଷ ତଳେ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ଜାଭେଲିନ୍ ଥ୍ରୋରେ ସ୍ବର୍ଣ୍ଣ ଜିତିଥିଲେ ସୁମିତ। ଟୋକିଓରେ ୬୮.୫୫ ମିଟର ଫିଙ୍ଗି ଜିତିଥିଲେ ସ୍ବର୍ଣ୍ଣ ପଦକ। ଆଉ ଏବେ ସେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି। ଜାଭେଲିନ ଥ୍ରୋରେ ୭୩.୨୯ ମିଟରର ବିଶ୍ବ ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି । ଏପଟେ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ମେଡାଲ୍ ବର୍ଷା।

Paris 2024 Paralympics

ଭାରତ ପାଇଁ ଐତିହାସିକ ଦିନ। ଗୋଟିଏ ଦିନରେ ମିଳିଲା ୨ଟି ସ୍ବର୍ଣ୍ଣ ସହ ୮ଟି ମେଡାଲ୍। ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଲାଗି ଭାରତକୁ ଏଭଳି ସଫଳତା ମିଳିଛି। ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ୍ ମିଳିଛି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ମେଡାଲ୍ ସଂଖ୍ୟା ୧୫ରେ ପହଞ୍ଚିଛି। ମୋଟ ୩ଟି ଗୋଲ୍ଡ, ୫ଟି ସିଲଭର ଏବଂ ୭ ବ୍ରୋଞ୍ଜ ପଦକ ସହ ମେଡାଲ୍ ଟାଲିରେ ୧୫ ତମ ସ୍ଥାନରେ ରହିଛି ଭାରତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+