ପ୍ୟାରିସ ପାରାଲିମ୍ପିକ୍ସ:୧୬ ବର୍ଷିଆ ଶୀତଲ ଦେବୀ ରଚିଲେ ଇତିହାସ, ଜିତି ପାରନ୍ତି ସୁନା ପଦକ
ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଶୀତଲ ଦେବୀ ଇତିହାସ ସୃଷ୍ଟି କରିଛନ୍ତି । ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରି ଶୀତଲ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇନାହାଁନ୍ତି, ବରଂ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି । ପ୍ରଥମ ରାଉଣ୍ଡରେ ଶୀତଲ ଦେବୀ ୫୯, ୫୯, ୫୮, ୫୬, ୫୯, ୫୭ ସ୍କୋର କରିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ସେ ୬୦, ୫୭, ୬୦, ୫୯, ୬୦, ୫୯ ସ୍କୋର କରିଥିଲେ। ବର୍ତ୍ତମାନ ତାଙ୍କ ଆଖି ପାରାଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିବା ଉପରେ ରହିଛି।
ବିନା ହାତରେ ତୀରନ୍ଦାଜ କରୁଥିବା ୧୬ ବର୍ଷୀୟ ଶୀତଲ ଦେବୀ ଓମେନ ଇଣ୍ଡିଭିଜୁଆଲ କପାଉଣ୍ଡ ଆର୍ଚେରୀର କ୍ୱାଲିଫିକେଶନରେ ସମ୍ଭାବ୍ୟ ୭୨୦ମଧ୍ୟରୁ ୭୦୩ ପଏଣ୍ଟ ହାସଲ କରିଛନ୍ତି। ଏହାକରି ସେ ୬୯୮ ପଏଣ୍ଟର ପୂର୍ବ ବିଶ୍ୱ ରେକର୍ଡ ଭାଙ୍ଗିଦେଇଛନ୍ତି। ତଥାପି, ତାଙ୍କର ରେକର୍ଡ ଅଧିକ ସମୟ ଧରି ରହିଲା ନାହିଁ । ତୁର୍କୀଙ୍କ କ୍ୟୁରି ର୍ଗିଡି ଆଉ ଏକ ପଏଣ୍ଟ ସ୍କୋର କରି ଶୀତଲଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଦେଇଥିଲେ।

ସାମଗ୍ରିକ ର଼୍ୟାଙ୍କିଙ୍ଗ ରାଉଣ୍ଡରେ ଶୀତଲ ଦେବୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ୩୧ଅଗଷ୍ଟ ରାତି ୯ଟା ସମୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବେ । ଏହି କାର୍ଯ୍ୟକ୍ରମରେ ଭାରତର ସରିତା ମଧ୍ୟ ଭାଗ ନେଉଛନ୍ତି। ସେ ଯୋଗ୍ୟତା ପର୍ଯ୍ୟାୟରେ ୬୮୨ ସ୍କୋର କରିଛନ୍ତି।
ଶୀତଲ ଦେବୀଙ୍କ କାହାଣୀ
ଭାରତର ଶୀତଲ ଦେବୀ ଫୋକୋମେଲିଆ ନାମକ ଏକ ବିରଳ ଜନ୍ମଯାତ ରୋଗ ସହ ଜନ୍ମଗ୍ରହଣ କରିଥିଲେ । ଏହା ପରେ ସେ ପାରା ତୀରନ୍ଦାଜୀ ଜଗତରେ ଚାମ୍ପିଅନ୍ ହେବାକୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିଛନ୍ତି । ଫୋକୋମେଲିଆ କିମ୍ବା ଆମେଲିଆ ଏମିତି ଏକ ବିରଳ ରୋଗ ଯେଉଁଥିରେ ହାତ କିମ୍ବା ଗୋଡ ବହୁତ ଛୋଟ ରହିଯାଏ ।୧୭ ବର୍ଷିୟ ଶୀତଲ ଜାମ୍ମୁ କାଶ୍ମୀରର କସ୍ତିୱାଡ଼ର ମୂଳବାସିନ୍ଦା । ପିଲାଦିନେ ଗଛ ଚଢ଼ିବା ପାଇଁ ତାଙ୍କର ଖୁବ୍ ଆଗ୍ରହ ଥିଲା । ଯାହାଫଳରେ ସେ ନିଜର ଶାରୀରିକ ଅକ୍ଷମତାକୁ ଚ୍ୟାଲେଞ୍ଜ କରି ବିଜୟୀ ହୋଇଥିଲେ । ୨୦୨୧ ମସିହାରେ, ଏକ ୟୁଥ୍ କାର୍ଯ୍ୟକ୍ରମରେ, ଭାରତୀୟ ସେନା ପ୍ରଶିକ୍ଷକମାନେ ତାଙ୍କର ଅନ୍ତର୍ନିହିତ ଆଥଲେଟିକ୍ ଦକ୍ଷତାକୁ ଦେଖିଥିଲେ ଓ ଚିହ୍ନି ପାରିଥିଲେ । ଆଉ ତାଙ୍କ ମଧ୍ୟରେ ଅପାର ସମ୍ଭାବନାକୁ ଅନୁଭବ କରିପାରିଥିଲେ ।କୃତ୍ରିମ ଅଙ୍ଗ ବ୍ୟବହାର କରିବାର ପ୍ରାରମ୍ଭିକ ସମୟରେ ଶୀତଲଙ୍କ କୋଚ ମ୍ୟାଟ୍ ଷ୍ଟୁଟଜମାନଙ୍କ କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଯିଏ କି ବିନା ହାତର ତୀରନ୍ଦାଜୀ ଥିଲା । ସେ ୨୦୧୨ ଲଣ୍ଡନ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ସେ ଶୀତଲଙ୍କୁ ଗୋଡ ଏବଂ ପଞ୍ଝା ବ୍ୟବହାର କରି ତୀରନ୍ଦାଜୀ କରିବାକୁ ତାଲିମ ଦେଇଥିଲେ । ଯାହାର ଫଳାଫଳ ଏବେ ସମସ୍ତଙ୍କୁ ଚକିତ କରିଛି । ଏହା କୌଣସି ବଡ଼ ଉପଲବ୍ଧିଠାରୁ କମ୍ ନୁହେଁ ।












Click it and Unblock the Notifications