Paris Paralympics 2024: ଭାରତକୁ ୨ଟି ମେଡାଲ: କ୍ଲବ ଥ୍ରୋରେ ଧର୍ମବୀରଙ୍କୁ ଗୋଲ୍ଡ , ପ୍ରବଣଙ୍କୁ ରୌପ୍ୟ

ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ଆଥଲେଟ ଖୁବ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଭାରତକୁ ଆଉ ୨ ସ୍ୱର୍ଣ୍ଣ ପଦକ ମିଳିଛି। ସପ୍ତମ ଦିନରେ ମିଳିଲା ଆଉ ୪ଟି ପଦକ । ୨ଟି ସ୍ୱର୍ଣ୍ଣ ସହ ୨ଟି ରୌପ୍ୟ ପଦକ ବି ମିଳିଛି। କ୍ଲବ ଥ୍ରୋରେ ଧର୍ମବୀରଙ୍କୁ ଏବଂ ତୀରନ୍ଦାଜିରେ ହରଭିନ୍ଦର ସିଂହଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି।

ସେହିପରି ସୁଟପୁଟରେ ସଚିନ ସରଜେରାବ ଜିତିଲେ ରୌପ୍ୟ। ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୨୪ରେ ପହଞ୍ଚିଲା। ଭାରତକୁ ୫ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୦ଟି କାଂସ୍ୟ ପଦକ ମିଳିଛି।

କ୍ଲବ ଥ୍ରୋର ଏଫ୫୧ ବର୍ଗରେ ଭାରତର ଧର୍ମବୀର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଏହି ଇଭେଣ୍ଟରେ ପ୍ରବଣ ସୁରମା ସିଲଭର ମେଡାଲ ଜିତିଛନ୍ତି। ବ୍ରୋଞ୍ଜ ମେଡାଲ ସର୍ବିୟାର ଜେଲ୍‌କୋଦିମିତ୍ରୀଜେବିକ ଜିତିଛନ୍ତି। ସର୍ବିୟାର ଖେଳାଳି ୱାର୍ଲଡ ଚାମ୍ପିୟନ ହୋଇସାରିଛନ୍ତି। କିନ୍ତୁ ପାରାଅଲିମ୍ପିକ୍ସ ୨୦୨୪ରେ ଖେଳାଳିଙ୍କୁ ବ୍ରୋଞ୍ଜ ମେଡାଲରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଖେଳରେ ଧର୍ମବୀରଙ୍କ ଆରମ୍ଭ ବହୁତ ଖରାପ ଥିଲା। ପ୍ରଥମ ଚାରୋଟି ଥ୍ରୋ ଖରାପ ଥିବା ବେଳେ ପଞ୍ଚମ ଥ୍ରୋରେ ସେ ତାଙ୍କର ସମସ୍ତ ଅଭିଜ୍ଞତା ଏବଂ ଶକ୍ତି ବ୍ୟବହାର କରି ୩୪.୯୨ ମିଟର ଦୂରତାକୁ ଫିଙ୍ଗି ବିଜୟ ଲାଭ କରିଥିଲେ। ଏହାପରେ ସେ ୩୧.୫୯ ମିଟରର ଶେଷ ଏବଂ ଷଷ୍ଠ ଥ୍ରୋ କରିଥିଲେ।

Paris paralympics 2024

ସେହିପରି ପ୍ରଣବ ସୁରମା ପ୍ରଥମ ଥ୍ରୋ ୩୪.୫୯ ମିଟର, ଦ୍ୱିତୀୟ ଥ୍ରୋ ୩୪.୧୯ ମିଟର ପର୍ଯ୍ୟନ୍ତ ଫିଙ୍ଗିଥିଲେ। ତାଙ୍କର ତୃତୀୟ ଥ୍ରୋ ଖରାପ ଥିଲା। ବାକି ତିନୋଟି ଥ୍ରୋରେ ମଦ୍ୟ ସେ ନିଜର ପ୍ରଥମ ପ୍ରୟାସରେ ବରାବର ଭାବେ ପହଞ୍ଚିନଥିଲେ। ତାଙ୍‌ଜର ପ୍ରଥମ ଥ୍ରୋ ତାଙ୍କୁ ସିଲଭର ମେଡାଲ ଜିତାଇଥିଲା। କ୍ଲବ ଥ୍ରୋର ଏଫ୫୧ ବର୍ଗର ଫାଇନାଲରେ ଧର୍ମବୀର ଏବଂ ପ୍ରଣବ ସୁରମା ମେତାଲ ଜିତିବାରେ ସଫଳତା ହାସଲ କରିଥିଲେ। ଅମିତ କୁମାରଙ୍କୁ ନିରାଶ ହେବାକୁ ପଡିଛି। ସେ ନିଜର ସର୍ବଶ୍ରେଷ୍ଠ ଥ୍ରୋ ୨୩.୯୬ ମିଟର ପର୍ଯ୍ୟନ୍ତ ପକାଇଥିଲେ। ଏହି କାରଣରୁ ସେ ପୋଡିୟମ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲେ। ଫାଇନାଲରେ ୧୦ ଆଥଲେଟ ଭାଗ ନେଇଥିଲେ ଏବଂ ସେ ୧୦ମ ନମ୍ବରରେ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+