ପ୍ୟାରିସ୍ ଅଲିମ୍ପିକ୍ସ 2024: ଆଜି ବ୍ରୋଞ୍ଜ ପଦକ ପାଇଁ ଖେଳିବ ଅମନ ସେରାୱତ, ଆଉ କେଉଁ କେଉଁ ଇଭେଣ୍ଟରେ ଖେଳିବ ଭାରତ ?
ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ପେନ୍ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ୪ କୋଟି ଟଙ୍କାର ସତନ୍ତ୍ର ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି ।
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ତାରକା ଜାଭେଲିନ୍ ଥ୍ରୋର ନୀରଜ ଚୋପ୍ରା ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । କିନ୍ତୁ ସେ ସ୍ୱର୍ଣ୍ଣ ପଦକ ଜିତିବାରେ ବିଫଳ ହୋଇଥିଲେ। ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦିମ ଏକ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନରେ ରହି ରୋପ୍ୟ ପଦକ ଜିତିଥିଲେ। ସେ ୮୯.୪୫ ମିଟର ସର୍ବ ଶ୍ରେଷ୍ଠ ଥ୍ରୋ କରିଥିଲେ । ହେଲେ ନଦିମ ୯୨ ମିଟର ପକାଇଥିଲେ ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଏମ ମୋଦି ଲେଖିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି, ରୌପ୍ୟ ଜିତିବା ପାଇଁ ତାଙ୍କୁ ଅଭିନନ୍ଦନ। ସେ ଅଗଣିତ ଆଗାମୀ ଆଥଲେଟ୍ମାନଙ୍କୁ ସେମାନଙ୍କର ସ୍ବପ୍ନ ପୂରଣ କରିବା ଏବଂ ଦେଶକୁ ଗର୍ବିତ କରିବା ପାଇଁ ପ୍ରେରଣା ଯୋଗାଇବେ। ଏହି ପୋଷ୍ଟ ସହିତ ମୋଦି ମଧ୍ୟ ନୀରଜଙ୍କ ଫଟୋ ଶେୟାର କରିଛନ୍ତି।

ପଡୋଶୀ ଦେଶର ଆର୍ଶଦ ନଦିମ ୩୨ ବର୍ଷ ପରେ ନିଜ ଦେଶ ପାଇଁ ଅଲିମ୍ପିକ ପଦକ ଜିତିଛନ୍ତି। ୧୯୯୨ ବାର୍ସିଲୋନା ଅଲିମ୍ପିକ୍ସରେ ପାକିସ୍ତାନ ଶେଷ ଥର ପାଇଁ ପଦକ ଜିତିଥିଲା। ନଦିମ ଦ୍ୱିତୀୟ ଥ୍ରୋରେ ଜାଭେଲିନ ୯୨.୯୭ ମିଟର ଫିଙ୍ଗିଥିଲେ। ଏହା ସହିତ ଏହା ଏକ ଅଲିମ୍ପିକ ରେକର୍ଡ ମଧ୍ୟ ହେଲା।
କେଉଁ କେଉଁ ଇଭେଣ୍ଟରେ ଖେଳିବ ଭାରତ ?
ଗଲ୍ଫ
ମହିଳା ବ୍ୟକ୍ତିଗତ ଷ୍ଟ୍ରୋକପ୍ଲେ ରାଉଣ୍ଡ 3: ଆଦିତ୍ୟ ଅଶୋକ ଏବଂ ଦିଶା ଦାଗର - ଦିନ 12.30 ରୁ
ଆଥଲେଟିକ୍ସ
ମହିଳା 4x400 ମିଟର ରିଲେ ରାଉଣ୍ଡ 1: ରୁପାଲ ଚୌଧୁରୀ, ଏମ ଆର ପୁଓଭାମା, ଜ୍ୟୋତିିକା ଶ୍ରୀ ଦାଣ୍ଡି ଏବଂ ସୁଭା ଭେଙ୍କଟେସନଙ୍କ ଭାରତୀୟ ମହିଳା ଦଳ ଅପରାହ୍ନ 2.10 ରୁ
ପୁରୁଷ 4x400 ମିଟର ରିଲେ ରାଉଣ୍ଡ 1: ମହମ୍ମଦ ଅନାସ ୟାହିୟା, ମହମ୍ମଦ ଅଜମଲ, ଆରୋକିଆ ରାଜୀବ ଏବଂ ଯାଦବଙ୍କ ଭାରତୀୟ ପୁରୁଷ ଦଳ - ଅପରାହ୍ନ 2.35
କୁସ୍ତି
ପୁରୁଷ ଫ୍ରିଷ୍ଟାଇଲ୍ 57 କିଲୋଗ୍ରାମ ବ୍ରୋଞ୍ଜ ପଦକ ମ୍ୟାଚ୍: ଅମନ ସେରାୱତ ବନାମ ଡାରିଆନ୍ ଟୋଇ କ୍ରୁଜ୍ - 9:45 PM IST












Click it and Unblock the Notifications