ପ୍ୟାରିସ ଅଲିମ୍ପିକ୍ସ: ଆଜି ହକି ସେମିଫାଇନାଲରେ ଜର୍ମାନୀ ସହ ଖେଳିବ ଭାରତ, ଓଡ଼ିଆ ପୁଅ ଅମିତ୍ ବାଦ୍

କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍। ତେବେ ଫାଇନାଲ୍ ଟିକେଟ୍ ପାଇଁ ଆଜି ଜର୍ମାନୀ ସହ ହେବ କଡା ଟକ୍କର । ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଟିମର ତାରକା ଡିଫେଣ୍ଡର ଅମିତ ରୋହିଦାସ ଖେଳିବେନି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍।

ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ମ୍ୟାଚରେ ରେଡ୍ କାର୍ଡ ଯୋଗୁ ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଓଡ଼ିଆ ଖେଳାଳି ଅମିତ୍। ଅମିତଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ୍ ଲଗାଇଛି ଅନ୍ତର୍ଜାତୀୟ ହକି ସଂଘ।

ମଙ୍ଗଳବାର ରେ ପ୍ୟାରିସ୍ ଅଲିମ୍ପିକ୍ସ 2024 ରେ ହକିର ସେମିଫାଇନାଲରେ ଭାରତ ଜର୍ମାନୀ ସହିତ ମୁହାଁମୁହିଁ ହେବ । ଏହାପୂର୍ବରୁ ହରମାନପ୍ରୀତ ସିଂଙ୍କ ଦଳ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି । କ୍ୱାର୍ଟର ଫାଇନାଲରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ବାଡି ଅଜାଣତରେ ଜଣେ ବ୍ରିଟିଶ ଖେଳାଳିଙ୍କୁ ସ୍ପର୍ଶ କରିଥିଲା ଏବଂ ତାଙ୍କୁ ରେଡ କାର୍ଡ ଦେଖାଯାଇଥିଲା। ଏହା ପରେ ଭାରତ 10 ଖେଳାଳିଙ୍କ ସହ ଖେଳିଥିଲା । ଗୋଟିଏ ମ୍ୟାଚ୍ ପାଇଁ ରୋହିଦାସଙ୍କୁ ବାରଣ କରାଯାଇଛି। ସେ ସେମିଫାଇନାଲରେ ଖେଳି ପାରିବେ ନାହିଁ ।

ସେପଟେ ଅମିତଙ୍କ ନିଲମ୍ବନ ପରେ ଦୁର୍ବଳ ଅମ୍ପାୟାରିଂକୁ ଦାୟୀ କରିଛି ହକି ଇଣ୍ଡିଆ। ତେବେ ଆଜିର ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ । ଅଲିମ୍ପିକ୍ସରେ ପୁଣିଥରେ ଜର୍ମାନୀକୁ ଭେଟିବାକୁ ଯାଉଛି ଭାରତ। ଟୋକିଓରେ ବ୍ରୋଞ୍ଜ ପଦକ ମୁକାବିଲାରେ ଜର୍ମାନୀକୁ ୫-୪ ଗୋଲରେ ହରାଇଥିଲା ଭାରତ। ଯଦି ରେକର୍ଡ ଉପରେ ନଜର ପକାଇବା, ତେବେ ଉଭୟ ଦେଶ ମଧ୍ୟରେ ୧୮ ମ୍ୟାଚ୍ ଖେଳାଯାଇଛି। ଭାରତ ୮ଟି ଏବଂ ଜର୍ମାନୀ ୬ଟି ମୁକାବିଲା ଜିତିଛି। ଏପରିକି ଶେଷ ୬ ମ୍ୟାଚରେ ୫ଟିରେ ଜର୍ମାନୀକୁ ହରାଇଛି ଭାରତ। ତେଣୁ ଜର୍ମାନୀ ବିପକ୍ଷ ସେମିଫାଇନାଲରେ ଭାରତର ପଲା ଭାରୀ ଥିବା କହିଛନ୍ତି ବିଶେଷଜ୍ଞ।

Paris 2024 Olympics

ସେହିପରି ଜାଭଲିନ୍ ଥ୍ରୋରେ ନିରଜଙ୍କ ଗ୍ରୁପ-ବି ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ୍ ଅପରାହ୍ନ ୩ଟା ୨୦ରୁ ଆରମ୍ଭ ହେବ । ଚଳିତ ଅଲିମ୍ପିକ୍ସରେ ନିରଜଙ୍କ ପାଖରେ ରହିଛି ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିବାର ସୁଯୋଗ । ସେହିପରି କିଶୋର ଜେନାଙ୍କଠାରୁ ମଧ୍ୟ ପଦକ ଜିତିବା ନେଇ ଆଶା ରହିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+