Paris Olympics: ଚମକିବେ ଓଡ଼ିଆ ପୁଅ କିଶୋର ଜେନା, ହକି ସେମିରେ ଖେଳିବ ଭାରତ, ଆଉ କେଉଁ କେଉଁ ଇଭେଣ୍ଟ ?

Paris Olympics India Schedule: ଆଜି ପ୍ୟାରିସ ଅଲିମ୍ପିକ୍ସ 2024 ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା । ନୀରଜ ଚୋପ୍ରା ମଧ୍ୟ ଫିଙ୍ଗିବେ ବର୍ଚ୍ଛା । ହକି ସେମିଫାଇନାଲ ଉପରେ ସାରା ଦେଶର ନଜର । ଦେଖନ୍ତୁ ଆଜିର ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ । ଅଧିକ ପଢ଼ନ୍ତୁ

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ର 10ମ ଦିନ (5 ଅଗଷ୍ଟ) ଭାରତ ପାଇଁ ନୈରାଶ୍ୟଜନକ ଥିଲା । ଭାରତ 2ଟି ପଦକ ଜିତିବାର ସୁଯୋଗ ପାଇଥିଲା, କିନ୍ତୁ ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ୍ ଏବଂ ଅନନ୍ତଜିତ୍ ସିଂହ ନାରୁକା ଏବଂ ମହେଶ୍ୱରୀ ଚୈହାନ ସ୍କିଟ୍ ମିଶ୍ରିତ ଦଳ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ହାରି ଯାଇଥିଲେ । ହେଲେ ଆଜି (6 ଅଗଷ୍ଟ) ଦେଶ ପାଇଁ ବହୁତ ବଡ଼ ଦିନ ହେବାକୁ ଯାଉଛି । ଆଜି ସମସ୍ତଙ୍କ ନଜର ଭାରତୀୟ ହକି ଦଳ ଉପରେ ରହିବ ।

କାରଣ ଆଜି ସେମିଫାଇନାଲରେ ଜର୍ମାନୀକୁ ଭେଟିବ ଭାରତୀୟ ହକି ଦଳ । ଅନ୍ୟପଟେ ସୁନାପୁଅ ନୀରଜ ଚୋପ୍ରା ଓ ଓଡ଼ିଆ ପୁଅ କିଶୋର ଜେନା ଆଜି ଜାଭେଲିନ ଫିଙ୍ଗିବେ । ଏଠାରେ ନଜର ପକାନ୍ତୁ ପ୍ୟାରିସ ଅଲିମ୍ପିକ୍ସ 2024ରେ ଆଜି କେଉଁ ଇଭେଣ୍ଟରେ ଖେଳିବେ ଭାରତୀୟ ଖେଳାଳି,

6 ଅଗଷ୍ଟ (ମଙ୍ଗଳବାର) ଭାରତୀୟ ଆଥଲେଟଙ୍କ ଅଲିମ୍ପିକ୍‌ କ୍ରୀଡ଼ାସୂଚୀ :-

ଟେବୁଲ ଟେନିସ: ପ୍ୟାରିସ୍‌ ଅଲିମ୍ପିକ୍ସ 2024ର 11ତମ ଦିନରେ, ଭାରତୀୟ ପୁରୁଷ ଟେବୁଲ୍ ଟେନିସ୍ ଦଳ ନିଜର ଅଭିଯାନ ଆରମ୍ଭ କରିବେ । ଯେଉଁଠାରେ ମାନବ ଠକ୍କର, ଶରତ କମଲ ଏବଂ ହରମିତ ଦେଶାଇ ନଜର ଆସିବେ । ଆଜି ଏହି ଇଭେଣ୍ଟରେ ପୁରୁଷ ରାଉଣ୍ଡ ଅଫ୍‌ 16ରେ ଭାରତୀୟ ଦଳ ଚୀନ୍ ଦଳ ବିପକ୍ଷରେ ମ୍ୟାଚ୍ ଖେଳିବ ।

ପୁରୁଷ ଦଳ ରାଉଣ୍ଡ ଅଫ୍‌ 16 - (ମାନବ ଠକ୍କର, ଶରତ କମଲ ଏବଂ ହରମିତ ଦେଶାଇ ) - ଦିନ 1:30

ଅଲିମ୍ପିକ୍ସ ଗେମ୍ସର ଏକାଦଶ ଦିନରେ ଆଜି ଭାରତର ସୁନା ପୁଅ ନୀରଜ ଚୋପ୍ରା ମୈଦାନକୁ ଓହ୍ଲାଇବେ । ତାଙ୍କୁ ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାର ଯୋଗ୍ୟତା ମ୍ୟାଚ୍‌ ଖେଳୁଥିବା ଦେଖିବାକୁ ମିଳିବ । ତାଙ୍କ ବ୍ୟତୀତ ଓଡ଼ିଆ ପୁଅ କିଶୋର କୁମାର ଜେନା ମଧ୍ୟ ଏହି ପ୍ରତିଯୋଗିତାରେ ମୈଦାନକୁ ଓହ୍ଲାଇବେ । ଯାହାଙ୍କ ଉପରେ ସାରା ଦେଶର ନଜର ରହିଛି । ଅନ୍ୟପଟେ ମହିଳା 400 ମିଟର ଷ୍ଟିପଲ୍‌ଚେଜ୍‌ ରାଉଣ୍ଡରେ ଭାରତର କିରଣ ପହଲ ଦେଖିବାକୁ ମିଳିବେ । ସେ ଭାରତ ପାଇଁ ପଦକ ଦାବିଦାର ରହିବେ ।

Paris 2024 Olympics Day 11

ପୁରୁଷ ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟ (ନୀରଜ ଚୋପ୍ରା ଓ କିଶୋର କୁମାର ଜେନା) - ଦିନ 1:50
ମହିଳା 400 ମିଟର ଷ୍ଟିପଲ୍‌ଚେଜ୍‌ ରାଉଣ୍ଡ (କିରଣ ପହଲ) - ଦିନ 2:20
କୁସ୍ତି: ପ୍ୟାରିସ ଅଲିମ୍ପିକ୍ସ 2024ର 11ତମ
ଦିନରେ ଆଜି ଭାରତର ତାରକା ମହିଳା ରେସଲର ଭିନେଶ ଫୋଗାଟଙ୍କୁ ଦେଖିବାକୁ ମିଳିବ । ମହିଳା 50 କିଲୋଗ୍ରାମ ବର୍ଗରେ ସେ ପ୍ରତିଦ୍ବନ୍ଦ୍ବିତା କରିବେ । ଯୋଗ୍ୟତା ପର୍ଯ୍ୟାୟରୁ ସେମିଫାଇନାଲ ପର୍ଯ୍ୟନ୍ତ ସେ ମ୍ୟାଚ୍‌ରେ ଭାଗ ନେବେ । ଏହା ବ୍ୟତୀତ ମହିଳା 68 କିଲୋଗ୍ରାମ ବର୍ଗରେ ରେପେଚେଜ୍ ଏବଂ ପଦକ ମ୍ୟାଚ୍‌ ମଧ୍ୟ ଖେଳାଯିବ । ଏହି ବର୍ଗରେ ଭାରତର ନିଶା ଦହିଆ ଖେଳୁଛନ୍ତି । ସେ ଆଜି କ୍ୱାର୍ଟରଫାଇନାଲ୍ ଖେଳିବେ । ଯଦି ସେ ଫାଇନାଲରେ ପ୍ରବେଶ କରନ୍ତି, ତେବେ ସେ ଆଜି ପଦକ ପାଇଁ ମଧ୍ୟ ଖେଳିବେ ।

ମହିଳା 50 କିଲୋଗ୍ରାମ (ଭିନେଶ ଫୋଗାଟ) - ଦିନ 2:30
ମହିଳା 68 କିଲୋଗ୍ରାମ ପଦକ ମ୍ୟାଚ୍‌ - ଦିନ 12:20
ମହିଳା 68 କିଲୋଗ୍ରାମ ରେପେଚେଜ - ଦିନ 2:30
ହକି: ହରମାନପ୍ରୀତ ସିଂଙ୍କ ଅଧିନାୟକତ୍ୱରେ ଭାରତୀୟ ହକି ଦଳ ଆଜି ଜର୍ମାନୀ ସହ ସେମିଫାଇନାଲ ମ୍ୟାଚ୍‌ ଖେଳିବ । କ୍ୱାର୍ଟର ଫାଇନାଲ ମ୍ୟାଚରେ ପେନାଲ୍ଟି ସୁଟଆଉଟରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ବର୍ତ୍ତମାନ ଫାଇନାଲରେ ପହଞ୍ଚିବା ଏବଂ ସ୍ବର୍ଣ୍ଣ ପଦକ ଜିତିବା ଦଳର ଏକମାତ୍ର ଲକ୍ଷ୍ୟ ହେବ ।

ପୁରୁଷ ହକି ସେମିଫାଇନାଲ (ଭାରତ ବନାମ ଜର୍ମାନୀ) - ରାତି 10:30

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+