Get Updates
Get notified of breaking news, exclusive insights, and must-see stories!

ହାଇଜମ୍ପରେ ଭାରତକୁ ଡବଲ୍ ପଦକ; ମରିୟପ୍ପନଙ୍କୁ ରୌପ୍ୟ, ଶରଦଙ୍କୁ କାଂସ୍ୟ

ଟୋକିଓ ପାରା ଅଲମ୍ପିକରେ କମାଲ୍ କରୁଛନ୍ତି ପାରା ଆଥଲେଟ । ମରିୟପ୍ପନ ଥଙ୍ଗାବେଲୁ ରୌପ୍ୟ ପଦକ ଜିତିଥିବା ବେଳେ ଶରଦ କୁମାର କାଂସ୍ୟ ପଦକ ଜିତିଛନ୍ତି ।

ଟୋକିଓ: ଟୋକିଓ ପାରା ଅଲମ୍ପିକରେ କମାଲ୍ କରୁଛନ୍ତି ପାରା ଆଥଲେଟ । ମରିୟପ୍ପନ ଥଙ୍ଗାବେଲୁ ରୌପ୍ୟ ପଦକ ଜିତିଥିବା ବେଳେ ଶରଦ କୁମାର କାଂସ୍ୟ ପଦକ ଜିତିଛନ୍ତି । ପୁରୁଷ ହାଇ ଜମ୍ପରେ ଟି୬୩ରେ ମରିୟପ୍ପନ ୧.୮୬ ମିଟର ଡେଇଁ ଥିବାବେଳେ ଶରଦ ୧.୮୩ ମିଟର ଜମ୍ପ ମାରିଛନ୍ତି ।

tokyo paralympics 2020

ଭାରତ ପାରାଲିମ୍ପିକ୍ସରେ ଏପର୍ଯ୍ୟନ୍ତ ୨ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ପାଇଛି। ଭାରତର ମେଡାଲ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ପାରାଲିମ୍ପିକ୍ସରେ ମରିୟପ୍ପନଙ୍କର ଏହା ଦ୍ୱିତୀୟ ପଦକ। ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ମରିୟପ୍ପନ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ଭାରତର ଅନ୍ୟତମ ପଦକ ଦାବିଦାର ବରୁଣ ଭଟ୍ଟି ନିରାଶ କରିଛନ୍ତି। ବରୁଣ ୧.୭୭ ମିଟର୍ ଜମ୍ପ ମାରି ସପ୍ତମ ସ୍ଥାନରେ ରହିଛନ୍ତି।

ଏହା ପୂର୍ବରୁ ଭାରତର ନିଷାଦ କୁମାର ରବିବାର ପୁରୁଷ ହାଇ ଜମ୍ପରେ ଟି୪୭ରେ ରେକର୍ଡ କରି ରୌପ୍ୟ ପାଇଥିଲେ । ଏଥିସହ ମରିୟପ୍ପନ ପାରାଅଲମ୍ପିକରେ ଲଗାତାର ଦ୍ୱିତୀୟ ପଦକ ଜିତି ଇତିହାସ ରଚିଛନ୍ତି । ଏହା ପୂର୍ବରୁ ରିୟୋ ୨୦୧୬ ଅଲମ୍ପିକରେ ମରିୟପ୍ପନ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+