Pramod Bhagat: ସସ୍ପେଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ପାରା ସଟଲର୍ ପ୍ରମୋଦ ଭଗତ
ସସ୍ପେଣ୍ଡକୁ ନେଇ ପାରା ସଟଲର୍ ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରମୋଦ କହିଛନ୍ତି, ଏହା ଏକ ଟେକ୍ନିକାଲ ଇସ୍ୟୁ, ମୋର କିଛି ଭୁଲ ନାହିଁ । ଏହା ୱାଡ଼ାର ବହୁତ ବଡ଼ କଠିନ ନିଷ୍ପତ୍ତି ବୋଲି ସେ କହିଛନ୍ତି । ମୁଁ ଗଭୀର ଭାବେ ଦୁଃଖିତ। ତଥାପି ପୁନଃ ବିଚାର ଲାଗି ମୁଁ ଆବେଦନ କରିବି ବୋଲି ପ୍ରମୋଦ କହିଛନ୍ତି।
ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ସସ୍ପେଣ୍ଡ କରିଛି। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସେ ସସ୍ପେଣ୍ଡ ହୋଇଛନ୍ତି। ଫଳରେ ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭାଗ ନେଇପାରିବେନି। ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ ମିଳିଥିଲା।

ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ 'ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର' ଲାଭ କରି ସାରିଛନ୍ତି ପାରାଲିମ୍ପିଆନ୍ ପ୍ରମୋଦ ଭଗତ । ମାତ୍ର ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ବରଗଡ଼ ଜିଲ୍ଲା, ଓଡ଼ିଶା ତଥା ପୁରା ଦେଶବାସୀଙ୍କ ମଧ୍ୟରେ ନିରାଶା ଭାବ ଖେଳିଯାଇଛି । ଏହା କ୍ରୀଡ଼ାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି ।
ପ୍ରମୋଦ ଭଗତଙ୍କ ସଫଳତା ଏବଂ କ୍ରୀଡା ପ୍ରତି ଉତ୍ସର୍ଗୀକୃତ ଭାବନା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି । ଟୋକିଓ ପାରା ଅଲିମ୍ପିକ୍ସ-୨୦୨୦ରେ ପୁରୁଷ ସିଙ୍ଗଲ୍ସ SL3 ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ନିଜ କ୍ୟାରିଅରରେ ସେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ବିଜୟ ପାରା-ବ୍ୟାଡମିଣ୍ଟନରେ ଭାରତର ଶକ୍ତିକୁ ସୂଚିତ କରିଛି । ପାରାଅଲିମ୍ପିକ୍ସରେ ସଫଳତା ବ୍ୟତୀତ ଭାଗବତ ବିଶ୍ୱ ଚାମ୍ପିୟନସିପ ଏବଂ ଏସିଆନ୍ ପାରା ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ବିଶ୍ୱ ସ୍ତରରେ ପାରା-ବ୍ୟାଡମିଣ୍ଟନରେ ଭାରତର ସମ୍ମାନ ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ । ହେଲେ ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ନିଲମ୍ବିତ ହେବା ଘଟଣା ତାଙ୍କର ପଦକ ଆଶାକୁ ଧୂଳିସାତ କରିଦେଇଛି।












Click it and Unblock the Notifications