ପାରା ଆଥଲେଟିକ୍ସ ଚାମ୍ପିଅନସିପ୍: ବିଶ୍ୱ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ଜିତିଲେ ଦୀପ୍ତି

ଭାରତର ଦୀପ୍ତି ଜୀବାଞ୍ଜୀ ବିଶ୍ୱ ରେକର୍ଡ ସୃଷ୍ଟି କରି ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୪ ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୀପ୍ତି ୪୦୦ ମିଟର ରେସ୍‌ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ୫୫.୦୭ ସେକେଣ୍ଡରେ ୪୦୦ ମିଟର ରେସ୍‌କୁ ସମାପ୍ତ କରିଥିଲେ।

Sports

ପ୍ୟାରିସରେ ଆୟୋଜିତ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନଶିପରେ ଆମେରିକୀୟ ଆଥଲେଟ ବ୍ରେନା କ୍ଲାର୍କଙ୍କ ରେକର୍ଡ ସେ ଭାଙ୍ଗିଥିଲେ।
ଆମେରିକାର ବ୍ରେନ୍ନା କ୍ଲାର୍କ ପ୍ୟାରିସରେ ଚାଲିଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ୫୫.୧୨ ସେକେଣ୍ଡର ରେକର୍ଡ ସ୍ଥାପନ କରିଥିଲେ, ଯାହା ବର୍ତ୍ତମାନ ଭାଙ୍ଗି ଯାଇଛି। ପ୍ୟାରିସରେ ତୁର୍କୀର ଆଇସେଲ ଓଣ୍ଡର ୫୫.୧୯ ସେକେଣ୍ଡରେ ରେସ୍‌କୁ ସମାପ୍ତ କରିଥିଲେ ଏବଂ ଇକ୍ୟୁଏଡରର ଲିଜାନସେଲା ଆଙ୍ଗୁଲୋ ୫୬.୬୮ ସେକେଣ୍ଡରେ ରେସ୍‌କୁ ସମାପ୍ତ କରିଥିଲେ। ଆଇସେଲ ଓଣ୍ଡର ଦ୍ୱିତୀୟ ଏବଂ ଲିଜାନସେଲା ଆଙ୍ଗୁଲୋ ତୃତୀୟ ସ୍ଥାନରେ ରହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୪ ରେ ଭାରତର ମୋଟ ଚାରିଟି ପଦକ ଆସିଛି । ଦୀପ୍ତି ଭାରତକୁ ପ୍ରଥମ ସ୍ଵର୍ଣ୍ଣ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୪ ମଇ ୧୭ ଶୁକ୍ରବାରରୁ ଆରମ୍ଭ ହୋଇଥିଲା | ଏହି ଚାମ୍ପିୟନଶିପ ଶନିବାର, ମେ ୨୪ ରେ ଶେଷ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+