ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ପାପୁଆ ନ୍ୟୁ ଗିନି: ଦେଖନ୍ତୁ, ତାଲିକାରେ ଅଛନ୍ତି ଆଉ କେଉଁ କେଉଁ ଦଳ
ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ୱକପ କ୍ରିକେଟ ପାଇଁ ପାପୁଆ ନ୍ୟୁ ଗିନି ଯୋଗ୍ୟତା ହାସଲ କରିଛି । ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ପିଏନଜି ୧୦୦ ରନରେ ଫିଲିପାଇନ୍ସକୁ ହରାଇଛି ।
ଆଗାମୀ ୨୦୨୪ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଏଥିରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ବର୍ତ୍ତମାନ ସୁଦ୍ଧା ୧୫ ଟି ଟିମ ଯୋଗ୍ୟତା ହାସଲ କରି ସାରିଛନ୍ତି । ଆଉ ୫ଟି ସ୍ଥାନ ଖାଲି ରହିଛି । ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଏବେ ପର୍ଯ୍ୟନ୍ତ ୨୦୨୨ ଟି-୨୦ ବିଶ୍ୱକପର ଶ୍ରେଷ୍ଠ ୮ ଟିମ ଏବଂ ଆଇସିସି ଟି-୨୦ ଶ୍ରେଷ୍ଠ ୧୦ ଟିମର ଅବଶିଷ୍ଟ ଦୁଇଟି ଦଳ ଆୟୋଜକ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ସିଧାସଳଖ ପ୍ରବେଶ କରିଛନ୍ତି ।

ଏହା ବ୍ୟତୀତ ତିନିଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଖେଳି ଯୋଗ୍ୟତା ହାସଲ କରିଛନ୍ତି । ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ପାପୁଆ ନ୍ୟୁ ଗିନି ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ବର୍ତ୍ତମାନ ଅବଶିଷ୍ଟ ପାଞ୍ଚଟି ସ୍ପଟର ନିଷ୍ପତ୍ତି ଆମେରିକା କ୍ୱାଲିଫାୟର୍, ଏସିଆ କ୍ୱାଲିଫାୟର୍ ଏବଂ ଆଫ୍ରିକା କ୍ୱାଲିଫାୟରରୁ ସ୍ଥିର କରାଯିବ । ଆମେରିକାର ଗୋଟିଏ ଦଳ ଏବଂ ଏସିଆ ଏବଂ ଆଫ୍ରିକାର ଦୁଇଟି ଦଳ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଟିକେଟ ପାଇବେ। ୨୦୨୩ ଡିସେମ୍ବର ୧ ସୁଦ୍ଧା ୨୦୨୪ ଟି -୨୦ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୦ଟି ଦଳର ନାମ ସ୍ପଷ୍ଟ ହୋଇଯିବ ।
ଆୟୋଜକ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ବ୍ୟତୀତ ଭାରତ, ଇଂଲଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ଥାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ, ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ପପୁଆ ନ୍ୟୁ ଗିନି ୨୦୨୪ ଟି -୨୦ ବିଶ୍ୱକପରେ ସ୍ଥାନ ପାଇଛନ୍ତି ।
ପ୍ରଥମଥର ପାଇଁ ୨୦ଟି ଦଳ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରିବେ । ଏହି ୨୦ଟି ଦଳକୁ ଚାରୋଟି ଦଳରେ ବିଭକ୍ତ କରାଯିବ । ପାଞ୍ଚଟି ଲେଖାଏଁ ଟିମ ସହିତ ଚାରୋଟି ଗ୍ରୁପରେ ବିଭକ୍ତି ହେବେ । ସେମାନଙ୍କୁ ମଧ୍ୟରୁ ଟପ୍-୨ ଦଳ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବେ । ଯେଉଁଠି ୮ ଟି ଦଳ ମଧ୍ୟରେ ସଙ୍ଘର୍ଷ ସହ ଟୁର୍ଣ୍ଣାମେଣ୍ଟ ଆଗକୁ ଗତି କରିବ ।
ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ଖେଳା ଯାଇଥିବା ଏହି ମ୍ୟାଚରେ ପିଏନଜି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୨୯ ରନ କରିଥିଲା । ଫିଲିପାଇନ୍ସ ୬ ୱିକେଟ ହରାଇ ୧୨୯ ରନ କରିବାକୁ ସକ୍ଷମ ହୋଇଥିଲା ।












Click it and Unblock the Notifications