ପନ୍ତଙ୍କ ଡବଲ ଶତକ; ରାହୁଲଙ୍କ ଶତକ: ଇଂଲଣ୍ଡକୁ ୩୭୧ ରନ୍ ଲକ୍ଷ୍ୟ ଦେଲା ଭାରତ

ପ୍ରଥମ ପାଳି ଭଳି ପ୍ରାଧାନ୍ୟ ବିସ୍ତାର କରିବା ପରେ ନାଟକୀୟ ବିପର୍ଯ୍ୟୟ ସହ ଭାରତ ମ୍ୟାଚ୍‌କୁ ସମତୁଲ ସ୍ଥିତିକୁ ଠେଲି ଦେଇଛି । କେଏଲ୍‌ ରାହୁଲଙ୍କ ଚମତ୍କାର ଶତକ ସହିତ ଋଷଭ ପନ୍ତ୍‌ଙ୍କ ଯୋଡ଼ା ଶତକ ବଳରେ ଭାରତ ଏକଦା ବିଶାଳ ସ୍କୋର୍‌ ଦିଗରେ ଅଗ୍ରସର ହୋଇଥିଲା।

କିନ୍ତୁ ଦ୍ବିତୀୟ ନୂଆ ବଲ୍ ନେବା ପରେ ଇଂଲଣ୍ଡ ବୋଲରଙ୍କ ପ୍ରାଧାନ୍ୟ କାରଣରୁ ମ୍ୟାଚ୍‌ ରୋମାଞ୍ଚକ ସ୍ଥିତି ଆଡ଼କୁ ଗତି କରିଛି। ଭାରତର ଦ୍ବିତୀୟ ପାଳି ୩୬୪ ରନ୍‌ରେ ଶେଷ ହୋଇଯାଇଛି। ଫଳରେ ଘରୋଇ ଦଳ ସମ୍ମୁଖରେ ୩୭୧ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ କୌଣସି ୱିକେଟ୍‌ ନହରାଇ ୨୧ ରନ୍‌ କରିନେଇଛି।

Pant s double century

ସୋମବାର ସକାଳେ ଭାରତ ଏହାର ଅସମାପ୍ତ ପାଳି ୯୦/୨ରୁ ଖେଳିବା ପରେ ଅଧିନାୟକ ଶୁବମନ ଗିଲ୍ (୮) ପ୍ଲେଡ୍ ଅନ୍‌ ହୋଇଯାଇଥିଲେ। ଏହି ସମୟରେ କିନ୍ତୁ ଇଂଲଣ୍ଡର ଶାଣିତ ବୋଲିଂକୁ ଫିକା ପକାଇଥିଲେ ଋଷଭ ପନ୍ତ୍ ଓ କେଏଲ୍ ରାହୁଲଙ୍କ ଯୋଡ଼ି। ପ୍ରଥମ ପାଳି ଭଳି ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନିୟନ୍ତ୍ରଣରେ ରଖି ପନ୍ତ୍‌ ବ୍ୟାଟିଂ କରିଥିଲେ। ରାହୁଲ ବି ଅତି ମନ୍ଥର ଖେଳି ଦାୟିତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ।

ମଧ୍ୟାହ୍ନ‌ ଭୋଜନ ପୂର୍ବରୁ ଭାରତ ଖେଳିଥିବା ୨୪ ଓଭରରେ ମାତ୍ର ୬୩ ରନ୍ ଯୋଡ଼ି ମ୍ୟାଚ୍‌ର ସବୁଠାରୁ ମନ୍ଥର ଅଧିବେଶନ ରେକର୍ଡ କରିଥିଲା। ବିରତି ପରେ କିନ୍ତୁ ସ୍ଥିତିକୁ ବଦଳାଇ ଦେଇଥିଲେ ଏହି ଭାଗୀଦାରି। ବିଶେଷ କରି ପନ୍ତ୍‌ ଭୋଜନ ବିରତି ପରବର୍ତ୍ତୀ ପ୍ରଥମ ଓଭରକୁ ମେଡେନ୍ ଖେଳିଥିଲେ ମଧ୍ୟ ଆକ୍ରମଣାତ୍ମକ ରୂପ ଆରମ୍ଭ କରି ଦେଇଥିଲେ। ଏକଦା ୬୫ ବଲ୍‌ରୁ ୩୧ ରନ୍ କରିଥିବା ପରବର୍ତ୍ତୀ ୪୪ ବଲ୍‌ରୁ ୬୪ ରନ୍ ଯୋଡ଼ିଥିଲେ। ସ୍ପିନର୍ ସୋଏବ ବଶିରଙ୍କୁ ଗୋଟିଏ ଓଭରରେ ବି ଦୁଇଟି ବିଶାଳ ଛକା ମାରିଥିଲେ। କିନ୍ତୁ ବ୍ୟକ୍ତିଗତ ଭାବେ ୯୫ ରନ୍‌ରୁ ଶତକ ପୂର୍ଣ୍ଣ ପାଳି ୨୧ ବଲ୍‌ ଖେଳିଥିଲେ। ପ୍ରଥମ ପାଳିର ୧୩୪ ରନ୍ ପରେ ସେ ଦ୍ବିତୀୟ ପାଳିରେ ୧୧୮ ରନ୍ (୧୪୦ ବଲ୍‌, ୧୫ ଚୌକା, ୩ ଛକା) କରି ବଶିରଙ୍କ ଶିକାର ହୋଇଥିଲେ।

ଗୋଟିଏ ଟେଷ୍ଟ୍‌ର ଉଭୟ ପାଳିରେ ଶତକ ହାସଲ କରିବାରେ ସେ ସପ୍ତମ ଭାରତୀୟ ଏବଂ ପ୍ରଥମ ଭାରତୀୟ ୱିକେଟ୍‌ରକ୍ଷକ ହୋଇଥିଲେ। ବିଶ୍ବର ଦ୍ବିତୀୟ ୱିକେଟରକ୍ଷକ ଭାବେ ମଧ୍ୟ ଏହି ଯୋଡ଼ା ଶତକର ଗୌରବ ଅର୍ଜନ କରିଥିଲେ। ପୂର୍ବରୁ କେବଳ ଜିମ୍ବାୱେର ଆଣ୍ଡି ଫ୍ଲାୱାର (୧୪୨ ଓ ୧୯୯* ବନାମ ଦକ୍ଷିଣ ଆଫ୍ରିକା, ହରାରେ, ୨୦୦୧) ଏହି କ୍ଲବ୍‌ର ସଦସ୍ୟ ଥିଲେ। ଇଂଲଣ୍ଡରେ କିନ୍ତୁ ଯୋଡ଼ା ଶତକ ହାସଲ କରିବାରେ ପନ୍ତ୍‌ ପ୍ରଥମ ଭାରତୀୟ ହୋଇଛନ୍ତି। ଗୋଟିଏ ଟେଷ୍ଟ୍‌ରେ ୯ ଛକା ମାରିବାରେ ମଧ୍ୟ ସେ ଇଂଲଣ୍ଡରେ ଯୁଗ୍ମ ସର୍ବାଧିକ ହୋଇଥିଲେ। ତେବେ ବିଶ୍ବ କ୍ରିକେଟ୍‌ରେ ୭୮ଜଣ ଖେଳାଳି ୯୬ ଥର ଯୋଡ଼ା ଶତକ ହାସଲ କରିଛନ୍ତି। ରାହୁଲଙ୍କ ଶତକ (୧୩୭, ୨୪୭ ବଲ୍‌, ୧୮ ଚୌକା) ସହିତ ଭାରତ ମଧ୍ୟ ପ୍ରଥମ ଥର ପାଇଁ ଏକ ଟେଷ୍ଟ୍‌ରେ ୫ ଶତକ ପାଇଛି। କରୁଣ ନାୟାରଙ୍କ ପ୍ରତ୍ୟାବର୍ତ୍ତନ ଟେଷ୍ଟ୍ (୦, ୨୦)ରେ ବି ଶେଷ ହୋଇଛି। ପ୍ରଥମ ପାଳିରେ ଭାରତ ଶେଷ ୭ ୱିକେଟ୍‌ ୪୧ ରନ୍‌ରେ ହରାଇଥିଲା, ସୋମବାର ଦ୍ବିତୀୟ ପାଳିରେ ବି ସେହି ଧାରାରେ ଯାଇ ଶେଷ ୬ ୱିକେଟ୍‌କୁ ମାତ୍ର ୩୧ ରନ୍‌ରେ ହରାଇଛି। ଏହି ୬ ୱିକେଟ୍ ଦ୍ବିତୀୟ ନୂଅା ବଲ୍‌ ଆସିବା ପରେ ଇଂଲଣ୍ଡ ଦଖଲ କରିଥିଲା।

ସଂକ୍ଷିପ୍ତ ସ୍କୋର୍‌: ଭାରତ ପ୍ରଥମ ପାଳି: ୪୭୧/୧୦ (ଶୁବମନ ଗିଲ୍‌-୧୪୭, ଋଷଭ ପନ୍ତ-୧୩୪, ଯଶସ୍ବୀ ଜୟସ୍ବାଲ-୧୦୧, ବେନ୍ ଷ୍ଟୋକ୍ସ-୪/୬୬, ଜୋସ୍ ଟଙ୍ଗ୍‌-୪/୮୬)। ଇଂଲଣ୍ଡ ପ୍ରଥମ ପାଳି: ୪୬୫/୧୦ (ଓଲି ପୋପ୍ ୧୦୬, ହ୍ୟାରି ବ୍ରୁକ୍ ୯୯, ଯଶପ୍ରୀତ୍ ବୁମ୍‌ରା ୫/୮୩, ପ୍ରସିଦ୍ଧ କ୍ରିଷ୍ଣା ୩/୧୨୮, ମହମ୍ମଦ ସିରାଜ ୨/୧୨୨)। ଭାରତ ଦ୍ବିତୀୟ ପାଳି: ୯୬ ଓଭରରେ ୩୬୪/୧୦ (କେଏଲ୍ ରାହୁଲ-୧୩୭, ଋଷଭ ପନ୍ତ୍‌-୧୧୮, ରବୀନ୍ଦ୍ର ଜା‌ଡ଼େଜା-୨୫*, ଜୋସ୍ ଟଙ୍ଗ୍‌-୩/୭୨, ବ୍ରାଇଡନ୍ କାର୍ସ ୩/୮୦, ସୋଏବ ବଶିର-୨/୯୦, କ୍ରିସ୍ ୱକ୍ସ-୧/୪୫, ବେନ୍ ‌ଷ୍ଟୋକ୍ସ-୧/୪୭)। ଇଂଲଣ୍ଡ ଦ୍ବିତୀୟ ପାଳି: ୬ ଓଭରରେ ୨୧/୦ (ଜ୍ୟାକ୍‌ କ୍ରଲି ୧୨*, ବେନ୍‌ ଡକେଟ୍‌ -୯*)

ଗିଲ୍‌ଙ୍କ ଷ୍ଟମ୍ପ୍ସ ଉଡ଼ିଲା
ପ୍ରଥମ ପାଳିରେ ୧୪୭ ରନ୍‌ର କ୍ୟାରିୟର୍ ଶ୍ରେ‌ଷ୍ଠ ପାଳି ଖେଳିଥିବା ଗିଲ୍‌ ସୋମବାର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ଇଂଲଣ୍ଡର ଯୁବ ପେସ୍‌ ବୋଲର ବ୍ରାଏଡନ୍‌ କାର୍ସଙ୍କ ଚମତ୍କାର ବଲ୍‌ ଗୁଡ୍‌ ଲେନ୍ଥ୍‌ରେ ପଡ଼ି ଅଫ୍‌ଷ୍ଟମ୍ପ୍‌ ବାହାରକୁ ଯିବାକୁ ବସିଥିଲା। କିନ୍ତୁ ଗିଲ୍‌ଙ୍କ ବ୍ୟାଟ୍‌ ଛୁଇଁ ଏହା ଷ୍ଟମ୍ପ୍ସ ଭାଙ୍ଗି ଦେଇଥିଲା। ପ୍ରଥମେ ପ୍ରଥମେ ଗିଲ୍ ନିଜକୁ ବିଶ୍ବାସ କରିପାରି ନଥିଲେ। ପ୍ରଥମ ପାଳିରେ ସେ ସୋଏବ୍ ବଶିରଙ୍କୁ ସ୍ଲଗ୍ ଫ୍ଲିକ୍‌ ଖେଳିବାକୁ ଯାଇ ଡିପ୍ ସ୍କୋୟାର୍ ଲେଗ୍‌ରେ ଜୋସ୍ ଟଙ୍ଗ୍‌ଙ୍କ ହାତରେ ଧରାପଡ଼ିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+