କ୍ୟାରିଅରର ସପ୍ତମ ଶତକ ହାସଲ କଲେ ପନ୍ତ

ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୨୦ଠାରୁ ଲିଡ୍ସର ହେଡିଂଲି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ଆଜି ଏହି ମ୍ୟାଚ୍ର ଦ୍ୱିତୀୟ ଦିନ । ଯଶସ୍ୱୀ ଜୟସ୍ୱାଲ ଓ ଶୁବମନ ଗିଲଙ୍କ ପରେ ଏବେ ରିଷଭ ପନ୍ତ ବି ଶତକ ହାସଲ କରିଛନ୍ତି । ପନ୍ତ ଏହି ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି । କାରଣ ସେ ୧୫୦ ବଲରୁ ଶତକ ହାସଲ କରିଥିଲେ, ଯେଉଁଥିରେ ୫ ଛକା ଓ ୧୦ ଚୌକା ମାରିଛନ୍ତି । ଛକା ମାରି ପନ୍ତ ନିଜ କ୍ୟାରିୟରର ସପ୍ତମ ଶତକ ହାସଲ କରିଥିଲେ ।

Pant

ଭାରତୀୟ ଦଳ ପ୍ରଥମ ଇଂନିସରେ ୪ ୱିକେଟ୍ ହରାଇ ୪୦୦ରୁ ଅଧିକ ରନ୍ କରିଛି । ଶୁଭମନ ଗିଲ୍ ୧୪୭ ରନ କରି ଆଉଟ୍ ହୋଇଯାଇଛନ୍ତି ଏବଂ ରିଷଭ ପନ୍ତ ୧୧୩ ରନରେ ବ୍ୟାଟିଂ କରୁଛନ୍ତି । ପନ୍ତ, ଗିଲଙ୍କ ଯୋଡ଼ି ଚତୁର୍ଥ ୱିକେଟରେ ୧୯୦ରୁ ଅଧିକ ରନର ପାର୍ଟନରସିପ୍ କରିଛନ୍ତି ।

ଏହି ମ୍ୟାଚରେ ଟସ ଜିତି ଇଂଲଣ୍ଡ ଟିମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଲରେ ବ୍ୟାଟିଂ କରିଥିଲେ ଭାରତୀୟ ଟିମ୍ । ଭାରତ ଭଲ ଆରମ୍ଭ କରିଥିଲା । କେଏଲ ରାହୁଲ ଏବଂ ଯଶସ୍ୱୀ ଜୟସ୍ୱାଲ ପ୍ରଥମ ୱିକେଟ ପାଇଁ ୯୧ ରନ କରିଥିଲେ । ଡେବ୍ୟୁଟାଣ୍ଟ ସାଇ ସୁଦର୍ଶନ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ସେହିପରି ଏହି ମ୍ୟାଚରେ ଜୟସ୍ୱାଲ ୧୦୧, କେଏଲ ରାହୁଲ ୪୨, ଶୁଭମନ ଗିଲ ୧୪୭ ରନ କରି ଆଉଟ ହୋଇଛନ୍ତି । ଖବର ଲେଖାହେବା ସମୟରେ ଋଷଭ ପନ୍ତ, କରୁଣ ନାୟର ଏବେ କ୍ରିଜରେ ରହିଛନ୍ତି ।

ଏହାପରେ ଯଶସ୍ୱୀ ଏବଂ ଅଧିନାୟକ ଶୁଭମନ ଗିଲ ତୃତୀୟ ୱିକେଟ ପାଇଁ ୧୨୯ ରନର ଭାଗୀଦାରି କରିଥିଲେ। ଯଶସ୍ୱୀ ୧୪୪ ବଲରେ ତାଙ୍କର ଶତକ ପୂରଣ କରିଥିଲେ ଏବଂ ୧୦୧ ରନ କରିବା ପରେ ଆଉଟ ହୋଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ଥିଲା। ଶୁଭମନ ଗିଲ ଅଧିନାୟକ ଭାବରେ ତାଙ୍କର ଡେବ୍ୟୁ ଟେଷ୍ଟରେ ୧୪୦ ବଲରେ ଶତକ ହାସଲ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+