ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତ ନିିର୍ବାଚିତ ହୋଇଛନ୍ତି। ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ବବି ଦାସଙ୍କ ଇସ୍ତଫା ପରେ ଓସିଏ ସଭାପତି ପଦବୀ ଖାଲିପଡ଼ିଥିଲା। ବାରବାଟୀ ଫ୍ଲଡଲାଇଟ ବିଭ୍ରାଟ ନେଇ ନବ ନିର୍ବାଚିତ ସଭାପତି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି ଯେ ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯାଇଛି।

ଗତମାସରେ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଉପସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି କାମଚଳା ସଭାପତି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ପଙ୍କଜ ଗତଥର ଓସିଏର ସଭାପତି ଥିଲେ ଏବଂ ସୁଚାରୁରୂପେ ଦାୟିତ୍ବ ସମ୍ପାଦନ କରିଥିଲେ। ପ୍ରଣବ ପ୍ରକାଶଙ୍କ ଆବିର୍ଭାବ ପରେ ପଙ୍କଜ ଲୋଚନ ଗତ ନିର୍ବାଚନରେ ଉପସଭାପତି ନିର୍ବାଚିତ ହୋଇଥିଲେ।
ବିସିସିଆଇର ନିୟମ ଅନୁସାରେ, କୌଣସି ସଂଘରେ ଖାଲି ଥିବା ପଦ ପୂରଣ ପାଇଁ ୪୫ ଦିନ ମଧ୍ୟରେ ନିର୍ବାଚନ କରିବା ଉଚିତ। ତେବେ ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ଖେଳାଯିବାର ଥିବାରୁ ଓସିଏର ଅନୁରୋଧରେ ନିର୍ବାଚନ ବା ଏଜିଏମ୍କୁ ଫେବୃଆରୀ ୨୩କୁ ଘୁଞ୍ଚାଇ ଦେବା ପାଇଁ ନିର୍ବାଚନ ଅଧିକାରୀ ଏମ୍.ଏଲ୍. ମଜୁମଦାର ରାଜି ହୋଇଥିଲେ।












Click it and Unblock the Notifications