ଜୟ ଶାହଙ୍କୁ ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର
ଜୟ ଶାହଙ୍କୁ ଧମକ । ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ୱକପକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପାକ୍ ର ଜଣେ ୟୁଟ୍ୟୁବର ବଡ କଥା କହିଛନ୍ତି । ସେ ଖୁଲମଖୁଲା ଆଇସିସିକୁ ଚେତାବନୀ ଦେଇଛନ୍ତି । ଏହି ୟୁଟ୍ୟୁବର ଜଣଙ୍କ ହେଲେ ଅର୍ଶଲାନ ନସିର୍ । ୧୫ ମିନିଟର ଏକ ଭିଡିରେ ସେ ଏମିତି କିଛି କହିଛନ୍ତି ଯାହା ଭାରତୀୟ ଫ୍ୟାନ୍ସଙ୍କୁ ଉତ୍ତେଜିତ କରିଛି ।

ଆହୁରି ମଧ୍ୟ ଭିଡିଓରେ ସେ ଏସିଆ କପରେ ହ୍ୟାଣ୍ଡସେକ୍ ବିବାଦ କଥା ଉଠାଇଛନ୍ତି । ଏଥିରେ ଭାରତ ପାକିସ୍ତାନୀ ଖେଳାଳିଙ୍କ ସହ କରମର୍ଦ୍ଦନ କରିନଥିଲା । ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପ୍ରସଙ୍ଗରେ ଭାରତ ଏପରି ନିଷ୍ପତ୍ତି ନେଇଥିଲା । ଅପରେସନ ସିନ୍ଦୂରକୁ ମଧ୍ୟ ଦଳ ସମର୍ଥନ କରିଥିଲା ।
ସୂଚନାଯୋଗ୍ୟ, ଭାରତ ସହ ଟି୨୦ ମୁକାବିଲା ଖେଳିବନି ବୋଲି ମନା କରିଛି ପାକିସ୍ତାନ । ଟି୨୦ ବିଶ୍ୱକପରେ ସାମିଲ ହେବ ଟିମ୍ । କିନ୍ତୁ ଟିମ୍ ଇଣ୍ଡିଆ ସହ ହେବନି ଫାଇଟ୍ । ଇସଲାମାବାଦର ଏପରି କିଛି ଘୋଷଣା ପରେ ଚିନ୍ତାରେ ପାକିସ୍ତାନ ଏବଂ ଭାରତର ଫ୍ୟାନ୍ସ । ଆଇସିସି ମଧ୍ୟ ବ୍ୟବସାୟ କ୍ଷତି ସହିବା ନେଇ ଆଶଙ୍କାରେ ରହିଛି । ପିସିବିକୁ ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications