ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହେବ ପାକିସ୍ତାନ ! ଆଇସିସି ଦେଲା ଚେତାବନୀ
ଏବେ ଆଉ କ୍ରିକେଟ୍ ଖେଳିପାରବନି ପାକିସ୍ତାନ । ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ମିଳିବନି ପରମିସନ୍ । ଆଇସିସି ଛଡାଇ ନେବ ଅନେକ ମାନ୍ୟତା । କିଛି ଏପରି ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଆଇସିସି ମଧ୍ୟ ପିସିବିକୁ ଦେଇଛି ଧମକ୍ । ନେଇ ଧମକ ଦେବା ପରେ ତାଗିଦ୍ କରିଛି ଆଇସିସି ।

ରିପୋର୍ଟ ଅନୁସାରେ, ଆଉ ମାତ୍ର ଅଳ୍ପ ଦିନ ପରେ ଆରମ୍ଭ ହେବ ଟି୨୦ବିଶ୍ୱକପ୍ । ଯାହାର ଆୟୋଜନ କରୁଛି ଭାରତ । ତେବେ ଭାରତରେ ଖେଳିବାକୁ ମନା କରିଛି ବାଂଲାଦେଶ । ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପାଇଁ ବାଂଲାଦେଶ ଖେଳିବନି । ତା ଜାଗାରେ ସ୍କଟଲ୍ୟାଣ୍ଡ୍ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ । ତେବେ ବାଂଲାଦେଶର ସମର୍ଥନରେ ବାହାରିଥିଲା ପାକିସ୍ତାନ । ଏହାସହ ଟୁର୍ଣ୍ଣାମେଣ୍ଟରୁ ଦୂରରେ ରହିବ ବୋଲି କହିଥିଲା । ଯାହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ଆଇସିସି ।
ଆଇସିସି କହିଛି ଯେ, ପାକିସ୍ତାନ ଯଦି ଟୁର୍ଣ୍ଣାମେଣ୍ଟରେ ସାମିଲ ନହୁଏ ତେବେ କିଛି ଠିକ୍ ହେବନି । ଆଇସିସି ପିସିବି ଉପରେ ପ୍ରତିବନ୍ଧକ ଲଗାଇବ । ଯାହା ପୂର୍ବରୁ କେବେ ହୋଇନି । ପାକିସ୍ତାନ କ୍ରିକେଟର ଭବିଷ୍ୟତ ବି ବିପଦରେ ପଡିବ ବୋଲି ଆଇସିସି କହିଛି ।
ସୂତ୍ରାନୁସାରେ, ଯଦି ପାକିସ୍ତାନ ବିଶ୍ୱକପର ବହିଷ୍କାର କରେ ତାହାଲେ ଏହାର ପରିଣାମ ଭୟଙ୍କର ହେବ । ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନ କ୍ରିକେଟର ଅସ୍ତିତ୍ୱ ରହିବନି । ପାକ୍ କ୍ରିକେଟର ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିବ ।
ସୂଚନାଯୋଗ୍ୟ, ଲଗାତାର ଭାବେ ବାଂଲାଦେଶ ପାଇଁ ପାକିସ୍ତାନୀ ଓକିଲାତି କରୁଛି । ଏହାସହ ଭାରତ ବିରୋଧରେ ମନ୍ତବ୍ୟ ଦେଉଛି । ତେବେ ପାକ୍ ଯଦି ଏପରି ନୀତି ନଛାଡେ ତେବେ ଦେଶର କ୍ରିକେଟ୍ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରିବ ବୋଲି କୁହାଯାଉଛି ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications