Get Updates
Get notified of breaking news, exclusive insights, and must-see stories!

16 ବର୍ଷ ପରେ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ ଦଳ

ଏହା ଦୀର୍ଘ 16 ବର୍ଷ ପରେ ଘଟିବାକୁ ଯାଉଛି, ଯେ ପାକିସ୍ତାନ ଗସ୍ତରେ ରହିବ ଇଂଲଣ୍ଡ ଦଳ । ଯାହା ଆସନ୍ତା ବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ଯାଉଛି ।

ଭୁବନେଶ୍ବର: ପାକିସ୍ତାନରେ ଗସ୍ତରେ ଯିବ ଇଂଲଣ୍ଡ ଦଳ । ଖେଳିବା ଟି-20 ସିରିଜ । ତେବେ ଏହା ଦୀର୍ଘ 16 ବର୍ଷ ପରେ ଘଟିବାକୁ ଯାଉଛି, ଯେ ପାକିସ୍ତାନ ଗସ୍ତରେ ରହିବ ଇଂଲଣ୍ଡ ଦଳ । ଯାହା ଆସନ୍ତା ବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ ଇଂଲଣ୍ଡ-ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବୁଧବାର ଏନେଇ ସ୍ପଷ୍ଟ କରିଛନ୍ତି ।

ତେବେ ଭାରତରେ ହେବାକୁ ଥିବା ଟି-20 ବିଶ୍ୱକପ ପୂର୍ବରୁ ଆସନ୍ତା ବର୍ଷ ଜାନୁଆରୀରେ ପିସିବି ଇଂଲଣ୍ଡକୁ ପାକିସ୍ତାନ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲା । ​​କିନ୍ତୁ ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତି ତଥା ଖର୍ଚ୍ଚ ସହ ଜଡିତ ଥିବାରୁ ECB ଯାତ୍ରା ସମୟ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲା।
ପିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ୱାସିମ ଖାନ କହିଛନ୍ତି, "ମୁଁ ଖୁସି ଯେ ଅକ୍ଟୋବର 2021 ରେ ଦୁଇଟି ଟି-20 ଇଣ୍ଟରନ୍ୟାସନାଲ ଖେଳିବା ପାଇଁ ଇଂଲଣ୍ଡ ପାକିସ୍ତାନ ଗସ୍ତ କରିବ। ସେ କହିଛନ୍ତି," 16 ବର୍ଷରେ ଇଂଲଣ୍ଡ ଏହା ପ୍ରଥମ ପାକିସ୍ତାନ ଯାତ୍ରା ହେବ ଏବଂ ଏହା 2022-23 ସିଜନରେ ଟେଷ୍ଟ ଏବଂ ସୀମିତ ଓଭର ଯାତ୍ରା ପାଇଁ ପଥ ପରିଷ୍କାର କରିବ।

ୱାସିମ କହିଛନ୍ତି, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ଅନ୍ତିମ ଭାଗରେ ଇଂଲଣ୍ଡର ଶୀର୍ଷ ଖେଳାଳିଙ୍କ ସହ ଦଳ ପହଞ୍ଚିବ। । 2021-22 ସିଜିନର ଭବିଷ୍ୟତ ଯାତ୍ରା କାର୍ଯ୍ୟସୂଚୀ ପାଇଁ ପ୍ରତିଶ୍ରୁତିର ଏକ ଅଂଶ ଭାବରେ ଆମେ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଆଶା ରଖିଥିବାବେଳେ 2022-23 ସିଜନରେ ଇଂଲଣ୍ଡ ଟେଷ୍ଟ ଏବଂ ସୀମିତ ଓଭର ସିରିଜ୍ ପାଇଁ ପ୍ରତ୍ୟାବର୍ତ୍ତନ କରିବ। ''

ଇଂଲଣ୍ଡ ଦଳ

ଇଂଲଣ୍ଡ ଦଳ 12 ଅକ୍ଟୋବରରେ କରାଚିରେ ପହଞ୍ଚିବ ଏବଂ ଉଭୟ ଦଳ 16 ଅକ୍ଟୋବରରେ ଆଇସିସି ଟି -20 ବିଶ୍ୱକପ ପାଇଁ ଭାରତ ଯିବେ। ଇଂଲଣ୍ଡ ଶେଷ ଥର ପାଇଁ 2005 ରେ ପାକିସ୍ତାନ ଗସ୍ତ କରିଥିଲା ​​ଯେତେବେଳେ ଦଳ 3ଟି ଟେଷ୍ଟ ଏବଂ ପାଞ୍ଚଟି ଦିନିକିଆ ମ୍ୟାଚ ଖେଳିଥିଲା। ECB ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟମ ହାରିସନ୍ କହିଛନ୍ତି ଯେ ଅକ୍ଟୋବର 2021 ରେ ଇଂଲଣ୍ଡର ପୁରୁଷ ଟି-20 ଆନ୍ତର୍ଜାତୀୟ ଦଳ ପାକିସ୍ତାନରେ ଖେଳିବ ବୋଲି ଘୋଷଣା କରି ଆମେ ବହୁତ ଖୁସି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+