ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ନୂଆ ଭେଳିକି, ଭାରତରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ ପାକ୍ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଖେଳାଯିବ । ହେଲେ ଭାରତ ଆସିବାକୁ ପ୍ରଥମରୁ ଅମଙ୍ଗ ଥିବା ପାକିସ୍ତାନ ଏବେ ନୂଆ ଭେଳିକି ବାହାର କରିଛି ।

ବିଶ୍ୱକପ୍ ଆୟୋଜନ ପୂର୍ବରୁ ପାକିସ୍ତାନ ଭାରତକୁ ଏକ ପ୍ରତିନିଧିମଣ୍ଡଳ ପଠାଇବାକୁ ଚିନ୍ତା କରୁଥିବା ଜଣାପଡିଛି । ଏହି ପ୍ରତିନିଧିମଣ୍ଡଳ ପ୍ରଥମେ ଭାରତକୁ ଆସି, ଏଠାକାର ସ୍ଥିତି ପରଖିବ । ଏହାପରେ ଯାଇ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ଜଣାପଡିଛି ।

World Cup 2023

ଇଣ୍ଟର ପ୍ରୋଭିନସିଆଲ କୋର୍ଡିନେସନ(ସ୍ପୋର୍ଟସ) ମନ୍ତ୍ରଣାଳୟ କହିଛି ଯେ ଭାରତକୁ କେବେ ସୁରକ୍ଷା ପ୍ରତିନିଧିଙ୍କୁ ପଠାଯିବ ତା'ର ନିଷ୍ପତ୍ତି ବିଦେଶ ଓ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ନେବେ। ଇଦି ଛୁଟି ପରେ ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ସଭାପତି ପଦ ପାଇଁ ନିର୍ବାଚନ ହେବ । ଏହାପରେ ସୁରକ୍ଷା ପ୍ରତିନିଧିଙ୍କ ଭାରତ ଗସ୍ତ ସମ୍ପର୍କ ନିଷ୍ପତ୍ତି ନିଆଯିବ। ସୁରକ୍ଷା ପ୍ରତିନିଧି ଦଳ ପିସିବିର କର୍ମକର୍ତ୍ତାଙ୍କ ସହ ପାକିସ୍ତାନର ବିଶ୍ୱକପ ଭେନ୍ୟୁଗୁଡ଼ିକର ପରିଦର୍ଶନ କରିବେ।

ବିଶ୍ୱକପରେ ଦଳ ପାଇଁ କ'ଣ ସବୁ ସୁରକ୍ଷା ବ୍ୟବସ୍ଥା ହୋଇଛି ଓ ସେମାନେ କେଉଁଠି ରହିବେ, ତା'ର ଟିକିନିକି ତଥ୍ୟ ସଂଗ୍ରହ କରିବେ। ପ୍ରତିନିଧି ଦଳ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା ଓ ଅହମଦାବାଦ ଗସ୍ତ କରିବେ ।

ତେବେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ ହେବା ସମୟରେ ମଧ୍ୟ ଏପରି ଘଟିଥିଲା । ୨୦୧୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ଯେଉଁ ଯେଉଁ ଜାଗାରେ ଲିଗ୍ ମ୍ୟାଚ୍ ଖେଳିବାକୁ ଥିଲା, ସେହି ସ୍ଥାନକୁ ସରକାର ଏକ ସଂଯୁକ୍ତ ପ୍ରତିନିଧିମଣ୍ଡଳୀ ପଠାଇଥିଲେ । ପ୍ରତିନିଧି ମଣ୍ଡଳୀର ପରାମର୍ଶ କ୍ରମେ ହିଁ, ସେତେବେଳେ ଧର୍ମଶାଳାରେ ଆୟୋଜିତ ହେବାକୁ ଥିବା ଏକ ମ୍ୟାଚ୍ କୋଲକାତାକୁ ସ୍ଥାନାନ୍ତରିତ କରିଦିଆ ଯାଇଥିଲା ।

କହିରଖୁ କି, ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ଵକପ୍ ୨୦୨୩ । ଅକ୍ଟୋବର ୫ରୁ ବିଶ୍ଵକପ ଫାଇଟ୍ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚ ଖେଳିବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ପ୍ରବେଶ କରୁଛନ୍ତି । ମୋଟ୍ ୪୬ ଦିନରେ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହେବ ।

ତେବେ ଅକ୍ଟୋବର ୮ରେ ଭାରତ ଆରମ୍ଭ କରିବ ନିଜର ବିଶ୍ୱକପ ଅଭିଯାନ । ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୮ରେ ଖେଳାଯିବ ଏହି ମହାମୁକାବିଲା । ସେହିପରି ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ଫାଇଟ୍ । ତେବେ ଏହିଠାରେ ହିଁ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ ।

ଚଳିତ ବର୍ଷ ଭାରତରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତୀୟ କ୍ରିକେଟ ବୋର୍ଡ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜକ ସାଜିଛି । ୨୦୧୧ ପରେ ପୁଣିଥରେ ଭାରତରେ କ୍ରିକେଟ୍ ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । ବିଶ୍ବକପର ସମସ୍ତ ମ୍ୟାଚ ଭାରତର ମୋଟ ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ। ଏହା ବ୍ୟତୀତ କୋଲକାତାର ଇଡେନ୍ ଗାର୍ଡେନ୍ ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି । ସେହିପରି ଅହମ୍ମଦାବାଦ ବ୍ୟତୀତ ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ଧର୍ମଶାଳା, ଲକ୍ଷ୍ନୌ, ପୁଣେ, ତ୍ରିଭେନ୍ଦ୍ରମ ଏବଂ ଗୌହାଟୀରେ ବିଶ୍ବକପର ମ୍ୟାଚ୍ ଖେଳାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+