ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ମହମ୍ମଦ ଆମୀର, ଜାଣନ୍ତୁ କାରଣ
ପାକିସ୍ତାନ କ୍ରିକେଟ ବୋର୍ଡର ନିର୍ଯାତନାକୁ ସହି ନ ପାରି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଦଳର ଷ୍ଟାର ପେସର ମହମ୍ମଦ ଅମୀର ।
କରାଚୀ: ପାକିସ୍ତାନ କ୍ରିକେଟ ବୋର୍ଡର ନିର୍ଯାତନାକୁ ସହି ନ ପାରି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଦଳର ଷ୍ଟାର ପେସର ମହମ୍ମଦ ଅମୀର । ୨୮ ବର୍ଷୀୟ ଆମୀର କହିଛନ୍ତି, ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡର ମ୍ୟାନେଜମେଣ୍ଟ ସହ ଚଳିବା ବେଶ କଷ୍ଟକର। ତେଣୁ ଏଠାରୁ ଚାଲିଯିବା ହିଁ ଶ୍ରେୟସ୍କର। ଖୁବଶୀଘ୍ର ସେ ନିଜର ଅବସର ସମ୍ପର୍କରେ ଗୋଟିଏ ବିବୃତି ଜାରି କରିବେ ବୋଲି କହିଛନ୍ତି।

ଆଜି ଆମୀର କହିଛନ୍ତି, ମୁଁ ଏଭଳି ମାନସିକତା ରଖିଥିବା ମ୍ୟାନେଜମେଣ୍ଟ ଅଧୀନରେ ଆଉ କ୍ରିକେଟ ଖେଳିପାରିବିନି। ବର୍ତ୍ତମାନ ମୁଁ କ୍ରିକେଟକୁ ଅଲବିଦା କହୁଛି। ମୋତେ ମାନସିକ ନିର୍ଯାତନା ଦିଆଯାଉଛି। ମୁଁ ଏହାକୁ ସହିପାରୁନି। ୨୦୧୦-୨୦୧୫ ଯାଏ ମୁଁ ବହୁତ ନିର୍ଯାତନା ଦେଖିଛି। ମୋତେ ଅନେକ ଲୋକ କହୁଛନ୍ତି ଯେ ପିସିବି ତୁମ ପାଇଁ ବହୁତ କିଛି କରିଛି। ବାରମ୍ବାର ଏକଥା ଶୁଣିବାକୁ ମିଳୁଛି।
ହେଲେ ମୁଁ ଏଠି କହିବାକୁ ଚାହେଁ ଯେ ପିସିବିର ଦୁଇ ଜଣ ମୋତେ ବହୁତ ସମର୍ଥନ କରିଛନ୍ତି। ନିଜାମ ସେଠୀ ଓ ଶାହିଦ ଆଫ୍ରିଦି ମୋତେ ସମର୍ଥନ କରିଥିଲେ। ବ୍ୟାନ୍ ପରେ ମୋତେ ଆଫ୍ରିଦି କମବ୍ୟାକ କରିବାକୁ ସୁଯୋଗ ଦେଇଥିଲେ। ସମସ୍ତେ ନିଜ ଦେଶ ପାଇଁ ଖେଳିବାକୁ ଭଲ ପାଆନ୍ତି। ମୁଁ ମୋ ନିଜ ଇଚ୍ଛାରେ ଟେଷ୍ଟ କ୍ରିକେଟରୁ ଅବସର ନେଉଛି।
ପାକିସ୍ତାନ ପାଇଁ ୩୬ଟି ଟେଷ୍ଟ, ୬୧ଟି ଦିନିକିଆ ଓ ୫୦ଟି ଟି-୨୦ ଖେଳିଥିବା ଆମୀର ମୋଟ ଉପରେ ୨୬୯ଟି ୱିକେଟ ନେଇଛନ୍ତି। ୨୦୦୯ ମସିହା ଟି-୨୦ ବିଶ୍ୱକପ ବେଳେ ଆମୀର ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ବିଶ୍ୱକପ ଜିତିଥିବା ପାକିସ୍ତାନ ଟିମ୍ର ସଦସ୍ୟ ମଧ୍ୟ ରହିଥିଲେ।












Click it and Unblock the Notifications