ଭାରତରେ ବିଶ୍ବକପ୍ ଖେଳିବ ତ ପାକିସ୍ତାନ ?
ଆସନ୍ତା ବିଶ୍ୱକପରେ ପାକିସ୍ତାନ ଖେଳିବ କି ନାହିଁ ତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାରି ଭିତରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ଏହସାନ ମଜାରୀ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ ପାକିସ୍ତାନର ଓହରିବା ଧମକ ଦେଇଛନ୍ତି । ଯଦି ଭାରତୀୟ ଦଳ ଏସିଆ କପ୍ ୨୦୨୩ ପାଇଁ ନିରପେକ୍ଷ ସ୍ଥାନ ଦାବି କରିବ ତେବେ ବିଶ୍ଵକପ୍ ଖେଳିବାକୁ ପାକିସ୍ତାନ ଭାରତ ଯାତ୍ରା କରିବ ନାହିଁ।

ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ । ଖାଲି ସେତିକି ନୁହେଁ, ଭାରତର ୪ଟି ସହରରେ ପାକିସ୍ତାନ ଟିମ୍ ୮ଟି ମ୍ୟାଚ୍ ଖେଳିବ । ହେଲେ ଏବେ ବିଶ୍ୱକପରୁ ଓହରିବାକୁ ଧମକ ଦେଇଛନ୍ତି ପାକିସ୍ତାନର କ୍ରୀଡାମନ୍ତ୍ରୀ ଏହସାନ ମଜାରୀ।
ସେ ଆହୁରି କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ଵାଧୀନ ୧୧ ଜଣିଆ କମିଟି ଭାରତ ଗସ୍ତ କରିବେ। ଉକ୍ତ କମିଟିରେ ମୁଁ ମଧ୍ୟ ସଦସ୍ୟ ରହିଛି। କମିଟି ଗସ୍ତ କରିବା ସହ ସମୀକ୍ଷା ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନେବେ।












Click it and Unblock the Notifications