ଟି-୨୦ ବିଶ୍ୱକପରୁ ପାକିସ୍ତାନ ବିଦା, ରେକର୍ଡ ସୃଷ୍ଟି କଲା ଆମେରିକା

ଟି-୨୦ ବିଶ୍ୱକପରୁ ବିଦା ହୋଇଛି ପାକିସ୍ତାନ। ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛି ଦଳ। ଆମେରିକା ଓ ଭାରତ ଠାରୁ କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିଥିବା ପାକିସ୍ତାନକୁ ବାହାର ରାସ୍ତା ଦେଖିବାକୁ ପଡ଼ିଛି।

Sports

ଗ୍ରୁପ ଏରୁ ପାକିସ୍ତାନ ବିଦାୟ ନେଇଥିବା ବେଳେ ସୁପର ୮କୁ ଭାରତ ସହ ଟି-୨୦ ବିଶ୍ୱକପର ସହ ଆୟୋଜକ ଆମେରିକା ଯାଇଛନ୍ତି। ସୁପର ୮କୁ ଯୋଗ୍ୟତା ଅର୍ଜନ କରି ଆମେରିକା ଇତିହାସ ରହିଛି। କାରଣ ପ୍ରଥମଥର ପାଇଁ ଆମେରିକା ଆୟୋଜକ ହିସାବରେ ଟି-୨୦ ବିଶ୍ୱକପ ଖେଳୁଥିଲା। ପ୍ରଥମ ଦଫାରେ ହିଁ ପାକିସ୍ତାନ ଭଳି ବଡ଼ ଟିମକୁ ମାତ ଦେ ଆମେରିକା ସୁପର ୮ରେ ପ୍ରବେଶ କରିଛି।

ଆମେରିକା ତା'ର ପ୍ରଥମ ମ୍ୟାଚ୍‌ରେ କାନାଡାକୁ ହରାଇଥିଲା। ଏହାପରେ ଅପେକ୍ଷାକୃତ ପାକିସ୍ତାନକୁ ଧୂଳି ଚଟାଇ ଥିଲା। ତୃତୀୟ ମ୍ୟାଚ୍‌ରେ ଦଳ ଭାରତକୁ କଡ଼ା ଟକ୍କର ଦେଇଥିଲେ ହେଁ ପରାଜୟର ସ୍ୱାଦ ଚାଖିଥିଲା।

ଶୁକ୍ରବାର ‍ଫ୍ଲରିଡାରେ ଦଳ ଶେଷ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡକୁ ଭେଟିବାର ଥିଲା। ଏହି ମ୍ୟାଚ୍‌ ଯଦି ଆମେରିକା ହାରି ଥାଆନ୍ତା, ତା'ହେଲେ ପାକିସ୍ତାନ ପରବର୍ତ୍ତୀ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ତକୁ ହରାଇ ସୁପର ୮କୁ ଯିବାର ସୁଯୋଗ ସୃଷ୍ଟି କରିଥାଆନ୍ତା।
କିନ୍ତୁ ଶୁକ୍ରବାର ଆମେରିକା ବନାମ ଆୟର୍ଲ୍ୟାଣ୍ଡ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଫଳରେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିଛି। ୧ ପଏଣ୍ଟ ମିଳିବା ପରେ ଆମେରିକାର ୫ ପଏଣ୍ଟ ହୋଇଯାଇଛି।

ପାକିସ୍ତାନ ୧୬ ତାରିଖରେ ତା'ର ଶେଷ ମ୍ୟାଚ୍‌ ଜିତିଲେ ମଧ୍ୟ ୪ ପଏଣ୍ଟ ହେବ। ତେଣୁ ଗ୍ରୁପ-ଏରୁ ଭାରତ ଓ ଆମେରିକା ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଏଯାଏ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସୁପର ୮କୁ ଯୋଗ୍ୟତା ଅର୍ଜନ କରିଥିବା ଭାରତ ଶେଷ ମ୍ୟାଚ୍‌ ୧୫ ତାରିଖରେ ଖେଳିବ। ଶେଷ ମ୍ୟାଚ୍‌ରେ ଦଳ କାନାଡାକୁ ଭେଟିବ। ତେବେ ଫ୍ଲରିଡାରେ ବର୍ଷା ହେଉଥିବାରୁ ଉକ୍ତ ମ୍ୟାଚ୍‌ ମଧ୍ୟ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+