ଏସିଆ କପ୍ 2023 ଫାଇଟ୍ ପୂର୍ବରୁ ନଂ ୱାନ୍ ଟିମ୍ ହେଲା ପାକିସ୍ତାନ

ମୁମ୍ବାଇ: ଶନିବାର ରାତିରେ ପାକିସ୍ତାନ ତୃତୀୟ ଦିନିକିଆରେ ଆଫଗାନିସ୍ତାନକୁ ୫୯ ରନ୍ ରେ ପରାସ୍ତ କରି ୩ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ କ୍ଲିନ୍ ସ୍ୱିପ୍ କରିଛି । ଏହା ସହ ବାବର ଆଜମଙ୍କ ଦଳ ଦିନିକିଆ ମାନ୍ୟତାରେ ବିଶ୍ୱର ଏକ ନମ୍ବର ଦଳ ପାଲଟିଛି ।

ଆଫଗାନିସ୍ତାନକୁ ଦିନିକିଆ ସିରିଜରେ ୩-୦ରେ ହରାଇବା ପରେ ଦିନିକିଆ ରାଙ୍କିର ପ୍ରଥମ ସ୍ଥାନକୁ ଡିଆଁ ମାରିଛି ପାକିସ୍ତାନ । ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ର ୨୭୧୪ ପଏଣ୍ଟ ଓ ୧୧୮ ରେଟିଂ ରହିଛି । ସେହିପରି ଭାରତର ୪୦୮୧ ପଏଣ୍ଟ ଓ ୧୧୩ ରେଟିଂ ରହିଛି । ଦିନିକିଆ ମାନ୍ୟତାରେ ଟିମ୍ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ୪ର୍ଥ ଓ ଇଂଲଣ୍ଡ ୫ମ ସ୍ଥାନରେ ରହିଛନ୍ତି ।

Pakistan

ସେହିପରି ଟେଷ୍ଟ ଏବଂ ଟି-୨୦ ରାଙ୍କିର ପ୍ରଥମ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ୧୧୮ ପଏଣ୍ଟ ସହ ଦଳ ଟେଷ୍ଟର ଏକ ନମ୍ବର ସ୍ଥାନରେ ଥିବାବେଳେ, ୨୬୪ ରେଟିଂ ସହିତ ଟି-୨୦ରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛି । ତେବେ ଟେଷ୍ଟରେ ପାକିସ୍ତାନ ଷଷ୍ଠ ସ୍ଥାନରେ ଥିବାବେଳେ, ଟି-୨୦ ରାଙ୍କିର ଚତୁର୍ଥ ସ୍ଥାନରେ ରହିଛି ।

ତେବେ ଆଗକୁ ଏସିଆ କପ ଥିବାରୁ ବିଶ୍ବର ନଂ୧ ମାନ୍ୟତା ପାକିସ୍ତାନ ଟିମର ମନୋବଳକୁ ବଢାଇବ । ସେହିପରି ଭାରତକୁ ମଧ୍ୟ ଏହା ଚାପରେ ରଖିବ । କାରଣ ପାକିସ୍ତାନ ଏବେ ଭଲ ଫର୍ମରେ ରହିଛି । ପାକିସ୍ତାନ ନିଜର ଗତ ୪ଟି ଦିନିକିଆ ସିରିଜ ଜିତିଛି । ଆଫଗାନିସ୍ତାନକୁ ୩-୦ରେ ହରାଇବା ପୂର୍ବରୁ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୨-୧ରେ ପରାସ୍ତ କରିଥିଲା ।

ସୂଚନାଯୋଗ୍ୟ ଯେ, ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଏହାପୂର୍ବରୁ ପାକିସ୍ତାନ ଏକ ନମ୍ବର ଦଳ ହେବା ଭାରତ ପାଇଁ ନିଶ୍ଚୟ ଚ୍ୟାଲେଞ୍ଜ ଆଣିଛି । କାହିଁକି ନା, ଏବେ ଏସିଆ କପରେ ଦିନିକିଆ ରାଙ୍କିର ଏକ ଏବଂ ଦୁଇ ନମ୍ବର ଦଳଙ୍କ ଭିତରେ କଡା ଟକ୍କର ଦେଖିବାକୁ ମିଳିପାରେ । ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+