Get Updates
Get notified of breaking news, exclusive insights, and must-see stories!

ଗ୍ରୁପ ଏ' ପଏଣ୍ଟ ତାଲିକାରେ ପାକିସ୍ତାନ, , ୧୫ରେ ଭାରତ ସହ ମହାମୁକାବିଲା

୨୦୨୪ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି ପାକିସ୍ତାନ । ୟୁଏସଏକୁ ୩୨ ରନ୍‌ରେ ହରାଇ ପାକିସ୍ତାନ ଗ୍ରୁପ ଏ' ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୯ ୱିକେଟ୍ ବିନିମୟରେ ୧୯୦ ରନ ସଂଗ୍ରହ କରିଥିଲା । ଜବାବରେ ୟୁଏସଏ ୮ ୱିକେଟ୍ ହରାଇ ୧୫୮ ରନ କରିବାକୁ ସକ୍ଷମ ହୋଇଥିଲା । ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ସାହିବଜାଦା ଫରହାନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

Pakistan

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ସାହିବଜାଦା ଫରହାନ ଓ ସାଏମ ଆୟୂବ ୫୪ ରନ୍‌ର ଓପନିଂ ଭାଗିଦାରୀ ଗଠନ କରିଥିଲେ । ଭାରତ ବିପକ୍ଷରେ ଘାତକ ବୋଲିଂ କରିଥିବା ସାଡଲି ଭାନ ସ୍କଲ୍କୱିକ ଷଷ୍ଠ ଓଭରରେ ୨ଟି ୱିକେଟ୍ ନେଇ ବିପର୍ଯ୍ୟୟ ଘଟାଇଥିଲେ । ଆୟୂବ ୧୯ (୧ଚୌକା, ୨ଛକା) ଓ ସଲମାନ ଆଘା ୧ ରନ କରି ଆଉଟ୍ ହୋଇଥିଲେ । ମାତ୍ର ଅନ୍ୟ ଓପନର ଫରହାନଙ୍କ ସହ ବାବର ଆଜମ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ୮୧ ରନର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୧୩୭ ବେଳେ ବ୍ୟକ୍ତିଗତ ୪୬ ରନ କରି ବାବର ଆଉଟ୍ ହୋଇଥିଲେ । ଏହାପରେ ପାକିସ୍ତାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଫରହାନ ୪୧ଟି ବଲ୍‌ରେ ୬ ଚୌକା ଓ ୫ଛକା ବଳରେ ୭୩ ରନ କରି ଆଉଟ୍ ହୋଇଥିଲେ । ଅନ୍ତିମ ଭାଗରେ ଶଦାବ ଖାନ ୧୨ଟି ବଲ୍‌ରେ ୩୦ ରନ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୧୯୦ରେ ପହଞ୍ଚିଥିଲା । ୟୁଏସଏ ପକ୍ଷରୁ ସ୍କଲ୍‌ୱିକ ୪ଟି ୱିକେଟ୍ ନେଇଥିଲେ ।

ଜବାବରେ ୟୁଏସଏର ଦୁଇ ଓପନର ଆନ୍ଦ୍ରିୟସ ଗସ ଓ ଶାୟନ ଜାହାଙ୍ଗୀର ୪୨ ରନ୍ ସଂଗ୍ରହ କରି ମୂଳଦୁଆ ପକାଇଥିଲେ । ଗସ ୧୩ ରନ କରି ଆଉଟ୍ ହେବା ପରେ ପାକିସ୍ତାନ ଶୃଙ୍ଖଳିତ ବୋଲିଂ କରି ରନ ଗତିରେ ରୋକ ଲଗାଇଥିଲା । ଜାହାଙ୍ଗୀର ଲଢୁଆ ୪୨ (୫ଚୌକା, ୨ଛକା) ରନ କରିଥିଲେ ହେଁ ଅନ୍ୟ କେହି ଦ୍ରୁତ ରନ ସଂଗ୍ରହ କରିପାରି ନଥିଲେ । ମଧ୍ୟ ଭାଗରେ ଶୁଭମ ରଞ୍ଜନେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ହେଲେ ସେତେବେଳକୁ ୟୁଏସଏ ହାତରୁ ମ୍ୟାଚ୍ ଖସି ସାରିଥିଲା । ସେ ଦଳୀୟ ସ୍କୋରକୁ ୧୫୬ରେ ପହଞ୍ଚାଇବା ପରେ ବ୍ୟକ୍ତିଗତ ୫୨ ରନ କରି ଆଉଟ୍ ହୋଇଥିଲେ । ଏହି ଇନିଂସରେ ସେ ୩ଟି ଚୌକା ଓ ୩ଟି ଛକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଲିନ୍ଦ କୁମାର ୨୯ (୨ଚୌକା, ୧ଛକା) ରନ କରିଥିଲେ । ପାକିସ୍ତାନ ପକ୍ଷରୁ ଉସମାନ ତାରିକ ୩ଟି ଓ ଶଦାବ ଖାନ ୨ଟି ୱିକେଟ୍ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+