୭ ବର୍ଷ ପରେ ଭାରତ ମାଟିରେ ପାଦ ରଖିଲେ ପାକିସ୍ତାନ କ୍ରିକେଟ୍ ଟିମ୍
Pakistan Cricket Team: ଭାରତରେ ପହଞ୍ଚିଲେ ପାକିସ୍ତାନ କ୍ରିକେଟ୍ ଟିମ୍ । ଖାସ୍ କଥା ହେଉଛି ଦୀର୍ଘ ୭ ବର୍ଷ ପରେ ଭାରତ ମାଟିରେ ପାଦ ରଖିଛନ୍ତି ପାକିସ୍ତାନ ଟିମ୍ । ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୫ରୁ ଆରମ୍ଭ ହେବା ପାଇଁ ଯାଉଥିବା ଦିନିକିଆ ବିଶ୍ୱକପ୍ ପାଇଁ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ଗତକାଲି ରାତିରେ ହାଇଦ୍ରାବାଦରେ ପହଞ୍ଚିଛି । ଖବର ଅନୁସାରେ ପାକ୍ ଟିମ୍ ଲାହୋରରୁ ବାହାରି ଦୁବାଇ ଦେଇ ହାଇଦ୍ରାବାଦରେ ପହଞ୍ଚିଥିଲେ ।
ତେବେ ଭାରତ ଆସିବା ପାଇଁ ପାକିସ୍ତାନ ଟିମ୍ ଭିସା ସମସ୍ୟାର ସମ୍ମୁଖୀନ ହୋଇଥିଲା । ଏପରିକି ଭାରତ ଆସିବାର ୪୮ ଘଣ୍ଟା ପୂର୍ବରୁ ଭିସା ସମସ୍ୟା ଦୂର ହୋଇଥିବା ନେଇ ସୂଚନା ରହିଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସମସ୍ୟା ପାଇଁ ଦୀର୍ଘ ୭ ବର୍ଷ ହେବ ଭାରତରେ କୌଣସି କ୍ରିକେଟ୍ ମ୍ୟାଟ୍ ଖେଳି ନଥିଲା ପାକିସ୍ତାନ ଦଳ । ଶେଷ ଥର ପାଇଁ ୨୦୧୬ରେ ଭାରତରେ ଆୟୋଜିତ ଟି-20 ବିଶ୍ୱକପରେ ଖେଳିବା ପାଇଁ ପାକିସ୍ତାନା ଟିମ୍ ଭାରତ ଆସିଥିଲା । ସେପଟେ ଭିସା ସମସ୍ୟାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଇସିସିକୁ କହିଛି ଯେ, ଭିସା ବିଳମ୍ବ ହେତୁ ଦଳର ବିଶ୍ୱକପ ପ୍ରସ୍ତୁତି ପ୍ରଭାବିତ ହେଉଛି । ଏହା ବ୍ୟତୀତ ଆଫଗାନିସ୍ତାନ ଦଳକୁ ଭିସା ମଧ୍ୟ ମିଳିଛି ।

ଖବର ଥାଉ ଯେ, ବାବର ଆଜାମଙ୍କ ଦଳ ହାଇଦ୍ରାବାଦରେ ଏହାର ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ଏହା ପରେ ସେ 6 ସେପ୍ଟେମ୍ବରରେ ବିଶ୍ୱକପରେ ନେଦରଲ୍ୟାଣ୍ଡ ବିପକ୍ଷରେ ପଡ଼ିଆ ନେବେ । ୨୯ ତାରିଖରେ ନ୍ୟୁଜିଲାଣ୍ତ ଓ ଅକ୍ଟୋବର ୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ ପାକିସ୍ତାନ । ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ହାଇଦ୍ରାବାଦରେ 6 ସେପ୍ଟେମ୍ବରରେ ଖେଳାଯିବ । 10 ଅକ୍ଟୋବରରେ ହାଇଦ୍ରାବାଦରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଦଳ ଦ୍ୱିତୀୟ ବିଶ୍ୱକପ ମ୍ୟାଚ୍ ଖେଳିବ । ଯେତେବେଳେ କି ତୃତୀୟ ମ୍ୟାଚ୍ 14 ଅକ୍ଟୋବରରେ ଭାରତୀୟ ଦଳ ବିପକ୍ଷରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।
ସୂଚନାଯୋଗ୍ୟ ଯେ ବିଶ୍ୱକପ୍ 2023 ଅକ୍ଟୋବର 5 ରୁ ଆରମ୍ଭ ହେଉଛି । ଏଥି ସହିତ, ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ 19 ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ସେହିପରି ଆଇସିସିକୁ ବିସିସିଆଇ ପ୍ରତିଶ୍ରୁତି ଦେଇଛି ଯେ, ବିଶ୍ୱକପରେ ଭାଗ ନେଉଥିବା ସମସ୍ତ ଦଳକୁ ସୁରକ୍ଷା ଯୋଗାଇ ଦିଆଯିବ ଏବଂ ପାକିସ୍ତାନ ଟିମ୍ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ । ଭାରତରେ ଯେପରି ପାକିସ୍ତାନ କ୍ରିକେଟ୍ ଟିମ୍ କୌଣସି ଅସୁବିଧାକ ସମ୍ମୁଖୀନ ନ ହୁଅନ୍ତୁ ସେ ପ୍ରତି ବିଶେଷ ଧ୍ୟାନ ଦିଆଯିବ ।












Click it and Unblock the Notifications