T20 World Cup: ସୁପର ଓଭରରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆମେରିକା
ଟି-୨୦ ବିଶ୍ଵକପ୍ ୨୦୨୪ରେ ବଡ ବିପର୍ଯ୍ୟୟ । ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆମେରିକା । ଡଲାସରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପର ୧୧ତମ ମ୍ୟାଚରେ ସୁପର ଓଭରରେ ପାକିସ୍ତାନକୁ ମାତ୍ ଦେଇଛି ଆମେରିକା। ଏଥ୍ସହ ପାକିସ୍ତାନ ପରି ଦଳ ଲଜ୍ଜାଜନକ ପରାଜୟ ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି । ଅନ୍ୟପଟେ ଆମେରିକା କ୍ରମାଗତ ଦୁଇ ବିଜୟ ସହ ଗ୍ରୁପ ଏ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।
ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ଆୟରଲାଣ୍ଡ ୧୮ ରନ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନ ଏକ ୱିକେଟ୍ ହରାଇ ୧୩ ରନ କରିବାକୁ ସକ୍ଷମ ହୋଇଥିଲା । ଏହା ଚଳିତ ବିଶ୍ୱକପର ଦ୍ୱିତୀୟ ସୁପର ଓଭର ମ୍ୟାଚ୍ ଥିଲା ।

ମ୍ୟାଚ୍ ଟାଇ ହେବା ପରେ ସୁପର ଓଭରର ସହାୟତା ନିଆଯାଇଥିଲା । ଯେଉଁଥରେ ମହମ୍ମଦ ଆମିର ପାକିସ୍ତାନ ପକ୍ଷରୁ ବୋଲିଂ କରିଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଆମେରିକା ବ୍ୟାଟର ୧୮ ରନ ସଂଗ୍ରହ କରିଥିଲେ । ଜବାବରେ ପାକିସ୍ତାନ ଇଫତିକାର ଅହମ୍ମଦ, ଫକର ଜମାନ ଓ ଶାଦାବ ଖାନ ମିଶି କି ୧୩ ରନ କରି ପାରିଥିଲେ । ଆଉ ଶେଷରେ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆମେରିକା ବାଜିମାତ କରି ଚଳିତ ବିଶ୍ଵକପରେ ବିପର୍ଯ୍ୟୟ ସୃଷ୍ଟି କରିଛି । ପାକିସ୍ତାନକୁ ହରାଇ
ଆଇସିସିର ସହାୟକ ଦେଶ ଭାବେ ଇତିହାସ ରଚିଛି ।












Click it and Unblock the Notifications