ଟି-20 ବିଶ୍ୱକପ: ଆଜି ପାକିସ୍ତାନର ବିଜୟ ଭାରତ ପାଇଁ ହେବ ଲାଭଦାୟକ
ସମୀକରଣ କହୁଛି ଯେ, ଆଜି ମ୍ୟାଚରେ ପାକିସ୍ତାନର ବିଜୟ ଭାରତ ପାଇଁ ଫାଇଦାମନ୍ଦ ହେବ । ତେବେ ଏହା କେମିତି ସମ୍ଭବ ?... ଆପଣଙ୍କ ମନରେ ଏବେ ପ୍ରଶ୍ନ ଉଠୁଥିବ । ଯାହାର ଉତ୍ତର ଆମେ ଏଠାରେ ଆପଣଙ୍କୁ କହିବୁ....
ଶାରଜା: ଆଜି ଆଇସିସି ଟି-20 ବିଶ୍ୱକପର 19ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପାକ୍ ଅଧିନାୟକ ବାବର ଆଜାମ୍ । ଫଳରେ ପ୍ରଥମେ ବ୍ୟାଟିଂ କରୁଛି କିୱି ଦଳ ।

ତେବେ ଟି-20 ବିଶ୍ୱକପ ସୁପର-12ର ଗ୍ରୁପ-2ର ପ୍ରଥମ ମ୍ୟାଚରେ ଭାରତକୁ 10 ୱିକେଟରେ ମାତ୍ ଦେଇଥିଲା ତାର ଚିରପ୍ରତିଦ୍ୱନ୍ଦ୍ବୀ ପାକିସ୍ତାନ । ଅନ୍ୟପଟେ ପାକିସ୍ତାନ ଗସ୍ତରେ ଆସି ଗୋଟିଏ ବି ମ୍ୟାଚ ନଖେଳି ଫେରିଯାଇଥିବା ନ୍ୟୁଜିଲାଣ୍ଡ ଦଳ ଉପରେ ଆଜି ବଦଲା୍ ନେବା ଲକ୍ଷ୍ୟରେ ରହିଛି ପାକ୍ ଦଳ । ଏପରି ପରିସ୍ଥିତିରେ ସମୀକରଣ କହୁଛି ଯେ, ଆଜି ମ୍ୟାଚରେ ପାକିସ୍ତାନର ବିଜୟ ଭାରତ ପାଇଁ ଫାଇଦାମନ୍ଦ ହେବ । ତେବେ ଏହା କେମିତି ସମ୍ଭବ ?... ଆପଣଙ୍କ ମନରେ ଏବେ ପ୍ରଶ୍ନ ଉଠୁଥିବ । ଯାହାର ଉତ୍ତର ଆମେ ଏଠାରେ ଆପଣଙ୍କୁ କହିବୁ....
କ୍ରିକେଟ୍ ଖେଳରେ ପ୍ରତିଦ୍ୱନ୍ଦ୍ୱୀ ସ୍ଥାୟୀ ନୁହଁନ୍ତି । ପ୍ରାୟତଃ ଯେଉଁ ଦଳ ତାର ବିପକ୍ଷ ଦଳଠୁ ହାରିଥାଏ, ପରେ ସେହି ଦଳର ବିଜୟ ପାଇଁ ପରାଜିତ ଦଳ ପ୍ରାର୍ଥନା କରେ । ସମାନ ଦୃଶ୍ୟ ଆଜି ଟି-20 ବିଶ୍ୱକପ 2021ରେ ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ଦେଖିବାକୁ ମିଳିବ । କାରଣ ସିଧାସଳଖ ସମୀକରଣ ହେଉଛି ଗୋଟିଏ ଗ୍ରୁପର ଦୁଇଟି ଟପ୍ ଦଳ ସେମିଫାଇନାଲରେ ପ୍ରବେଶ କରିବେ । ଏହି ସମୀକରଣ ଭାରତ ପାଇଁ ସହଜ ହେବ ଯେତେବେଳେ ପାକିସ୍ତାନର ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବ ।
ଭାରତ, ପାକିସ୍ଥାନ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆ ସୁପର-12 ର ଗ୍ରୁପ-2ରେ ଅଛନ୍ତି। ଏହି ଗ୍ରୁପ୍ରେ ଟପ୍-୨ରେ ସ୍ଥାନ ପାଇବାକୁ ଥିବା ଭାରତ, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ 3 ଦାବିଦାର ବୋଲି ବିବେଚନା କରାଯାଏ। ପ୍ରଥମ ମ୍ୟାଚରେ ପାକିସ୍ତାନ ଜିତିଛି। ଭାରତ ପ୍ରଥମ ମ୍ୟାଚ୍ ହାରିଛି। ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ ଖେଳୁଛି ।
ଭାରତ 10 ପଏଣ୍ଟରେ ପହଞ୍ଚିପାରିବ ନାହିଁ
ଗୋଟିଏ ଗ୍ରୁପରେ ଯେକୌଣସି ଦଳ ସର୍ବାଧିକ 10 ପଏଣ୍ଟ ସ୍କୋର କରିପାରିବ । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡରେ 10 ପଏଣ୍ଟରେ ପହଞ୍ଚିବାର ସୁଯୋଗ ରହିଛି। ତେବେ ଏଥିପାଇଁ ସେମାନଙ୍କୁ ସମସ୍ତ ମ୍ୟାଚ୍ ଜିତିବାକୁ ପଡିବ । ପ୍ରଥମ ମ୍ୟାଚ୍ ହାରିଥିବାରୁ ଭାରତ ବର୍ତ୍ତମାନ 10 ପଏଣ୍ଟ ଯାଇପାରିବ ନାହିଁ । ବର୍ତ୍ତମାନ ଯଦି ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ, ତେବେ 10 ପଏଣ୍ଟ ମଧ୍ୟ କିୱି ଦଳ ପାଇଁ ଏକ ସ୍ୱପ୍ନରେ ପରିଣତ ହେବ, ଯାହା ସତ ହେବ ନାହିଁ। ଯଦି ଏହା ଘଟେ ତେବେ ଉଭୟ ଭାରତ ଏବଂ ନ୍ୟୁଜିଲାଣ୍ଡ ସର୍ବାଧିକ 8-8 ପଏଣ୍ଟରେ ପହଞ୍ଚିବେ ଏବଂ ତା'ପରେ ଉଭୟ ଦଳର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ପାରସ୍ପରିକ ପ୍ରତିଯୋଗିତା ଉପରେ ବହୁତ ନିର୍ଭର କରିବ ।
ଯଦି ଆଜି ନ୍ୟୁଜିଲାଣ୍ଡ ହାରିଯାଏ
ଯଦି ପାକିସ୍ତାନ ଦଳ ଆଜି ନ୍ୟୁଜିଲାଣ୍ଡକୁ ପରାସ୍ତ କରେ, ତେବେ କିୱି ଦଳ ଏକ ବଡ଼ ଝଟକା ପାଇବ। ଏକ ବିଜୟ ସେମିଫାଇନାଲରେ ପାକିସ୍ତାନର ସ୍ଥାନ ନିଶ୍ଚିତ କରିବ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଜିତିବା ଆବଶ୍ୟକ ହେବ। ଯଦି ଭାରତ ନ୍ୟୁଜିଲାଣ୍ଡକୁ ହରାଏ, ତେହେ କିୱି ଦଳ ପାଇଁ ସେମିଫାଇନାଲ ସମୀକରଣ ଅଧିକ କଠିନ ହେବ ।
ଯଦି ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନଠୁ ଜିତେ ...
ଯଦି ନ୍ୟୁଜିଲାଣ୍ଡର ଦଳ ପାକିସ୍ତାନଠୁ ଜିତେ, ତେବେ ସେମିଫାଇନାଲ ଦୌଡ଼ରେ ଦୃଢ ଭାବରେ ରହିବ। ଯଦି ଏହା ଘଟେ, ତେବେ ନ୍ୟୁଜିଲାଣ୍ଡକୁ ମଧ୍ୟ ଭାରତ ପରାସ୍ତ କରିବା ଆବଶ୍ୟକ ହେବ। ଯଦି ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରିବା ପରେ ଭାରତକୁ ପରାସ୍ତ କରେ, ତେବେ ଭାରତୀୟ ଦଳ ଏହି ଦୌଡ଼ରୁ ବାଦ ପଡିପାରେ।












Click it and Unblock the Notifications