ଟି-୨୦ ବିଶ୍ବକପ ଫାଇନାଲ: ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଇଂଲଣ୍ଡ
ଚଳିତ ଟି-୨୦ ବିଶ୍ବକପ ଫାଇନାଲ ମ୍ୟାଚରେ ଅଧିନାୟକ ଜସ୍ ବଟଲର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମିଫାଇନାଲରେ କ୍ୟାପଟେନ ବଟଲର ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି ।
Pak vs Eng T20 World Cup Final: ଚଳିତ ଟି-୨୦ ବିଶ୍ବକପ ଫାଇନାଲ ମ୍ୟାଚରେ ଅଧିନାୟକ ଜସ୍ ବଟଲର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମିଫାଇନାଲରେ କ୍ୟାପଟେନ ବଟଲର ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି । ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବ । ଉଭୟ ଦଳର ଅଧିନାୟକ ସେମାନଙ୍କ ଦଳରେ କୌଣସି ପରିବର୍ତ୍ତନ କରି ନାହାଁନ୍ତି । ସେମିଫାଇନାଲ ମ୍ୟାଚରେ ଥିବା ସମାନ ଦଳ ଆଜିର ମ୍ୟାଚରେ ଦେଖିବାକୁ ମିଳିବ ।

- ଇଂଲଣ୍ଡ ଏକାଦଶ: ଜସ୍ ବଟଲର୍ (ୱିକେଟ୍ କିପର ଏବଂ କ୍ୟାପଟେନ୍), ଆଲେକ୍ସ ହାଲ୍ସ , ଫିଲିପ୍ ଲୁଣ, ବେନ୍ ଷ୍ଟୋକ୍ସ, ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଏନ୍ ଅଲି, ସାମ୍ କୁରାନ୍, କ୍ରିସ୍ ଜୋର୍ଡାନ୍, କ୍ରିସ୍ ୱକ୍ସ, ଆଦିଲ ରସିଦ ।
- ପାକିସ୍ତାନ ଏକାଦଶ: ମହମ୍ମଦ ରିଜୱାନ୍ (ୱିକେଟକିପର), ବାବର ଆଜାମ (ଅଧିନାୟକ), ମହମ୍ମଦ ନୱାଜ, ମହମ୍ମଦ ହରିସ, ଶାନ ମାସୁଦ, ଇଫ୍ଟିକର ଅହମ୍ମଦ, ଶାଦବ ଖାନ, ମହମ୍ମଦ ୱାସିମ ଜୁ।, ନାସିମ ଶାହା, ହରିସ ରାଉଫ, ଶାହିନ ଆଫ୍ରିଦି ।
ଉଲ୍ଲେଖଥାଉ କି, ୧୯୯୨ ଦିନିକିଆ ବିଶ୍ବକପ୍ ଫାଇନାଲ୍ରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା ଟକ୍କର । ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଇଥିଲା । ପାକିସ୍ତାନ ଫାଇନାଲ ଜିତି ପ୍ରଥମ କରି ବିଶ୍ବକପ୍ ଚାମ୍ପିଅନ୍ ତାଲିକାରେ ନିଜ ନାଁକୁ ସାମିଲ କରିଥିଲା । ୩୦ ବର୍ଷ ପରେ ପୁଣି ଥରେ ଉଭୟ ଦଳ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଟାଇଟଲ ପାଇଁ ମୁହାମୁହିଁ ହେବାକୁ ଯାଉଛନ୍ତି ।












Click it and Unblock the Notifications