Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ୨-୦ରେ କ୍ଲିନ ସୁଇପ୍‌ କରି ଇତିହାସ ରଚିଲା ବାଂଲାଦେଶ

ଇତିହାସ ରଚିଲା ବାଂଲାଦେଶ । ପ୍ରଥମଥର ପାଇଁ ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇଛି ବାଂଲା ଟାଇଗର। ଦଳ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ ସୁଇପ୍‌ କରିଛି । ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ୬ ୱିକେଟରେ ପାକିସ୍ତାନକୁ ହରାଇ ଦେଇଛି । ଚୌକା ମାରି ଅଭିଜ୍ଞ ସାକିବ ଅଲ ହାସନ ବାଂଲାଦେଶ ଐତିହାସିକ ସଫଳତାଭେଟି ଦେଇଛନ୍ତି ।

ବାଂଲାଦେଶ ଦ୍ୱିତୀୟ ଟେଷ୍ଟକୁ ୬ ୱିକେଟରେ ଜିତିଥିବା ବେଳେ ପ୍ରଥମ ଟେଷ୍ଟରେ ଦଳ ୧୦ ୱିକେଟରେ ବିଜୟ ହୋଇଥିଲା। ପାକିସ୍ତାନ ବିପକ୍ଷରେ ଦଳ ଏଯାଏ ୧୫ଟି ଟେଷ୍ଟ ଖେଳିଥିବା ବେଳେ ୧୨ଟିରେ ହାରିଛି ୨ଟି ଜିତିଛି ଓ ଗୋଟିଏ ମ୍ୟାଚ୍‌ ଡ୍ର ରହିଛି।

ବାଂଲାଦେଶ ତୃତୀୟ ଥର ପାଇଁ ବିଦେଶ ମାଟିରେ କୌଣସି ଟେଷ୍ଟ ସିରିଜ ଜିତିବାରକୁ ସକ୍ଷମ ହୋଇଛି । ୨୦୦୯ରେ ଦଳ ୱେଷ୍ଟଇଣ୍ଡିଜକୁ ତା'ରି ମାଟିରେ ୨-୦ରେ ହରାଇଥିଲା । ସେହିପରି ୨୦୨୧ରେ ଜିମ୍ବାୱେ ବିପକ୍ଷରେ ବାଂଲାଦେଶ ୧-୦ରେ ଟେଷ୍ଟ ସିରିଜ କବଜା କରିଥିଲା। ଏବେ ପାକିସ୍ତାନକୁ ଦଳ ୨-୦ରେ ହରାଇ ଦେଇଛି।

ଏହାବାଦ ବିଦେଶ ମାଟିରେ ଏହା ବାଂଲାଦେଶର ୮ମ ଟେଷ୍ଟ ମ୍ୟାଚ୍‌ ବିଜୟ। ଦଳ ୱେଷ୍ଟଇଣ୍ଡିଜ, ଜିମ୍ବାୱେ ଓ ପାକିସ୍ତାନକୁ ୨ଟି ଲେଖାଏ ମ୍ୟାଚ୍‌ରେ ହରାଇଛି। ସେହିପରି ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ଦଳ ଥରେ ଲେଖାଏ ହରାଇବାକୁ ସକ୍ଷମ ହୋଇଥିଲେ।

Pakistan vs Bangladesh

ଅନ୍ୟପକ୍ଷରେ ଦ୍ୱିତୀୟ ଥର ପାଇଁ ପାକିସ୍ତାନ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜରେ ଗୋଟିଏ ବି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇନାହିଁ। ୨୦୨୨/୨୩ରେ ପାକିସ୍ତାନକୁ ୦-୩ରେ ଇଂଲଣ୍ଡ ହରାଇଥିଲା।

ଦ୍ୱିତୀୟ ଟେଷ୍ଟ କଥା ବିଚାରକୁ ନେଲେ ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ବାତିଲ ହୋଇଯାଇଥିଲା। ତେବେ ଦ୍ୱିତୀୟ ଦିନରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ସାମି ଆୟୁବଙ୍କ ୫୮, ଅଧିନାୟକ ଶାନ ମସୁଦଙ୍କ ୫୭ ଓ ସଲମାନ ଆଘାଙ୍କ ୫୪ ରନ ବଳରେ ସମସ୍ତ ୱିକେଟ ହରାଇ ପ୍ରଥମ ଇନିଂସରେ ୨୭୪ ରନ କରିଥିଲା।

ବାଂଲାଦେଶ ତା'ର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରି କି ଦଳ ୨୬ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଲିଟନ ଦାସ (୧୩୮ ରନ) ଓ ମେହିଦ ହାସନ ମିରାଜଙ୍କ ୭୮ ରନ ବଳରେ ବାଂଲାଦେଶ ୨୬୨ ରନ କରି ନେଇଥିଲା। ଫଳରେ ପାକିସ୍ତାନକୁ ୧୨ ରନର ଲିଡ ମିଳିଥିଲା।

ଦ୍ୱିତୀୟ ଇନିଂସରେ ପାକିସ୍ତାନ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନଥିଲା। ସଲମାନ ଆଘା ଅପରାଜିତ ୪୭ ରନ କରିଥିଲେ ହେଁ ପୂରା ଦଳ ୧୭୨ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ବାଂଲାଦେଶକୁ ଐତିହାସିକ ସିରିଜ ବିଜୟ ପାଇଁ ୧୮୫ ରନର ଟାର୍ଗେଟ ମିଳିଥିଲା। ଏହାକୁ ବାଂଲାଦେଶ ୪ ୱିକେଟ ହରାଇ ହାସଲ କରି ନେଇଛି। ଏଥିସହ ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+