ଟିମ୍ ଇଣ୍ଡିଆ ନୁହେଁ, ବାଲୁକା କଳାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଲେଖିଲେ 'ଅଭିନନ୍ଦନ ଟିମ ଭାରତ'
Sudarshan Patnaik News: ଆଜି (ରବିବାର) ଖେଳାଯାଇଥିବା ଏସିଆ କପ୍ 2023ର ଫାଇନାଲ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କାକୁ ପରାସ୍ତ କରି 8ମ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହୋଇଛି । ଭାରତର ଏହି ବିଜୟରେ 6 ୱିକେଟ୍ ଅକ୍ତିଆର କରି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମହମ୍ମଦ ସିରାଜ୍ ।
ତେବେ ଏସିଆ କପରେ ସିରାଜଙ୍କ ଏହି ଦମଦାର ପ୍ରଦର୍ଶନ ପରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ଓଡିଶାର ବିଶିଷ୍ଟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଆଜିର ଫାଇନାଲ ମ୍ୟାଚ ପରେ ପୁରୀ ବେଳାଭୂମିରେ ଶ୍ରୀ ପଟ୍ଟନାୟକ ଏକ ବିରାଟ୍ ବାଲୁକା କଳା ନିର୍ମାଣ କରିଛନ୍ତି । ଯେଉଁଥିରେ ସେ ଭାରତକୁ ପ୍ରଥମ ଏସିଆ କପ୍ ବିଜୟ ପାଇଁ ଶୁଭେଚ୍ଛା ଜଣାଇବା ସହ ଦୃତ ବୋଲର ମହମ୍ମଦ ସିରାଜଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ପରେ ଶ୍ରୀ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା ଟୁଇଟର ଉତ୍ତରରେ ସିରାଜ୍ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
Hats off to #MohammedSiraj!
— Sudarsan Pattnaik (@sudarsansand) September 17, 2023
Congratulations Team bharat lifts the #AsiaCup for the 8th time!
My SandArt at Puri beach in Odisha.#AsiaCupFinal2023
#AsiaCupFinal pic.twitter.com/snOrbGiXls
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶ୍ରୀ ପଟ୍ଟନାୟକ ତାଙ୍କୁ ବାଲୁକା କଳାରେ, 'ଅଭିନନ୍ଦନ ଟିମ୍ ଭାରତ' ବୋଲି ଲେଖିଛନ୍ତି । ବର୍ତ୍ତମାନ ସାରା ଦେଶରେ ଇଣ୍ଡିଆ-ଭାରତ ନାମକୁ ନେଇ ତର୍କ ବିତର୍କ ଜାରି ରହିଥିବା ବେଳେ ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଏହି ବାଲୁକା କଳାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳର ନାମରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଟିମ୍ ଇଣ୍ଡିଆ ବୋଲି ସମସ୍ତ ସ୍ଥାନରେ ଲେଖାଯାଉଛି ।
ଉଲ୍ଲେଖଥାଉ କି, ଆଜି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଯାହା ପରେ ଡିଫେଣ୍ଡିଂ ଚାମ୍ପିଅନକୁ ଭାରି ପଡ଼ିଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଆଟାକ୍ ଆଗରେ ଭାଙ୍ଗି ଯାଇଥିଲା ସିଂହଳ ଟିମର ଦମ୍ଭ । ଶ୍ରୀଲଙ୍କାର ପୁରା ଟିମ୍ 15.2 ଓଭରରେ ମାତ୍ର 50 ରନ କରି ଅଲଆଉଟ୍ ହୋଇଯାଇଥିଲେ । ଯାହା ଫଳରେ ଭାରତର ଆଗରେ ମାତ୍ର 51 ରନ ବିଜୟ ଲକ୍ଷ୍ୟ ଠିଆ ହୋଇଥିଲା ।
ଏହି ସହଜ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ଗୋଡ଼ାଇବା ପାଇଁ ଅଧିନାୟକ ରୋହିତଙ୍କ ବଦଳରେ ଗିଲଙ୍କ ସହ ଓଫନ କରିବାକୁ ଆସିଥିଲେ ଯୁବ ଇଶାନ କିଷନ । ଦୁଇ ଓପନର କୌଣସି ଭୂଲ ନ କରି ମାତ୍ର 37 ବଲରେ 51 ରନର ଟାର୍ଗେଟ୍ ପୂରା କରିଥିଲା । ଏହା ସହ ଭାରତର ଦିନିକିଆ କ୍ରିକେଟରେ 263 ବଲ ବାକି ଥାଇ ଏହା ସର୍ବବୃତହ ବିଜୟ ହୋଇଛି ।
ତେବେ ଶୁଭମନ ଗିଲ 19 ବଲରେ ଅପରାଜିତ 27 ରନ ସ୍କୋର କରିଥିବା ବେଳେ 18 ବଲରେ ଅପରାଜିତ23 ରନ୍ ସ୍କୋର କରିଥିଲେ
ଇଶାନ କିଷନ । ଗିଲ 6ଟି ଚୌକା ମାରିଥିବା ବେଳେ ଇଶାନ କିଷନ ତିନିଟି ଚୌକା ମାରିଥିଲେ ।












Click it and Unblock the Notifications