Get Updates
Get notified of breaking news, exclusive insights, and must-see stories!

ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ

ହକି ଇଣ୍ଡିଆର ମୁଖିଆ ହେଲେ ଓଡିଆ ପୁଅ । ପଦ୍ମଶ୍ରୀ ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦିଲୀପ ।

ଭୁବନେଶ୍ୱର: ହକି ଇଣ୍ଡିଆର ମୁଖିଆ ହେଲେ ଓଡିଆ ପୁଅ । ପଦ୍ମଶ୍ରୀ ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦିଲୀପ । ପ୍ରତିଦ୍ୱନ୍ଦ୍ୱିତାରେ ଥିବା ଅନ୍ୟ ୨ ଜଣ ନାମାଙ୍କନ ପ୍ରତ୍ୟାହାର କଲେ । ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆ ସଭାପତି ହେଲେ ।

Dilip Tirkey

ତେବେ ଶୁକ୍ରବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଅନ୍ୟ କେହି ଏହି ପଦ ପାଇଁ ଆବେଦନ କରି ନଥିଲେ । ଫଳରେ ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ସଭାପତି ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ଭାରତର ପୂର୍ବତନ ହକି ଅଧିନାୟକ ଦିଲୀପ ତିର୍କୀ ରବିବାର ହକି ଇଣ୍ଡିଆର ସଭାପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ । ଦିଲୀପ ତିର୍କୀ ଟ୍ୱିଟରରେ ଏକ ଫଟୋ ସେୟାର କରି ସୂଚନା ଦେଇଥିଲେ।

ଭାରତୀୟ ହକିର ମହାନ ଖେଳାଳିଙ୍କ ମଧ୍ୟରୁ ଦିଲୀପ ତିର୍କୀ ଅନ୍ୟତମ । ସେ ଦୀର୍ଘ ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ୪୧୨ଟି ମ୍ୟାଚ ଖେଲିଛନ୍ତି । ଚଳିତ ବର୍ଷ ଅଗଷ୍ଟରେ ହକି ଇଣ୍ଡିଆ ନିର୍ବାଚନ ପରିଚାଳନା ପାଇଁ ଅଜୟ ନାୟକଙ୍କୁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା । ବିହାର ସରକାରଙ୍କ ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ହେଉଛନ୍ତି ଅଜୟ ନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+