ବିଶ୍ୱକପ ଖବର: କାଲିଠୁ ଆରମ୍ଭ କ୍ରିକେଟ୍ ମହାକୁମ୍ଭ, ଉଦଘାଟନୀ ସମାରୋହରେ ନାହିଁ କୌଣସି ରଙ୍ଗାରଙ୍ଗ୍ କାର୍ଯ୍ୟକ୍ରମ
ODI World Cup 2023 Opening Ceremony: କାଲିଠୁ ଭାରତରେ କ୍ରିକେଟ୍ କାର୍ନିଭାଲ୍ । ଆସନ୍ତାକାଲି ଅର୍ଥାତ ଅକ୍ଟୋବର 5 ତାରିଖରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ମହାକୁମ୍ଭ ବା ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ । ଏଥିପାଇଁ ଆଜିଠୁ କାଉଣ୍ଟ ଡାଉନ ଆରମ୍ଭ ହୋଇ ସାରିଛି । କେବଳ କିଛି ଘଣ୍ଟା ଅପେକ୍ଷା...
କାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଆରମ୍ଭ ହେବ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ । ବିଶ୍ୱକପର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଓ ଗତ ସଂସ୍କରଣର ରନର୍ସ ଅପ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ମାତ୍ର ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ । ଯେଉଁଥିରେ କୌଣସି ରଙ୍ଗାରଙ୍ଗ୍ କାର୍ଯ୍ୟକ୍ରମର ଆୟୋଜନ କରଯାଇ ନାହିଁ ।

ଅନ୍ୟପଟେ ବିଶ୍ୱକପର ପ୍ରଥମ ମ୍ୟାଚ୍ ପୂର୍ବରୁ ସମସ୍ତ ଦଳର ଅଧିନାୟକ ଅହମ୍ମଦାବାଦରେ ପହଞ୍ଚିଛନ୍ତି । କାରଣ ଆଜି ହେଉଛି କ୍ୟାପଟେନଙ୍କ ମିଟ୍ । ଏହା ଆଇସିସିର ପରମ୍ପରା । ବିଶ୍ୱକପ ଆରମ୍ଭ ପୂର୍ବରୁ ଖେଳୁଥିବା ସମସ୍ତ ଦଳର ଅଧିନାୟକଙ୍କ ଏକ ବୈଠକ ହୋଇଛି । ବିଶ୍ୱକପ 2023 ରେ ମଧ୍ୟ ସମାନ ପରମ୍ପରା ବଜାୟ ରହିଛି ।
ଅହମ୍ମଦାବାଦରେ ହେବାକୁ ଥିବା ବୈ ଠକ ପାଇଁ ସମସ୍ତ ଦଳର ଅଧିନାୟକ ସେଠାରେ ପହଞ୍ଚିଛନ୍ତି । ରୋହିତ ଶର୍ମା ସିଧାସଳଖ ତିରୁବନନ୍ତପୁରାମରୁ ସେଠାକୁ ଯାଇଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ହାଇଦ୍ରାବାଦରୁ ଅହମ୍ମଦାବାଦକୁ ସ୍ୱତନ୍ତ୍ର ବିମାନ ଯୋଗେ ଅଣା ଯାଇଥିଲା । ଯେତେବେଳେ ରୋହିତ ଶର୍ମା ଏବଂ ବାବର ଆଜାମ ପ୍ରଥମ ଥର ପାଇଁ ସାକ୍ଷାତ ପାଇଁ ଅହମ୍ମଦାବାଦରେ ପହଞ୍ଚିଲେ ସେତେବେଳେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ ।
ବିଶ୍ୱକପର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେଉ ନ ଥିବାରୁ ପୂର୍ବରୁ ଅନେକ ପ୍ରକାରର ବିବୃତ୍ତି ବାହାରୁଥିଲା । କିନ୍ତୁ, ବାସ୍ତବରେ ବିଶ୍ୱକପରେ କୌଣସି ଉଦଘାଟନୀ ସମାରୋହ ନାହିଁ । ଏହାର ସ୍ଥାନରେ ଏକ କ୍ୟାପଟେନ୍ ମିଟ୍ ଅନୁଷ୍ଠିତ ହୁଏ, ଯେଉଁଥିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଆଜି ଯେପରି ଅହମ୍ମଦାବାଦରେ ଘଟୁଛି, ଯେଉଁଥିରେ ସମସ୍ତ 10 ଟି ଦଳର ଅଧିନାୟକ ଅଂଶଗ୍ରହଣ କରିବାକୁ ସେଠାରେ ପହଞ୍ଚିଛନ୍ତି ।
ଆସନ୍ତୁ ଆପଣଙ୍କୁ କହିବା ଯେ ବିଶ୍ୱକପ୍ 5 ଅକ୍ଟୋବରରୁ ଆରମ୍ଭ ହେଉଛି । କିନ୍ତୁ ଏଥିରେ ଭାରତ ଅକ୍ଟୋବର 8 ରୁ ଅଭିଯାନ ଆରମ୍ଭ କରିବ । ଏହାର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ହେବ । ଯାହା ଚେନ୍ନାଇରେ ଖେଳାଯିବ । ଅକ୍ଟୋବର 7 ରେ ପାକିସ୍ତାନ ଦଳ ପ୍ରଥମ ମ୍ୟାଚ୍ ଖେଳିବ ।
କହିରଖୁ କି, ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ପ୍ରବେଶ କରୁଛନ୍ତି । ମୋଟ୍ ୪୬ ଦିନରେ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହେବ । ସେହିପରି ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ଫାଇଟ୍ । ତେବେ ଏହିଠାରେ ହିଁ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ ।
ଚଳିତ ବର୍ଷ ଭାରତରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତୀୟ କ୍ରିକେଟ ବୋର୍ଡ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜକ ସାଜିଛି । ୨୦୧୧ ପରେ ପୁଣିଥରେ ଭାରତରେ କ୍ରିକେଟ୍ ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । ବିଶ୍ବକପର ସମସ୍ତ ମ୍ୟାଚ ଭାରତର ମୋଟ ୧୨ଟି ପଡ଼ିଆରେ ଖେଳାଯିବ ।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଏହା ବ୍ୟତୀତ କୋଲକାତାର ଇଡେନ୍ ଗାର୍ଡେନ୍ ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି । ସେହିପରି ଅହମ୍ମଦାବାଦ ବ୍ୟତୀତ ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ଧର୍ମଶାଳା, ଲକ୍ଷ୍ନୌ, ପୁଣେ, ତ୍ରିଭେନ୍ଦ୍ରମ ଏବଂ ଗୌହାଟୀରେ ବିଶ୍ବକପର ମ୍ୟାଚ୍ ଖେଳାଯିବ ।












Click it and Unblock the Notifications