Get Updates
Get notified of breaking news, exclusive insights, and must-see stories!

ବାରବାଟୀ T-20 ମ୍ୟାଚ୍ ପାଇଁ ଆଜିଠୁ ଅନଲାଇନ୍‌ ଟିକେଟ୍‌ ବିକ୍ରି

ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ଟିକଟ ବିକ୍ରି ଆରମ୍ଭ ହେବ। ଅପରାହ୍ଣ ୨ଟାରୁ ଅନ୍‌ଲାଇନ୍ ଟିକଟ ବୁକିଂ ଆରମ୍ଭ ହେବ। 'ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍‌' ଏବଂ ୱେବସାଇଟ୍‌ରେ ଲୋକେ ଟିକଟ ବୁକ୍ କରିପାରିବେ। ଏଥର ମାତ୍ର ୨ହଜାର ଟିକଟ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଅନ୍‌ଲାଇନ୍ ଟିକଟ କ୍ରେତାଙ୍କ ପାଇଁ ଆସନ୍ତା ୮ ଓ ୯ ତାରିଖରେ କେମ୍ବ୍ରିଜ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ।

Barabati T-20 match

ସେଠାରୁ ସେମାନେ ଟିକଟ୍‌ର ହାର୍ଡକପି ସଂଗ୍ରହ କରି ପାରିବେ। ଗ୍ୟାଲେରି ନଂ-୨, ୪, ୭ ସହିତ ନ୍ୟୁ ପ୍ୟାଭିଲିୟନ, ସ୍ପେସିଆଲ ଏନ୍‌କ୍ଲୋଜର ଏବଂ ଏସି ଗ୍ୟାଲେରି ବକ୍ସର ଟିକଟ କେବଳ ଅନ୍‌ଲାଇନ୍‌ରେ ବୁକିଂ ହୋଇପାରିବ । ଜଣେ ବ୍ୟକ୍ତି ୨ଟି ଟିକଟ ହିଁ ଅନ୍‌ଲାଇନ୍‌ରେ କିଣି ପାରିବେ ବୋଲି ସୂଚନା ଦିଆଯାଇଛି। ସେହିପରି ଡିସେମ୍ବର ୩ ଓ ୪ରେ ଓସିଏ ସହ ଅନୁବନ୍ଧିତ ୟୁନିଟ୍‌ଗୁଡ଼ିକୁ ଟିକଟ ବିକ୍ରି କରାଯିବ। ମୋଟ ୪୨ହଜାର ଟିକଟରୁ ୧୧ହଜାର ଟିକଟ ଅନୁବନ୍ଧିତ ୟୁନିଟ୍‌ କିଣିବେ। ୧୦ହଜାର ଟିକଟ କାଉଣ୍ଟରକୁ ପଠାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଡିସେମ୍ବର ୫ ତାରିଖରେ ବାରବାଟୀ ଷ୍ଟାଡିୟମ ନିକଟରେ ଟିକଟ କାଉଣ୍ଟର ଖୋଲିବ ବୋଲି ସୂଚନା ଦିଆଯାଇଛି।

ବାରବାଟୀ ଷ୍ଟାଡିୟମରେ ଚତୁର୍ଥ ଥର ଟି-୨୦ ମ୍ୟାଚ୍ ଖେଳାଯିବ। ଭାରତ ଗସ୍ତରେ ଆସିଥିବା ଦକ୍ଷିଣଆଫ୍ରିକା ଦଳ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଏଠାରେ ଖେଳିବ। ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମ୍ୟାଚ୍ ପରିଚାଳନା ସମ୍ପର୍କରେ ସବି‌ଶେଷ ସୂଚନା ଦିଆଯାଇଛି। ଏକଦିବସୀୟ ଶୃଙ୍ଖଳା ଶେଷ ହେବା ପରେ ଆସନ୍ତା ୭ ତାରିଖରେ ଉଭୟ ଭାରତ ଓ ଦକ୍ଷିଣଆଫ୍ରିକା ଦଳ ଭୁବନେଶ୍ୱରରେ ପହଞ୍ଚିବେ। ୮ ତାରିଖରେ ଉଭୟ ଦଳ ଅଭ୍ୟାସ ପାଇଁ କଟକ ଆସିବେ। ଦିନ ସମୟରେ ଭାରତ ଏବଂ ସନ୍ଧ୍ୟା ସମୟରେ ଦକ୍ଷିଣଆଫ୍ରିକା ଦଳ ଏଠାରେ ଅଭ୍ୟାସ କରିବେ। ଏହାକୁ ଦେଖିବା ଲାଗି ଗ୍ୟାଲେରି ନଂ-୬ ଓ ୭ ଫାଟକ ଖୋଲା ରଖାଯିବ। ଆବଶ୍ୟକସ୍ଥଳେ ଗ୍ୟାଲେରି ନଂ-୧ ଓ ୨ ମଧ୍ୟ ଖୋଲାଯିବାକୁ ଯୋଜନା ରଖାଯାଇଛି। ମ୍ୟାଚ୍ ନିମନ୍ତେ ମୋଟ ୫୦ କୋଟି ଟଙ୍କାର ବୀମା ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସିଇଓ ସୁବ୍ରତ ବେହେରା ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+