ଭାଙ୍ଗିଲା ୨୬ ବର୍ଷର ରେକର୍ଡ, ଏହି ବୋଲରଙ୍କୁ ଗୋଟିଏ ଓଭରରେ ମିଳିଲା ୪୩ ରନ୍
One Over 43 run: କ୍ରିକେଟ ଇତିହାସରେ ଭାଙ୍ଗିଲା ୨୬ ବର୍ଷର ରେକର୍ଡ । ଗୋଟିଏ ଓଭରରୁ ସର୍ବାଧିକ ରନ୍ ହାସଲ କରିବା ରେକର୍ଡରେ ହେଲା ପରିବର୍ତ୍ତନ । ଏହି ତାଲିକାରେ ଆଉ ଜଣେ ଯୁବ ଖେଳାଳିଙ୍କ ନାଁ ସାମିଲ ହୋଇଛି ।
କୌତୁହଳ ବିଷୟ ହେଉଛି, ଗୋଟିଏ ଓଭରରେ ୪୩ ରନ୍ ଦେଇଥ୍ବା ବୋଲର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ୩ ଥର ଲେଖାଏଁ ଆଉଟ୍ କରିଛନ୍ତି । ବର୍ତ୍ତମାନ ସେ ଗୋଟିଏ ଓଭରରେ ୪୩ ରନ୍ ଦେଇ ନିଜ ନାମରେ ଏହି ଖରାପ ରେକର୍ଡ ଯୋଡ଼ିଛନ୍ତି ଓଲି ରବିନସନ୍ । ବିପକ୍ଷ ଦଳର ୮ ନମ୍ବର ବ୍ୟାଟର ରବିନସନଙ୍କ ଏହି ଓଭରରୁ ୪୩ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି । କାଉଣ୍ଟି କ୍ରିକେଟରେ ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି ରବିନସନ୍ ।

ସସେକ୍ସ ଏବଂ ଲିଷ୍ଟରସର କାଉଣ୍ଟି କ୍ରିକେଟ ମ୍ୟାଚରେ ଓଲି ରବିନସନଙ୍କ ନାମରେ ଏହି ରେକର୍ଡ ରହିଛି । ସସେକ୍ସ କାଉଣ୍ଟି ଡିଭିଜନ୨ର ଏହି ମ୍ୟାଚରେ ଲିଷ୍ଟରସରକୁ ୧୮ ରନରେ ମାତ୍ ଦେଇଛି । ସସେକ୍ସ ପ୍ରଥମେ ବ୍ୟାଟିଙ୍ଗ କରି ୪୬୪ ରନର ଲକ୍ଷ୍ୟ ଦେଇଥିଲା । ଲିଷ୍ଟରସର ଏହାର ଜବାବରେ ୧୪୪ ରନ୍ କରି ୬ଟି ୱିକେଟ ହରାଇଥିଲା । ସସେକ୍ସର ବିଜୟ ସହଜ ଲାଗୁଥିବା ବେଳେ ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବ୍ୟାଟର ଦମଦାର ବ୍ୟାଟିଂ କରିଛନ୍ତି । ମାତ୍ର ୧୨୭ ବଲରୁ ୨୪୩ ରନ ସଂଗ୍ରହ କରି ବିଜୟ ଆଡ଼କୁ ଅଗ୍ରସର ହେଉଥିଲା ଲିଷ୍ଟରସର ।
ଲୁଇସ କିମ୍ବରଙ୍କ ଏହି ବିସ୍ଫୋରକ ବ୍ୟାଟିଂ ଶିକାର ପାଲଟିଥିଲେ ଓଲି ରବିନସନ୍ । ଗୋଟିଏ ଓଭରରୁ ୪୩ ରନ ସଂଗ୍ରହ କରିଛନ୍ତି ଲୁଇସ କିମ୍ବର । ବିସ୍ଫୋରକ ବ୍ୟାଟିଂ କରି ରବିନସନଙ୍କ ପତ୍ୟେକ ବଲକୁ ବଡ଼ ଶଟ୍ ଖେଳିବା ଉଦ୍ୟମରେ ସେ ରହିଥିଲେ ।
ରବିନସନ ଗୋଟିଏ ଓଭରରେ ମୋଟ ୯ଟି ବଲ୍ ପକାଇଥିବା ବେଳେ ସେଥିମଧ୍ୟରୁ ବ୍ୟାଟ୍ସମ୍ୟାନ ୮ଟି ବାଉଣ୍ଡରୀ ମାରିଥିଲେ । ସେଥିମଧ୍ୟରେ ୬ଟି ଚୌକା, ୨ଟି ଛକା ସାମିଲ ରହିଥିଲା । ଇଂଲିଶ କାଉଣ୍ଟି କ୍ରିକେଟରେ ନୋ ବଲରେ ୨ ରନ୍ ମିଳିଥାଏ । ୫୯ତମ ଓଭରରେ ଏହି ମହଙ୍ଗା ଓଭର ଦେଖିବାକୁ ମିଳିଥିଲା । ବାମହାତୀ ବ୍ୟାଟ୍ସମ୍ୟାନ ଲୁଇଓ କିମ୍ବର ରବିନସନଙ୍କୁ ଆଖିବୁଜା ମାଡ଼ ଦେଇଥିଲେ । କିମ୍ବର ଏହି ମ୍ୟାଚରେ ମାତ୍ର ୧୦୦ଟି ବଲରେ ସବୁଠାରୁ ଦ୍ରୁତ ଦ୍ୱିଶତକ ହାସଲ କରିବା ସହ କାଉଣ୍ଟି କ୍ରିକେଟରେ ଇତିହାସ ରଚିଥିଲେ ।
ଏହାପୂର୍ବରୁ ୧୯୯୮ରେ ଆଲେକ୍ସ ଟୁଡର ଗୋଟିଏ ଓଭରରେ ୩୮ ରନ୍ ଦେଇଥିଲେ । ଟ୍ୟୁଡରଙ୍କ ରେକର୍ଡକୁ ଏବେ ରବିନସନ ଅତିକ୍ରମ କରିଯାଇ ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି ।
୧୯୯୦ରେ ପ୍ରଥମ ଶ୍ରେଣୀ କ୍ରିକେଟର ସବୁଠାରୁ ମହଙ୍ଗା ଓଭର ନ୍ୟୁଜିଲାଣ୍ଡର ୱର୍ଟ ୱାସ ପକାଇଥିଲେ । ସେ ତାଙ୍କ ଓଭରରେ ୭୭ ରନ ଦେଇଥିଲେ । ଏଥିରେ ୧୭ ନୋ ବଲ ଥିଲା । ୱାସ ନ୍ୟୁଜିଲାଣ୍ଡ ପକ୍ଷରୁ ୪ଟି ଟେଷ୍ଟ ଏବଂ ୮ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ରବିନସନ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ରନ ଦେଇଛନ୍ତି । ସେ ନିଜ ଦେଶର ଆଲେକ୍ସ ଟ୍ୟୁଡର(୩୮)ଙ୍କ ପଛରେ ପକାଇ ଦେଇଛନ୍ତି ।












Click it and Unblock the Notifications