Get Updates
Get notified of breaking news, exclusive insights, and must-see stories!

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ; କାହିଁକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲାନି ସ୍ଥାନ ? ଜାଣନ୍ତୁ କାରଣ

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ୧୫ ଜଣିଆ ଟିମ୍ ଘୋଷଣା କରିଛି । ହେଲେ ଏଥିରେ ନାହାଁନ୍ତି ହାର୍ଡ ହିଟର ହାର୍ଦ୍ଦିକ ପାଣ୍ଡ୍ୟା । ଅଲରାଉଣ୍ଡର ହାର୍ଦ୍ଦିକଙ୍କୁ ଦଳରେ ଜାଗା ମିଳିନି । ତାଙ୍କ ବଦଳରେ ନୀତିଶ ରେଡ୍ଡିଙ୍କୁ ସୁଯୋଗ ମିଳିଛି । ତେବେ ପାଣ୍ଡ୍ୟାଙ୍କୁ ବାଦ୍ ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏବେ ବିସିସିଆଇ ନିଜେ ମୁହଁ ଖୋଲିଛି । କାହିଁକି ସେ ସାମିଲ ହେଲେନି ସେନେଇ ସ୍ପଷ୍ଟୀକରଣ ଦେଇଛି ।

Hardik Pandya

ହାର୍ଦ୍ଦିକ ଶେଷ ଥର ପାଇଁ ୨୦୨୫ ଫେବ୍ରୁଆରୀରେ ଚାମ୍ପିଅନ୍ସ୍ ଟ୍ରଫି ଖେଳିଥିଲେ । ଏହାପରଠୁ ସେ ଆଉ ଦିନିକିଆ ଖେଳି ନାହାଁନ୍ତି । ସେ କେବଳ ଅନ୍ତର୍ଜାତୀୟ ଟି୨୦ରେ ହିଁ ନଜର ଆସିଛନ୍ତି ।

ବିସିସିଆଇ କହିଛି ଯେ, ହାର୍ଦ୍ଦିକଙ୍କୁ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ୧୦ ଓଭର ବୋଲିଂ ପାଇଁ ଅନୁମତି ମିଳିନାହିଁ । ଏହି ନିଷ୍ପତ୍ତି ଆଗାମୀ ଟି୨୦ ବିଶ୍ୱକପକୁ ନଜରରେ ରଖି ନିଆଯାଇଛି ।

ହାର୍ଦ୍ଦିକ ନିକଟରେ ବିଜୟ ହଜାରେ ଟ୍ରଫିର ୫ ନମ୍ବର ରାଉଣ୍ଡରେ ଖେଳିଥିଲେ । ଏଠାରେ ସେ ଦମଦାର ବ୍ୟାଟିଂ କରିଛନ୍ତି । ୯୨ ବଲରୁ ସେ ୧୩୩ ରନ୍ କରିଥିଲେ । ଏଥିରେ ସେ କେବଳ ୨ ଓଭର ବୋଲିଂ କରିଥିଲେ ।

ଆହତରୁ ଠିକ୍ ହେବା ପରେ ସତର୍କ

ପାଣ୍ଡ୍ୟ ୨୦୨୫ ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ରେ ଦଳକୁ ଫେରିଥିଲେ । ଏହାପୂର୍ବରୁ ସେ ଏସିଆ କପ୍ ୨୦୨୫ରେ ଆହତ ହୋଇଥିଲେ । ଫଳରେ ୨ ମାସ ଧରି ସେ କ୍ରିକେଟରୁ ଦୂରରେ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+