ଆଜି ଦିନରେ ଯୁବରାଜଙ୍କ ବ୍ୟାଟରୁ ଆସିଥିଲା ଛ ବଲରେ ଛ ଛକା, ଦେଖନ୍ତୁ ଭିଡ଼ିଓ...
Yuvraj Singh 6 Sixes: ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ ସିଂହ । ଇଂଲଣ୍ଡ ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ବଲରେ ମାରିଥିଲେ ଛ ବଲରେ ଛ ଛକା । ଆଜି ଏହି ଐତିହାସିକ ମୁହୁର୍ତ୍ତକୁ 16 ବର୍ଷ ପୂରିଛି ।
ବିଶ୍ୱ କ୍ରିକେଟର ସବୁଠାରୁ ବଡ ମ୍ୟାଚ୍ ବିଜେତା ଖେଳାଳିଙ୍କ ମଧ୍ୟରେ ଯୁବରାଜ ସିଂ ଗଣିତ ହୋଇଛନ୍ତି । ପ୍ରଥମ ଟି -20 ବିଶ୍ୱକପରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା । 19 ସେପ୍ଟେମ୍ବର ଦିନ ଯେତେବେଳେ ଭାରତୀୟ ଦଳ ଡର୍ବାନ୍ ଗ୍ରାଉଣ୍ଡରେ ଖେଳିବାକୁ ଆସିଥିଲେ, ସେତେବେଳେ କେହି କଳ୍ପନା କରି ନ ଥିଲେ ଯେ ଆଜି କ୍ରିକେଟ୍ ଇତିହାସରେ ଏକ ବଡ଼ ରେକର୍ଡ ସୃଷ୍ଟି ହେବ ।

ଲିଗ୍ ପର୍ଯ୍ୟାୟରେ ଏକ ମ୍ୟାଚରେ ଇଂଲଣ୍ଡ ସହିତ ଭାରତୀୟ ଟିମର ଥିଲା ମୁକିବାଲ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି 218 ରନ୍ କରିଥିଲା । ଯେଉଁଥିରେ ଯୁବରାଜ ସିଂହଙ୍କ 58 ରନର ପାରି ଖେଳିଥିଲେ । କିନ୍ତୁ ମ୍ୟାଚ୍ରେ 19 ତମ ଓଭରରେ ଦେଖିବାକୁ ମିଳିଥିଲା ରୋମାଞ୍ଚ । 18 ତମ ଓଭର ଶେଷ ପରେ ଆଣ୍ଡ୍ରିୟୁ ଫ୍ଲିଣ୍ଟଫ୍ ଓ ଯୁବରାଜ ସିଂହଙ୍କ ମଧ୍ୟରେ କିଛି ବାକ୍ ଯୁଦ୍ଧ ହୋଇଥିଲା । ଯାହାର ପ୍ରଭାବ 19ତମ ଓଭରରେ ଦେଖିବାକୁ ମିଳିଥିଲା ।
Look out in the crowd!
On this day in 2007, @YUVSTRONG12 made #T20WorldCup history, belting six sixes in an over 💥 pic.twitter.com/Bgo9FxFBq6
— ICC (@ICC) September 19, 2021
ଇଂଲଣ୍ଡର ସେତେବେଳର ଯୁବ ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ଓଭରରେ 6ଟି ବଲ୍ରେ ମାରିଲେ 6ଟି ଛକ୍କା । ଯାହାକି ସେତେବେଳେ ଥିଲା ବିଶ୍ୱରେକର୍ଡ । ଏପିରିକି ଟି-୨୦ କ୍ରିକେଟରେ 6ଟି ବଲରେ 6ଟି ଛକ୍କା ମାରିବାରେ ଏହା ଥିଲା ପ୍ରଥମ ଘଟଣା ।












Click it and Unblock the Notifications