Get Updates
Get notified of breaking news, exclusive insights, and must-see stories!

ଓମଫେଡ୍‌ ଦୁଗ୍ଧ ଚାଷୀଙ୍କୁ ୩୧.୧୦ କୋଟି ଟଙ୍କାର ପ୍ରୋତ୍ସାହନ; ପ୍ରାୟ ୧ ଲକ୍ଷ ଚାଷୀ ସାମିଲ୍

ଓମଫେଡ୍‌ ଦୁଗ୍ଧ ଚାଷୀଙ୍କୁ ୩୧.୧୦ କୋଟି ଟଙ୍କାର ପ୍ରୋତ୍ସାହନ । ପ୍ରାୟ ୧ ଲକ୍ଷ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଦେଲେ ରାଜ୍ୟ ସରକାର। ଓମ୍‌ଫେଡ୍‌ ପକ୍ଷରୁ ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା ।

ଯେଉଁଚାଷୀ ଯେତିକି ଦୁଗ୍ଧ ଦେଇଥିବେ ସେହି ଅନୁସାରେ ଟଙ୍କା ପାଇବେ । ସେପ୍ଟମ୍ବର ୨୦୨୪ ଓ ଫେବ୍ରୁଆରୀ ୨୦୨୫ ମଧ୍ୟରେ ଯେତିକି ଦେଇଥିବେ ପାଇବେ । କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତିକୁ ସର୍ବାଧିକ ୧୩ କୋଟି ପ୍ରଦାନ ।

ସଂପ୍ରତ୍ତି ରାଜ୍ୟରେ ମୋଟ ୧୧ଟି ଜିଲ୍ଲା ଦୁଗ୍ଧ ସମବାୟ ସମିତି ରହିଛି। ଏହି ୧୧ଟି ଜିଲ୍ଲା ଦୁଗ୍ଧ ସମୟବାୟ ସମିତି ମଧ୍ୟରୁ ସର୍ବାଧିକ ୩୩ ହଜାର ଚାଷୀ କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ ରହିଛନ୍ତି। କଟକ ପଛକୁ ରହିଛି ବାଲେଶ୍ୱର। ଏହି ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ ୧୮ ହାଜର ଚାଷୀ ରହିଛନ୍ତି। ସର୍ବନିମ୍ନ ଅର୍ଥାତ୍ ୫୩୧ ଜଣ ଚାଷୀ ରହିଛନ୍ତି ମୟୂରଭଂଜ ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ।

Omfed provides Rs 31 10 crore incentive to milk farmers around 1 lakh farmers covered

କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ଅଧିନରେ ଥିବା ଚାଷୀଙ୍କ ଖାତାକୁ ସର୍ବାଧିକ ୧୩ କୋଟି ଟଙ୍କା ଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ଦୁଗ୍ଧ ସମବାୟ ସମିତି ଚାଷୀଙ୍କ ଖାତାକୁ ଯାଇଛି ୫ କୋଟି। ସେହିପରି ସମ୍ବଲପୁରକୁ ୪.୭୩ କୋଟି, ବଲାଙ୍ଗୀର-କଳାହାଣ୍ଡି-ନୂଆପଡା ଜିଲ୍ଲା ଦୁଗ୍ଧ ସମବାୟ ସମିତ ଅଧିନରେ ଥିବା ଚାଷୀଙ୍କ ଖାତାକୁ ୨.୬୨ କୋଟି, ପୁରୀ ଜିଲ୍ଲାକୁ- ୨.୩୨ କୋଟି ଟଙ୍କା ଯାଇଥିବା ବେଳେ ସର୍ବନିମ୍ନ ପ୍ରୋତ୍ସାହନ ରାଶି ଯାଇଛି ମୟୂରଭଂଜ ଜିଲ୍ଲା ଦୁଗ୍ଧସମବାୟ ସମିତି ଅଧିନରେ ଥିବା ଚାଷୀଙ୍କ ଖାତାକୁ। ମୟୂରଭଞ୍ଜ ଜିଲ୍ଲାକୁ ଯାଇଛି ମାତ୍ର ୨୦ ଲକ୍ଷ ଟଙ୍କା।

ଓମ୍‌ଫେଡ୍‌ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ବର୍ଷରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରକ୍ରିୟା ଜାରି ରହିବ। କେବଳ ସେତିକି ନୁହେଁ, ବର୍ଷ ସାରା ଓମଫେଡର ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ଓମଫେଡର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ।

ଏହି ଅର୍ଥ କୌଣସି ୟୁନିୟନ ମାଧ୍ୟମରେ ଦିଆଯାଇ ନାହିଁ। ଏହା ସିଧାସଳଖ ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଯାଇଛି। ଫଳରେ ଚାଷୀମାନେ ଏହି ପ୍ରୋତ୍ସାହନ ରାଶି ପାଇବା ପରେ ବେଶ ଖୁସି ପ୍ରକଟ କରିବା ସହ ଓମଫେଡ୍ ଏବଂ ରାଜ୍ୟ ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+