Olympics 2024 Medal Tally: ଜାଣନ୍ତୁ ଅଲମ୍ପିକରେ କେଉଁ ଦେଶ କେତୋଟି ଗୋଲ୍ଡ ମେଡାଲ ଜିତିଛି
Olympics 2024 Medal Tally: ପ୍ୟାରିସ୍ ଅଲିମ୍ପିକ୍ସ 2024 ରେ ସର୍ବାଧିକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଚୀନ୍ ଏବଂ ଆମେରିକା ମଧ୍ୟରେ କଡା ଟକ୍କର ହୋଇଥିଲା । ହେଲେ ଶନିବାର ଦିନ ଚୀନ ଏହି ରେସରେ ଆମେରିକାକୁ ପଛରେ ପକାଇଛି । ଚଳିତ ଅଭିଯାନର ୩୯ ତମ ସ୍ୱର୍ଣ୍ଣ ପଦକ ଜିତିବା ସହ ଚୀନ ଆମେରିକାକୁ ଝଟକା ଦେଇଛି । ହେଲେ ତ ସର୍ବାଧିକ ପଦକ ଜିତିବା କ୍ଷେତ୍ରରେ ଆମେରିକା ଶୀର୍ଷରେ ରହିଛି।
ଅଲିମ୍ପିକ୍ସରେ ଆମେରିକା ମୋଟ ୩୮ପଦକ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୧୮ଟି ସ୍ୱର୍ଣ୍ଣ ସହ ତୃତୀୟ ସ୍ଥାନରେ ଥିବାବେଳେ ଜାପାନ ୧୮ଟି ସ୍ୱର୍ଣ୍ଣ ସହ ଚତୁର୍ଥ ସ୍ଥାନରେ ରହିଛି । ହୋଷ୍ଟ ଫ୍ରାନ୍ସ ୧୬ଟି ସ୍ୱର୍ଣ୍ଣ ସହିତ ପଞ୍ଚମ ସ୍ଥାନରେ ରହିଛି । ଶୁକ୍ରବାର ପୁରୁଷ ୫୭କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂରେ ଅମାନ ସେହରାୱତ ବ୍ରୋଞ୍ଜ ପଦକ ଜିତିଛନ୍ତି ହେଲେ ଭାରତ ୭୧ ତମ ସ୍ଥାନକୁ ଖସି ଆସିଛି।

ଅଲିମ୍ପିକ୍ସରେ ସର୍ବାଧିକ ପଦକ ଜିତିଥିବା ଦେଶ ତାଲିକାରେ ଆମେରିକା ମୋଟ ୧୨୨ ପଦକ ସହିତ ପ୍ରଥମ ସ୍ଥାନରେ ରହିଛି । ଏହି ତାଲିକାରେ ଚୀନ୍ ମୋଟ ୯୦ ପଦକ ସହିତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ୬୩ ପଦକ ସହିତ ଗ୍ରେଟ ବ୍ରିଟେନ ତୃତୀୟ ସ୍ଥାନରେ ଏବଂ ୬୨ ପଦକ ସହିତ ଫ୍ରାନ୍ସ ଚତୁର୍ଥ ସ୍ଥାନରେ ରହିଛି। ଏହା ବ୍ୟତୀତ ଅଷ୍ଟ୍ରେଲିଆ ୫୦ଟି ପଦକ ସହ ପଞ୍ଚମ ସ୍ଥାନରେ ରହିଛି ।












Click it and Unblock the Notifications