ନିରାଶ କଲେ ଲଭଲିନା ବୋର୍ଗୋହେନ୍; କ୍ୱାର୍ଟର ଫାଇନାଲରେ ବିଶ୍ୱର ୧ନଂ ବକ୍ସର ଚାଇନାର କ୍ୱିଆନ ଲିଙ୍କଠାରୁ ପରାସ୍ତ

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଲଭଲିନା ବୋର୍ଗୋହେନ୍ ପ୍ୟାରିସରେ ସମସ୍ତଙ୍କୁ ନିରାଶ କରିଛନ୍ତି । ସେ ଆଜି କ୍ୱାର୍ଟର ଫାଇନାଲରେ ବିଶ୍ୱର ୧ନଂ ବକ୍ସର ଚାଇନାର କ୍ୱିଆନ ଲିଙ୍କ ଠାରୁ ପରାସ୍ତ ହୋଇଛନ୍ତି ।

ଲଭଲିନା ଯଦି ଆଜିର ମ୍ୟାଚ ଜିତି ନେଇଥାଆନ୍ତେ, ତେବେ ଭାରତ ବ୍ରୋଞ୍ଜ ପଦକ ପକ୍କା ହୋଇଯାଇ ଥାଆନ୍ତା। କିନ୍ତୁ ଲଭଲିନା ପରାସ୍ତ ହୋଇ ପ୍ୟାରିସ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି । ଭାରତ ମଧ୍ୟ ଏଥର ବକ୍ସିଂରୁ କୌଣସି ଅଲିମ୍ପିକ୍ସ ପଦକ ପାଇବାକୁ ସକ୍ଷମ ହୋଇନି।।

୭୫ କେଜି ବର୍ଗର ମହିଳା ଏକକର ଆଜିର ମ୍ୟାଚ୍‌ରେ ଲି ଦମଦାର ପ୍ରଦର୍ଶନ କରି ଲଭଲିନାଙ୍କୁ ପଞ୍ଚ ମାରିବାକୁ କୌଣସି ସୁଯୋଗ ଦେଇ ନଥିଲେ । ତଥାପି ଲଭଲିନା କିଛିଟା ଦମ ଦେଖାଇଥିଲେ। ଲି ଏହି ସେଟକୁ ୩-୨ରେ କବଜା କରିଥିଲେ ।

Olympics 2024

ଲି ୪-୧ରେ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରିବା ସହ ନିଜ ଦେଶ ପାଇଁ ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି। କାରଣ ସେମିରେ ପ୍ରବେଶ କରୁଥିବା ଖେଳାଳି ନିଶ୍ଚିତ ଭାବେ ପଦ ପାଇବାର ପ୍ରାବଧାନ ରହିଛି।

ଦ୍ୱିତୀୟ ସେଟରେ ଲଭଲିନା କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ। ହେଲେ ବିଶ୍ୱର ୧ନଂ ମାନ୍ୟତା ପ୍ରାପ୍ତ ଲି କୌଣସି ପ୍ରକାରର ଢିଲା ନୀତି ପ୍ରଦର୍ଶନ କରି ନଥିଲେ। ଦ୍ୱିତୀୟ ସେଟକୁ ମଧ୍ୟ ସେ ୩-୨ରେ ଜିତିଥିଲେ।

ନିର୍ଣ୍ଣାୟକ ସେଟରେ ଲଭଲିନା ଅଲଆଉଟ ଆଟାକରେ ଯାଇଥିଲେ। ହେଲେ ତାଙ୍କୁ ସେତେଟା ସଫଳତା ମିଳି ନଥିଲା। ଶେଷରେ ସେ ୪:୧ରେ ମ୍ୟାଚ୍‌କୁ ଜିତି ଲଭଲିନାଙ୍କୁ ବାହାରର ରାସ୍ତା ଦେଖାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+