ଆତଙ୍କବାଦୀଙ୍କୁ ଭେଟିଲେ ପ୍ୟାରିସ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅର୍ଶଦ ନଦୀମ!

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ସ୍ୱର୍ଣ୍ଣ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ଜିତିବା ପରେ ତାଙ୍କ ଉପରେ ପୁରସ୍କାର ବର୍ଷା ହେବାରେ ଲାଗିଛି। ବର୍ତ୍ତମାନ ସେ ପାକିସ୍ତାନର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାବିତ।ସେ ପ୍ରଥମ ରାଉଣ୍ଡର ଦ୍ୱତୀୟ ପ୍ରୟାସରେ ୯୨.୯୭ର ଥ୍ରୋ ମାରି ଅଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ଦେଇଥିଲେ ।

ବର୍ତ୍ତମାନ ଅର୍ଶଦ ନଦୀମଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅର୍ଶଦ ନଦୀମଙ୍କୁ ଆମେରିକା ଆତଙ୍କବାଦୀ ଘୋଷଣା କରିଥିବା ଜଣେ ବ୍ୟକ୍ତିଙ୍କ ସହ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ପ୍ୟାରିସ ପ୍ରଦର୍ଶନ ପାଇଁ ବିଶ୍ୱସ୍ତରରେ ପ୍ରଶଂସା ପାଉଥିବା ନଦୀମ ମହମ୍ମଦ ହାରିସ ଧରଙ୍କ ସହ ଚାଟିଂ କରୁଥିବାର ଦେଖିବାକୁ ମିଳିଛି।

Arshad Nadeem

ନଦୀମ ମହମ୍ମଦ ହାରିସ ଧର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ରାଜନୈତିକ ମୋର୍ଚ୍ଚା ମିଲି ମୁସଲିମ୍ ଲିଗର ଯୁଗ୍ମ ସଚିବ। ନାଦିମ ପାକିସ୍ତାନ ଫେରିବା ପରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଏକ ଗୋଷ୍ଠୀ ଦାବି କରୁଥିବା ବେଳେ ସୂଚନା ଅନୁଯାୟୀ ଏହି ବୈଠକର ସମୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+