ଯେବେ କଳିଙ୍ଗର ଦୁଆର ଖୋଲି ଦେଇଥିଲେ ନବୀନ: ଜାଣନ୍ତୁ, ଟୋକିଓରେ ଟେକ ରଖିଥିବା ନୀରଜଙ୍କ ଓଡିଶା ଲିଙ୍କ୍
ନୀରଜଙ୍କ ଏହି ବିଜୟର ତୟାରି ଓଡିଶାରୁ ହିଁ ଆରମ୍ଭ ହୋଇଥିଲା । ଅନେକଙ୍କ ପାଇଁ ଏହି କଥାଟି ଅଜଣା ହୋଇଥାଇପାରେ। କଳିଙ୍ଗ ଷ୍ଟାଡିୟମର ବକ୍ଷରେ ନୀରଜ ଅଭ୍ୟାସ କରିଛନ୍ତି, ଆଉ ଟୋକିଓରେ ଦେଖାଇଛନ୍ତି ନିଜର କୃତିତ୍ୱ ।
tokyo olympics 2021: ସ୍ୱର୍ଣ୍ଣ ଆଣିଛନ୍ତି ସୁନା ପୁଅ ନୀରଜ ଚୋପ୍ରା । ଭାରତୀୟ ଆଥଲେଟିକ୍ସ ବର୍ଗରେ ଏହା ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ । ସେହିପରି ବ୍ୟକ୍ତିଗତ ଭାବେ ଭାରତର 2ୟ ଖେଳାଳି ହୋଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ନୀରଜ । ଏହା ପୂର୍ବରୁ ଅଭିନଭ ବିନ୍ଦ୍ର ପ୍ରଥମେ 2008 ବେଜିଂ ଅଲିମ୍ପିକ୍ସରେ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅନ୍ୟପଟେ ଚଳିତ ଟୋକିଓ ଅଲିମ୍ପିକ୍ସରେ ଏହା ଭାରତର ଏକମାତ୍ର ସ୍ୱର୍ଣ୍ଣ ପଦକ । ଏହି ରେକର୍ଡ ହାସଲ କରିବା ପାଇଁ ନୀରଜ 87.57 ମିଟରର ଏକ ଜାଭେଲିନ ଥ୍ରୋ କରିଥିଲେ ।

କଳିଙ୍ଗରେ କରିଥିଲେ ଅଭ୍ୟାସ
ନୀରଜଙ୍କ ଏହି ବିଜୟର ତୟାରି ଓଡିଶାରୁ ହିଁ ଆରମ୍ଭ ହୋଇଥିଲା । ଅନେକଙ୍କ ପାଇଁ ଏହି କଥାଟି ଅଜଣା ହୋଇଥାଇପାରେ। କଳିଙ୍ଗ ଷ୍ଟାଡିୟମର ବକ୍ଷରେ ନୀରଜ ଅଭ୍ୟାସ କରିଛନ୍ତି, ଆଉ ଟୋକିଓରେ ଦେଖାଇଛନ୍ତି ନିଜର କୃତିତ୍ୱ । ଏହି କାହାଣୀ ୨୦୨୦ ମସିହାର । ଯେତେବେଳେ ପଞ୍ଜାବରେ ଟ୍ରେନିଂ ନେଉଥିବା ନିରୋଜଙ୍କୁ ସାଥ ଦେଇନଥିଲା ପାଗ, ସେତେବେଳେ ହାତ ଧରିଥିଲା କଳିଙ୍ଗ ଷ୍ଟାଡ଼ିୟମ । ୨୦୨୦ ମସିହା ଡିସେମ୍ବରରେ ନୀରଜ ଆସିଥିଲେ କଳିଙ୍ଗ ଷ୍ଟାଡିୟମ ।
A golden throw!
Congratulations #NeerajChopra on historic first-ever track & field #Gold medal for India in #Javelin throw at #Tokyo2020. The country is so proud of you. With this, you took India to its highest ever medal tally at the #Olympics. You will inspire generations. pic.twitter.com/fQ5TAeI7Bg
— Naveen Patnaik (@Naveen_Odisha) August 7, 2021
ପଞ୍ଜାବର ପଟିଆଲାରେ ଥିବା ନେତାଜୀ ସୁଭାଷ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସରେ ନୀରଜଙ୍କ ସହ ଅନ୍ୟ ଖେଳାଳି ଅଭ୍ୟାସ କରୁଥିବାବେଳେ ପ୍ରବଳ ଥଣ୍ଡା ଯୋଗୁଁ ଅଭ୍ୟାସରେ ବାଧା ଉପୁଜିଥିଲା । ଆଉ ଅପେକ୍ଷାକୃତ କମ ଥଣ୍ଡା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ପରିବର୍ତ୍ତନ ହୋଇଥିଲା ଟ୍ରେନିଂ କ୍ୟାମ୍ପ ।
ସେହିପରି କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟାନସିପରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହି ସମୟରେ ଦୁଇ ମାସରୁ ଅଧିକ ହେବ ସହ ଓଡ଼ିଶା ରହିଥିଲେ । କଳିଙ୍ଗ ଷ୍ଟାଡିୟମରେ ଲଗାତାର ଅଭ୍ୟାସ ଜାରି ରଖିଥିଲେ ନୀରଜ । କଳିଙ୍ଗରେ ଅଭ୍ୟାସ ତାଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିଲା ବୋଲି କହିଥିଲେ । ଅଭ୍ୟାସ ସମୟରେ କଳିଙ୍ଗ ଷ୍ଟାଡିୟମର ଉନ୍ନତ କ୍ରୀଡା ଭିତ୍ତିଭୂମିକୁ ଖୁବ୍ ପ୍ରଶଂସା କରିଥିଲେ ନୀରଜ । କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଏପରିକି ଅଲିମ୍ପିକ୍ସ ପାଇଁ କଳିଙ୍ଗ ଷ୍ଟାଡିୟମରୁ ନିଜର ପ୍ରିୟ ଅଭ୍ୟାସ ଗ୍ରାଉଣ୍ଡ ଭାବେ ବାଛିଥିଲେ ନୀରଜ ।












Click it and Unblock the Notifications