Paris Olympics 2024: ମହିଳା ବ୍ୟକ୍ତିଗତ ଆର୍ଚେରୀ ପ୍ରି-କ୍ୱାର୍ଟର ଫାଇନାଲରେ ଦୀପିକା କୁମାରୀ
ମହିଳା ବ୍ୟକ୍ତିଗତ ଆର୍ଚେରୀର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତର ଦୀପିକା କୁମାରୀ । ପ୍ୟାରିସ ଅଲିମ୍ପିକ୍ସ ମ୍ୟାଚରେ ଦୀପିକା ନେଦରଲ୍ୟାଣ୍ଡର କ୍ୱିଣ୍ଟି ରୋଫେନଙ୍କୁ ୬-୨ରେ ପରାସ୍ତ କରିଛନ୍ତି । ଦୀପିକାଙ୍କ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଅଗଷ୍ଟ ୩ରେ ଅନୁଷ୍ଠିତ ହେବ । କ୍ୱିଣ୍ଟିଙ୍କ ବିପକ୍ଷରେ ଦୀପିକା ୨-୧ରେ ଅଗ୍ରଣୀ ହାସଲ କରିଥିଲେ। ପ୍ରଥମ ସେଟରେ ଦୀପିକା ୨୯ ସ୍କୋର କରିଥିବାବେଳେ ନେଦରଲ୍ୟାଣ୍ଡର ପ୍ରତିଦ୍ୱନ୍ଦ୍ୱୀ ମାତ୍ର ୨୮ ସ୍କୋର କରିଥିଲେ।
ପ୍ରଥମ ସେଟରେ ଅଗ୍ରଣୀ ହାସଲ କରିବା ପରେ ଦୀପିକା ୨୭-୨୯ ସ୍କୋରରେ କ୍ୱିଣ୍ଟିଙ୍କୁ ଦ୍ୱିତୀୟ ସେଟ ହରାଇଲେ । ଏକ ସମୟରେ ଉଭୟଙ୍କ ମଧ୍ୟରେ ମ୍ୟାଚ ୨-୧ରେ ଚାଲିଥିଲା। ତେବେ ଦୀପିକା ତୃତୀୟ ସେଟରେ ପ୍ରତ୍ୟାବର୍ତ୍ତନ କରି ୪-୨ ଅଗ୍ରଣୀ ହାସଲ କରିଥିଲେ । ଦୀପିକା ୨୫ ସ୍କୋର କରିଥିବାବେଳେ କ୍ୱିଣ୍ଟି ମାତ୍ର ୧୭ ସ୍କୋର କରିପାରିଥିଲେ ।

ତାରକା ମହିଳା ବକ୍ସର ଲବଲୀନା ବୋର୍ଗୋହେନ ପ୍ୟାରିସ ଅଲମ୍ପିକ୍ସରେ ପଦକ ହାସଲ କରିବାଠାରୁ ଆଉ ମାତ୍ର ଗୋଟିଏ ଵିଜୟ ଦୂରରେ ରହିଛନ୍ତି । ଲବଲୀନା ୭୬ କେଜି ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍କୁ ଲବଳୀନ ୫-୦ରେ ଏକପାଖିଆ ବିଜୟ ହାସଲ କରିଛନ୍ତି ।
ସେହିପରି ଅନ୍ୟ ଭାରତୀୟମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ତୀରନ୍ଦାଜରେ ଦୀପିକା କୁମାରୀ ରାଉଣ୍ଡ ୩୨ରେ ପହଞ୍ଚିଛନ୍ତି । ସେପଟେ ଶଟଲରରେ ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ ପ୍ରି-କ୍ୱାର୍ଟର ବା ରାଉଣ୍ଡ ୧୬ରେ ପ୍ରବେଶ କରିଛନ୍ତି ।
ଇଷ୍ଟୋନିଆର କୁବା କ୍ରିଷ୍ଟିନା ବିପକ୍ଷରେ ସିନ୍ଧୁ ତାଙ୍କ ସହଜ ଟାଇ ଜିତିବା ପରେ ସେନ୍ ତୃତୀୟ ସିଡ୍ ଜୋନାଥନ୍ ଖ୍ରୀଷ୍ଟୀଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରିଥିଲେ। ଏହି ସମୟରେ ଭାରତୀୟ ସୁଟର ସ୍ୱପ୍ନିଳ ସିଂ ୫୦ ମିଟର ଏୟାର ରାଇଫଲ ୩ ପୋଜିସନ୍ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଥିବାବେଳେ ଐଶ୍ୱର୍ଯ୍ୟା ସିଂ ତୋମାର ଯୋଗ୍ୟତା ପର୍ଯାୟରୁ ବିଦାୟ ନେଇଛନ୍ତି। ସ୍ୱପ୍ନିଳ ୫୯୦ ସ୍କୋର ସହିତ ଆଠଟି ସ୍ପଟ୍ ମଧ୍ୟରୁ ଗୋଟିଏ ଦଖଲ କରିବାକୁ ସପ୍ତମ ସ୍ଥାନରେ ରହିଛନ୍ତି।












Click it and Unblock the Notifications