ପୁଣି ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା
ଫିନ୍ଲାଣ୍ଡ୍ରେ ଚାଲିଥିବା କୁଓର୍ତାନେ ଗେମ୍ସରେ ଶନିବାର ପ୍ରଥମ ଉଦ୍ୟମରେ ୮୬.୬୯ ମିଟର୍ ଦୂରକୁ ଜାଭଲିନ ଫିଙ୍ଗି ଭାରତୀୟ ଖେଳାଳି ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।
ନୂଆଦିଲ୍ଲୀ: ଫିନ୍ଲାଣ୍ଡ୍ରେ ଚାଲିଥିବା କୁଓର୍ତାନେ ଗେମ୍ସରେ ଶନିବାର ପ୍ରଥମ ଉଦ୍ୟମରେ ୮୬.୬୯ ମିଟର୍ ଦୂରକୁ ଜାଭଲିନ ଫିଙ୍ଗି ଭାରତୀୟ ଖେଳାଳି ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ।

ଏହି ଗେମ୍ରେ ତ୍ରିନିଦାଦ ଏବଂ ଟୋବୈଗୋର ୨୦୧୨ ର ଅଲମ୍ପିକ ଚାମ୍ପିୟନ କେଶୋର୍ଣ୍ଣ ଓ୍ଵାଲକର୍ଟ ୮୬.୬୪ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ପିଟର୍ସ ୮୪.୭୫ ମିଟର ଜାଭେଲିନ୍ ଫିଙ୍ଗି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହା ପୂର୍ବରୁ ନୀରଜ ଫିନ୍ଲ୍ୟାଣ୍ଡର ତୁର୍କୁରେ ପାବୋ ନୁରମୀ ଖେଳରେ ୮୯.୩୦ ମିଟରର ଜାଭେଲିନ୍ ଥ୍ରୋ କରି ତମ୍ବା ପଦକ ଜିତିଥିଲେ। ଏହି ବିଜୟ ଯୋଗୁ ଜୁନ୍ ୩୦ରେ ଷ୍ଟକ୍ହୋମ୍ରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ ପୂର୍ବରୁ ତାଙ୍କ ଆତ୍ମବିଶ୍ୱାସ ବଢ଼ିବ ବୋଲି ଆଶା କରାଯାଉଛି।
ନୀରଜ ଚୋପ୍ରାଙ୍କ ସହିତ ସନ୍ଦୀପ ଚୌଧୁରୀ ନାମରେ ଆଉ ଜଣେ ଭାରତୀୟ ଜାଭ୍ଲିନ୍ ଖେଳାଳି ମଧ୍ୟ ଭାଗ ନେଇଥିଲେ। କିନ୍ତୁ, ସେ ମାତ୍ର ୬୦.୩୫ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ୮ମ ସ୍ଥାନରେ ରହିଛନ୍ତି।












Click it and Unblock the Notifications