ରାଗିଂର ଶିକାର ବି ହୋଇଥିଲେ ଅଲମ୍ପିଆନ୍ ଦୂତୀ ଚାନ୍ଦ, ସୋସିଆଲ ମିଡିଆରେ କଲେ ଖୁଲାସା

ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କ ସହ ବି ହୋଇଥିଲା ରାଗିଂ। ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ତାଙ୍କ ସହ ରାଗିଂ କରାଯାଇଥିଲା। ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି ।

ଭୁବନେଶ୍ୱର: ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କ ସହ ବି ହୋଇଥିଲା ରାଗିଂ। ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ତାଙ୍କ ସହ ରାଗିଂ କରାଯାଇଥିଲା। ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି । ୨୦୦୬ରୁ ୨୦୦୮ ମସିହା ଯାଏ କ୍ୟାରିୟର ଆରମ୍ଭ କରୁଥିବା ବେଳେ ଦୂତୀ ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ରହୁଥିଲେ। ଏହି ସମୟରେ ତାଙ୍କୁ ସିନିୟର ଖେଳାଳି ରାଗିଂ କରୁଥିଲେ ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

Dutee Chand

ସେ କହିଛନ୍ତି, ମୋ ସମୟରେ ବି ସ୍ପୋଟର୍ସ ହଷ୍ଟେଲରେ ରାଗିଂ ହେଉଥିଲା । ସିନିୟରମାନେ ରୁମକୁ ଡାକିକି ବଡି ମସାଜ କରାଉଥିଲେ । ନିଜର ସବୁ ଡ୍ରେସ ଧୋଇ ସଫା ବି କରିବା ପାଇଁ କହୁଥିଲେ । ଦୀର୍ଘ ୩ବର୍ଷ ଧରି ନିଜେ ଏହି ସିନିୟର ମାନଙ୍କ ଦ୍ୱାରା ରାଗିଂର ଶିକାର ହୋଇଛନ୍ତି । ଜୁନିୟର ବୋଲି ସିନିୟରମାନେ ତାଙ୍କୁ ନିର୍ଯାତନା ଦେଉଥିଲେ । କିନ୍ତୁ କାହାକୁ ବି ମନର କଥା କହି ହୁଏନି ।

ତେବେ ହଷ୍ଟେଲ୍ ଇନଚାର୍ଜଙ୍କୁ ଜଣାଇବା ପରେ ବି ସେ ଗାଳି ଗୁଲଜ କରି ଏହାକୁ ଚୁପ୍‌ଚାପ୍‌ ସହିବାକୁ କହୁଥିଲେ। ଏଭଳି ଘଟଣା କାହାକୁ କହି ହେଉନଥିଲା କି ସହି ହେଉନଥିଲା ବୋଲି ଦୂତୀ ସୋସି‌ଆଲ୍ ମିଡିଆରେ କମେଣ୍ଟ ଦେଇ ଲେଖିଛନ୍ତି ।

Dutee Chand

ସୂଚନାଥାଉ କି, ଗତକାଲି ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା କରିବା ପରେ ରହସ୍ୟ ବଢୁଛି । ହଷ୍ଟେଲରେ ଚାଲିଥିବା ରାଗିଂକୁ ନେଇ ଗୁମର ଧିରେ ଧିରେ ଖୋଲୁଛି । ଗତକାଲି ହଷ୍ଟେଲର ଜଣେ ଅନ୍ତଃବାସୀ ଫୋନ ଯୋଗେ ହଷ୍ଟେଲରେ ଚାଲିଥିବା ସିନିୟରଙ୍କ ରାଗିଂ ଏବଂ ସୁପରିଟେଣ୍ଡେଣ୍ଟଙ୍କ ବାବଦରେ କହିଥିବା ବେଳେ ଆଜି ଦୂତୀ ଚାନ୍ଦ ରାଗିଂକୁ ନେଇ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+