ହକି ବିଶ୍ୱକପ: ଆରମ୍ଭ ହେଉ ହେଉ ସରିଗଲା ଅଫଲାଇନ୍ ଟିକେଟ୍

ଆଜିଠାରୁ ପୁରୁଷ ହକି ବିଶ୍ୱକପ ପାଇଁ ଆରମ୍ଭ ହୋଇଛି ଅଫଲାଇନ୍ ଟିକେଟ ବିକ୍ରି । ଟିକେଟ କିଣିବାକୁ ଉଭୟ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଟିକେଟ କିଣିବାକୁ ହକି ପ୍ରେମୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି

ଭୁବନେଶ୍ୱର: ଆଜିଠାରୁ ପୁରୁଷ ହକି ବିଶ୍ୱକପ ପାଇଁ ଆରମ୍ଭ ହୋଇଛି ଅଫଲାଇନ୍ ଟିକେଟ ବିକ୍ରି । ଟିକେଟ କିଣିବାକୁ ଉଭୟ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଟିକେଟ କିଣିବାକୁ ହକି ପ୍ରେମୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଟିକେଟ୍ ପାଇଁ ସକାଳୁ ସକାଳୁ ଲମ୍ବା ଲାଇନ୍ ଲାଗିଛି ।

Hockey World Cup

ତେବେ ପ୍ରଥମ ଦିନରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଭାରତ ମ୍ୟାଚ୍ ପାଇଁ ଅଫଲାଇନ୍ ଟିକେଟ୍ ନାହିଁ । ଜାନୁୟାରୀ ୧୯ ତାରିଖରେ ରହିଛି ଏହି ମ୍ୟାଚ । ଇଣ୍ଡିଆ ଆଉ ୱେଲସ ମଧ୍ୟରେ ଖେଳାଯିବ ମ୍ୟାଚ । ହେଲେ ଅଫଲାଇନରେ ଟିକେଟ୍ ମିଳୁ ନଥିବାରୁ ହକି ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । କେବଳ ଜାନୁଆରୀ ୧୩ ଓ ୧୪ରେ ହେବାକୁ ଥିବା ମ୍ୟାଚ୍ ପାଇଁ ବିକ୍ରି ହେଉଛି ଅଫଲାଇନ୍ ଟିକେଟ୍ ।

କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ ସମ୍ମୁଖ ରିଜର୍ଭ ପୋଲିସ ଲାଇନ ପଡ଼ିଆ ଏବଂ ରାଉରକେଲା ମ୍ୟାଚ ଗୁଡ଼ିକ ନିମନ୍ତେ ବିର୍ସା ମୁଣ୍ଡା ଷ୍ଟାଡିୟମର ୨ ଏବଂ ୬ ନମ୍ବର ଗେଟ କାଉଣ୍ଟରରେ ଟିକେଟ ବିକ୍ରି ହେଉଛି । ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ କାଉଣ୍ଟର ଖୋଲା ରହିବ। ପୂର୍ବରୁ ଅନଲାଇଟ୍ ଟିକେଟ କାଟିଥିବା ହକିପ୍ରେମୀଙ୍କୁ ଆବଶ୍ୟକ ପ୍ରମାଣପତ୍ର ଦେଖାଇ କାଉଣ୍ଟରରୁ ଟିକେଟ ସଂଗ୍ରହ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଏହା ପୂର୍ବରୁ ଗତ ନଭେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଷ ହକି ବିଶ୍ଵକପ-୨୦୨୩ର ପ୍ରଥମ ଟିକେଟ କିଣିଥିଲେ। ନଭେମ୍ବର ୨୪ରେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ଭାରତ ହକି ମ୍ୟାଚ ପାଇଁ ଟିକେଟର ମୂଲ୍ୟ କ୍ରମାସଃ ୫୦୦, ୪୦୦ ଓ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ଅନ୍ୟ ମ୍ୟାଚଗୁଡ଼ିକ ଲାଗି ଟିକେଟ ମୂଲ୍ୟ ରହିଛି ୨୦୦ ଏବଂ ୧୦୦ ଟଙ୍କା। କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୧୫ ହଜାରକୁ ବୃଦ୍ଧି ହୋଇଥିବାବେଳେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ୨୦ ହଜାର ଦଶର୍କ ମ୍ୟାଚ ଦେଖିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ପୁରୁଷ ହକି ବିଶ୍ଵକପ ୨୦୨୩ ଆସନ୍ତା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+