ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ

ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ ୨୯୯ ରନରେ ଓଡିଶା ହରାଇଛି। ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୭୫ ରନ କରିଥିଲା । ଏହାର ଜବାବରେ ନାଗାଲାଣ୍ଡ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ୫ ୱିକେଟ ବିନିମୟରେ ୩୫୦ ରନ କରି ପାରୀ ଘୋଷଣା କରିଥିଲା । ଅଧିନାୟକ ଶୁଭ୍ରାଂଶୁ ସେନାପତି(୧୩୭) ଓ ସ୍ୱସ୍ତିକ ସାମଲ (୧୬୯)ଶତକ ହାସଲ କରିଥିଲେ । ଏଥିସହ ଓଡିଶା ୪୬୫ ରନର ବିଜୟ ଲକ୍ଷ୍ୟ ନାଗାଲାଣ୍ଡ ସମ୍ମୁଖରେ ରଖିଥିଲା ।

ମ୍ୟାଚର ଅନ୍ତିମ ଦିବସରେ ନାଗାଲାଣ୍ଡ ମ୍ୟାଚ ଡ୍ର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଓଡିଶା ବୋଲର ଚମତ୍କାର ବୋଲିଂ ପ୍ରଦର୍ଶନ କରି ୧୬୫ ରନରେ ଅଲଆଉଟ କରି ଦେଇଥିଲେ । ଦଳ ପକ୍ଷରୁ ଡେଗା ନିଶ୍ଚଳ ସର୍ବାଧିକ ୫୨ ରନ କରିଥିଲେ । ଗୋବିନ୍ଦ ପୋଦ୍ଦାର ଓଡିଶା ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ବାଦଲ ବିଶ୍ୱାଳ ୩ଟି ଓ ସମ୍ବିତ ବରାଳ ଗୋଟିଏ ୱିକେଟ ନେଇଥିଲେ । ଶତକ ହାସଲ କରି ସ୍ଵସ୍ତିକ ସାମଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି। ୫ ମ୍ୟାଚରୁ ୭ ପଏଣ୍ଟ ସହ ଓଡିଶା ଷଷ୍ଠ ସ୍ଥାନକୁ ଯାଇଛି।

Odisha s first win in the Ranji Trophy this season
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+