ଭାରତୀୟ ମହିଳା ଫୁଟବଲ କୋଚିଂ କ୍ୟାମ୍ପରେ ସାମିଲ ହେଲେ ଦୁଇ ଓଡ଼ିଆ

ଭାରତୀୟ ମହିଳା ଫୁଟବଲ ଟ୍ରେନିଂ କ୍ୟାମ୍ପରେ ସାମଲ ହୋଇଛନ୍ତି ଦୁଇ ଓଡିଆ ମହିଳା ଫୁଟବଲର ମୟୁରଭଞ୍ଜର ଜବାମଣି ଟୁଡୁ ଓ ସୁନ୍ଦରଗଡ଼ର ପ୍ୟାରୀ ଖାକା ।

ଭୁବନେଶ୍ବର: କୋରୋନା ମହାମାରୀ ପାଇଁ ବନ୍ଦ ରହିଥିବା ମହିଳା ଫୁଟବଲର ଯାତ୍ରା ଏବେ ଆରମ୍ଭ ହେବାକୁ ଯାଉଛି । ଲକଡାଉନ ପରେ ଅର୍ଥାତ ଡିସେମ୍ବର 1ରୁ ଗୋଆରେ ଅଭ୍ୟାସ ଆରମ୍ଭ କରିବାକୁ ଯାଉଛି ଭାରତୀୟ ମହିଳା ଫୁଟବଲ ଟିମ । ତେବେ ଖୁସିର କଥା ଯେ, ଏହି ଟ୍ରେନିଂ କ୍ୟାମ୍ପରେ ସାମଲ ହୋଇଛନ୍ତି ଦୁଇ ଓଡିଆ ମହିଳା ଫୁଟବଲର ମୟୁରଭଞ୍ଜର ଜବାମଣି ଟୁଡୁ ଓ ସୁନ୍ଦରଗଡ଼ର ପ୍ୟାରୀ ଖାକା ।

ଜବାମଣି ଟୁଡୁ ଓ ପ୍ୟାରୀ ଖାକା

ମୁଖ୍ୟ କୋଚ୍ ମାୟୋମଲ ରକିଙ୍କ ନେତୃତ୍ବରେ ଏକ 30 ଜଣିଆ ଦଳ ଏହି କ୍ୟାମ୍ପ କରିବ । ତେବେ ଏହି କ୍ୟାମ୍ପରୁ ଚୟନ ହେବ ଭାରତୀୟ ଦଳ । ଆଉ ଯାହା ଆସନ୍ତାବର୍ଷ ଖେଳାଯିବାକୁ ଥିବା ଏଏଫସି ମହିଳା ଏସିଆ କପରେ ଭାଗ ନେବ ।

ଏହି ଦୁଇ ଓଡ଼ିଆ କ୍ୟାମ୍ପରେ ସାମିଲ ହେବା ଖବର ମିଳିଲା ପରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନକୁ ଧନ୍ୟବାଦ ଜାଣିଛନ୍ତି ଓଡିଶା ଫୁଟବଲ ସଙ୍ଘ । ତେବେ ଉଭୟ ଭାରତୀୟ ଦଳରେ ସ୍ଥାନ ପକା କରନ୍ତୁ ବୋଲି ଆଶା ରଖଛନ୍ତି ସମ୍ପାଦକ ଆଶ୍ରିବାଦ ବେହେରା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+