ପୁଣି କଳିଙ୍ଗରେ ହକି ହବ୍: ଓଡିଶା ଆୟୋଜନ କରିବ ଜୁନିୟର ପୁରୁଷ ହକି ବିଶ୍ୱକପ୍

ଓଡିଶା ଆୟୋଜନ କରିବାକୁ ଯାଉଛି ଜୁନିୟର ପୁରୁଷ ହକି ବିଶ୍ୱକପ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି।

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ବର ସାଜିବ ହକି ହବ । ପୁଣି କଳିଙ୍ଗ କମ୍ପିବ ହକି ହାଲ୍ଲା ବୋଲ୍ ରେ । କାରଣ ଓଡିଶା ଆୟୋଜନ କରିବାକୁ ଯାଉଛି ଜୁନିୟର ପୁରୁଷ ହକି ବିଶ୍ୱକପ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ଅନୁଷ୍ଠିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱକପ୍ ଟ୍ରଫି ଓ ଲୋଗୋ ଉନ୍ମୋଚିତ କରିଛନ୍ତି।

 Hockey World Cup

ବିଶ୍ୱକପ୍ ଆୟୋଜନ ପାଇଁ ତିନୋଟି ସହର ଧାର୍ଯ୍ୟ ହୋଇଥିଲା। ସେଥିରେ ଓଡ଼ିଶା ସବୁଠାରୁ ଆଗରେ ରହିଥିଲା। ପୂର୍ବରୁ ୨୦୧୬ ମସିହାରେ ଜୁନିଅର ହକି ବିଶ୍ବକପ୍‌ ଆୟୋଜନ କରିଥିଲା ଲକ୍ଷ୍ନୌ । ଚଳିତ ବର୍ଷ ଗୌହାଟୀରେ ଏହା ଅନୁଷ୍ଠିତ ହେବାର ଥିଲା । ତେବେ ଏଥର ବିଶ୍ବକପ୍‌ ଆୟୋଜନ ପାଇଁ ରେସ୍‌ରେ ଆଗରେ ଓଡ଼ିଶା ଓ ଗୈାହାଟୀ ରହିଥିବା ବେଳେ । ଶେଷରେ ଓଡ଼ିଶାରେ ହିଁ ଜୁନିୟର ହକି ବିଶ୍ୱକପ ଐୟୋଜନ ହେବା ନେଇ FIH ଅଧ୍ୟକ୍ଷ ମଧ୍ୟ ଘୋଷଣା କରିଛନ୍ତି ।

Hockey World Cup,

ଆଜିର ଏହି କାର୍ଯ୍ୟକ୍ରମରେ FIH ସଭାପତି ନରିନ୍ଦର ବାତ୍ରା, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣା ଓ ୫ଟି ସଚିବ ଭି. କେ ପାଣ୍ଡିଆନ ଉପସ୍ଥିତ ଥିଲେ । ପୂର୍ବରୁ ଭୁବନେଶ୍ବରରେ ୨୦୧୮ ପୁରୁଷ ହକି ବିଶ୍ଵକପ ସଫଳତାର ସହ ଆୟୋଜିତ ହୋଇଥିଲା । ସେହିପରି ୨୦୨୩ ପୁରୁଷ ହକି ବିଶ୍ଵକପ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ।

Hockey World Cup,

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ ପରେ ଓଡ଼ିଶା ସରକାର ୨୦୩୨ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+