ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା !
ରାଜ୍ୟରେ ଶୀତର ପ୍ରକୋପ କମିଛି। ପୂର୍ବ ତୁଳନାରେ ଶୀତର ପ୍ରକୋପ ସାମାନ୍ୟ କମ୍ ରହିଛି। ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ କୁହୁଡି ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି।
ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରକୋପ କମିଛି । ପୂର୍ବ ତୁଳନାରେ ଶୀତର ପ୍ରକୋପ ସାମାନ୍ୟ କମ୍ ରହିଛି । ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ କୁହୁଡି ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି ।

ତେବେ ପଶ୍ଚିମାଝଡ଼ ପ୍ରଭାବରେ ଆଜି ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଆଦି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଗୁରୁଚାପ ପ୍ରଭାବରେ ଘନ କୁହୁଡ଼ି ସହ ବଢୁଛି ତାପମାତ୍ରା । ଫଳରେ କିଛି ସ୍ଥାନରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି। ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଡେଙ୍କାନାଳ ଓ କଟକରେ ଘନ କୁହୁଡ଼ି ହୋଇପାରେ । ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ହାଲୁକାରୁ ସାମାନ୍ୟ କୁହୁଡ଼ି ହେବା ସମ୍ଭାବନା ରହିଛି ।
ସ୍ୱାଭାବିକଠାରୁ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଘନକୁହୁଡ଼ି ଯୋଗୁ ଗତକାଲି ରାତି ଓ ଆଜି ଭୋର୍ ସମୟରେ କଟକ, ପାରାଦୀପ, ଖୋର୍ଦ୍ଧାରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିଲା । ନୟାଗଡ଼ରେ ଦୃଶ୍ୟମାନ ଦୂରତା ସର୍ବନିମ୍ନ ୩୦ ମିଟର ଥିଲା ବେଳେ ଚାନ୍ଦବାଲି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଥିଲା ୧୦୦ ମିଟର । ବର୍ଷା ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।












Click it and Unblock the Notifications