ଘରୋଇ କ୍ରିକେଟ ଋତୁ ପାଇଁ ପ୍ରସ୍ତୁତ ଓସିଏ, ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ
ଆସନ୍ତା ବର୍ଷ ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୨୦ ଜଣିଆ ଦଳର ଘୋଷଣା କରିଛି ଓସିଏ ।
ଭୁବନେଶ୍ୱର: ଅନ୍ତର୍ଜାତୀୟ କ୍ରିକେଟ ପରେ ଏବେ ଆରମ୍ଭ ହେବାକୁ ଯାଉଛି ଘରୋଇ କ୍ରିକେଟ ଋତୁ । ଆସନ୍ତା ବର୍ଷ ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୨୦ ଜଣିଆ ଦଳର ଘୋଷଣା କରିଛି ଓସିଏ । ଦଳର ଅଧିନାୟକ ଭାର ତୁଲାଇବେ ନିୟମିତ ଅଧିନାୟକ ଶୁଭ୍ରାଂଶୁ ସେନାପତି ।
ଟିମରେ ଅଭିଜ୍ଞ ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାରଙ୍କୁ ବି ସ୍ଥାନ ମିଳିଛି । ସେହିପରି ଯୁବ ପ୍ରତିଭାସମ୍ପନ୍ନ ବୋଲର ରାଜେଶ ମହାନ୍ତିଙ୍କ ସହ ସୂର୍ଯ୍ୟକାନ୍ତ ବେହେରାଙ୍କୁ ସ୍ଥାନ ମିଳିଛି।

ସୂଚନାଯୋଗ୍ୟ, ସୟଦ ମୁସ୍ତାକ ଅଲି ଟ୍ରଫି ସହ ବିସିସିଆଇର ଘରୋଇ କ୍ରିକେଟ୍ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପରେ ବିସିସିଆଇ ବାକି ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି।
- ଓଡିଶା ଦଳ: ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି (କ୍ୟାପଟେନ୍), ପ୍ରତୀପ ଦାସ, ଶାନ୍ତନୁ ମିଶ୍ର, ଅଙ୍କିତ ଯାଦବ, ଆଦିତ୍ୟ ରାଉତ, ଗୌରବ ଚୌଧୁରୀ, ସୁକେଶ ହୀରା, ୱାଲଟର୍ ଟପ୍ପୋ, ରାଜେଶ ଧୂପର (ୱିକେଟକିପର), ପ୍ରବୀଶ ଲୋହା (ୱିକେଟକିପର), ସୂର୍ଯ୍ୟକାନ୍ତ ପ୍ରଧାନ, ସର୍ବେଶ୍ୱର ମହାନ୍ତି, ତାରିଣୀ ସା, ପପୁ ରୟ, ଅଙ୍କିତକର ଜୈସୱାଲ, ରାଜେଶ ମହାନ୍ତି, ସୁନୀଲ କୁମାର ରାଉଳ, ଆଶିଷ ରାଏ।












Click it and Unblock the Notifications