ଘୋଷଣା ହେଲା ଓଡିଶା ରଣଜୀ ଦଳ, ଶୁଭ୍ରାଂଶୁ ସେନାପତି ଅଧିନାୟକ
ଆଗାମୀ ରଣଜୀ ସିଜିନ ପାଇଁ ଘୋଷଣା ହେଲା ଓଡିଶା ରଣଜୀ ଦଳ । ୧୭ ଜଣିଆ ଟିମର ଅଧିନୟାକ ରହିଛନ୍ତି ଅଭିଜ୍ଞ ଶୁଭ୍ରାଂଶୁ ସେନାପତି ।
କଟକ: ଆଗାମୀ ରଣଜୀ ସିଜିନ ପାଇଁ ଘୋଷଣା ହେଲା ଓଡିଶା ରଣଜୀ ଦଳ । ୧୭ ଜଣିଆ ଟିମର ଅଧିନୟାକ ରହିଛନ୍ତି ଅଭିଜ୍ଞ ଶୁଭ୍ରାଂଶୁ ସେନାପତି । ଦଳରେ ସାମିଲ ରହିଛନ୍ତି ଉଭୟ ଜୁନିୟର ଓ ସିନିୟର ଖେଳାଳି । ଦଳରେ ୪ ନୂଆ ମୁହଁ ତାରିଣୀ ସା, ସ୍ୱସ୍ତିକ ସାମଲ, କାର୍ତ୍ତିକ ବିଶ୍ୱାଳ, ସୌରଭ କନୋଜିଆ ଙ୍କୁ ସୁଯୋଗ ମିଳିଛି ।

ବ୍ୟାଟିଂ ଲାଇନ ଅପରେ ରହିଛନ୍ତି ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରାଂଶୁ ସେନାପତି , ଗୋବିନ୍ଦ ପୋଦାର, ଅଭିଷେକ ରାଉତ, ରାକେଶ ପଟ୍ଟନାୟକ। ସେହିପରି ବୋଲିଂ ଅର୍ଡରରେ ଦେବବ୍ରତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି, ଶୁଭମ ନାୟକ ରହିଛନ୍ତି।
ଆସନ୍ତା ଡିସେମ୍ବର ୧୩ ତାରିଖରୁ ଚଳିତ ବର୍ଷ ରଣଜୀ ଅଭିଯାନ ଆରମ୍ଭ କରିବ ଓଡ଼ିଶା । ପ୍ରଥମ ଦୁଇଟି ବରୋଦା ଓ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ ପାଇଁ ଓସିଏ ପକ୍ଷରୁ ଦଳ ଆଜି ଘୋଷଣା ହୋଇଛି । ପ୍ରଥମ ମ୍ୟାଚ ଆସନ୍ତା ୧୩ ତାରିଖରେ ବରୋଦା ବିପକ୍ଷରେ ଖେଳାଯିବାକୁ ଥିବାବେଳେ ୨୦ ତାରିଖରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉତ୍ତରାଖଣ୍ଡକୁ ଭେଟିବ ଓଡିଶା ।

- ଓଡିଶା ରଣଜୀ ଦଳ: ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ସ୍ୱସ୍ତିକ ସାମଲ, ଶୁଭ୍ରାଂଶୁ ସେନାପତି (ଅଧିନାୟକ) , ଗୋବିନ୍ଦ ପୋଦାର, ବିପ୍ଲବ ସାମନ୍ତରାୟ, ର୍ତ୍ତିକ ବିଶ୍ୱାଳ, ଅଭିଷେକ ରାଉତ, ରାକେଶ ପଟ୍ଟନାୟକ, ରାଜେଶ ଧୁପର (ୱିକେଟକିପର) , ସୁଜିତ୍ ଲେଙ୍କା (ୱିକେଟକିପର), ଦେବବ୍ରତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି, ଶୁଭମ ନାୟକ, ତାରିଣୀ ସା, କାସୌରଭ କନୋଜିଆ ।












Click it and Unblock the Notifications