ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ ନା ନାହିଁ ? ଜବାବ ରଖିଲେ କ୍ରୀଡ଼ାମନ୍ତ୍ରୀ
ଆଗାମୀ ହକି ବିଶ୍ୱକପ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଥିବା ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ ନା ନାହିଁ ? ଯଦି ହିଁ, ତେବେ କାହିଁକି ? ଗତକାଲିଠୁ ସାଧାରଣରେ ଚର୍ଚ୍ଚା ହେଉଥିବା ଏମିତି କିଛି ପ୍ରଶ
ଭୁବନେଶ୍ବର: ଆଗାମୀ ହକି ବିଶ୍ୱକପ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଥିବା ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ ନା ନାହିଁ ? ଯଦି ହିଁ, ତେବେ କାହିଁକି ? ଗତକାଲିଠୁ ସାଧାରଣରେ ଚର୍ଚ୍ଚା ହେଉଥିବା ଏମିତି କିଛି ପ୍ରଶ୍ନର ସିଧାସିଧା ଜବାବ୍ ରଖିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ହେଉଛି ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ । ଏକଥା ଆମେ କହୁନୁ, ଏଫଆଇଏଚ ସାର୍ଟିଫାଏଡ କରିଛି ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ । ଦର୍ଶକ ବସିବା କ୍ଷମତା ଆଧାରରେ ଏହା ବିଶ୍ୱର ସର୍ବବୃହତ ଷ୍ଟାଡିୟମ ବୋଲି FIH ସ୍ୱୀକୃତି ଦେଇଥିବା କ୍ରୀଡାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
କହିରଖୁ କି, କୌଣସି ଷ୍ଟାଡିୟମକୁ ଦର୍ଶକଙ୍କ ବସିବା କ୍ଷମତାକୁ ନେଇ ବୃହତ ବୋଲି ଦର୍ଶାଯାଇଥାଏ । ପାକିସ୍ତାନର ଲାହୋର ସ୍ଥିତ ନ୍ୟାସନାଲ ହକି ଷ୍ଟାଡିୟମ କ୍ଷମତା ୪୫ ହଜାର । ଭାରତର ଚଣ୍ଡିଗଡ଼ ହକି ଷ୍ଟାଡିୟମ୍ ଦର୍ଶକଙ୍କ କ୍ଷମତା ୩୦ ହଜାର ରହିଛି । ସେହିପରି ଆମେରିକାର ଲସ୍ ଏଞ୍ଜଲସ୍ଥିତ ୱେଙ୍ଗର୍ଟ ଷ୍ଟାଡିୟମରେ ୨୨ ହଜାର ୩୫୫ ଦର୍ଶକ ବସିବାର କ୍ଷମତା ରହିଛି । ଯେଉଁଠି ବିର୍ସା ମୁଣ୍ଡା ଷ୍ଟାଡିୟମର କ୍ଷମତା ୨୦ ହଜାରରୁ ଅଧିକ ରହିଛି । ତେଣୁ ଏହା କେମିତି ବଶ୍ୱର ସର୍ବବୃହତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ କ୍ରୀଡା ବିଶେଷଜ୍ଞଙ୍କ ମତରେ ବିର୍ସା ମୁଣ୍ଡା ଷ୍ଟାଡିୟମକୁ ବିଶ୍ୱର ଅନ୍ୟତମ ବୃହତ ଷ୍ଟାଡିୟମ୍ କହି ହେବ । କାରଣ ଅନ୍ୟ ଷ୍ଟାଡିୟମ କେବଳ ହକି ପାଇଁ ଉଦ୍ଦିଷ୍ଟ ନୁହେଁ । ସେଗୁଡ଼ିକ ସ୍ପୋର୍ଟସ୍ କଂପ୍ଲେକ୍ସ । ଏସବୁକୁ FIH ଏହାକୁ ଅନୁମୋଦନ ଦେଇ ନାହିଁ। ବିର୍ସା ମୁଣ୍ଡା ଷ୍ଟାଡିୟମ୍ କେବଳ ହକି ପାଇଁ ସମର୍ପିତ । FIH ସ୍ୱୀକୃତି ଆଧାରରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ ବୋଲି ସ୍ପଷ୍ଟ ହୋଇଛି ।












Click it and Unblock the Notifications